ଏଣିକି ଫୋନ୍‌ ଚୋରି କଲେ ଧରାପଡ଼ିବେ ଚୋର, ଜାଣନ୍ତୁ କେମିତି…

ଗୁଗ୍‌ଲ ଏବେ ଚୋରଙ୍କ ଜୀବନ କଷ୍ଟକର କରିବାକୁ ପ୍ରସ୍ତୁତ ହେଉଛି, କମ୍ପାନୀ ନୂଆ ଆଣ୍ଡ୍ରଏଡ ୧୬ ଅପରେଟିଂ ସିଷ୍ଟମରେ ଏପରି ଏକ ଚମତ୍କାର ଫିଚର ଯୋଡ଼ିଛି ଯାହା ଦ୍ୱାରା ଚୋର ଆପଣଙ୍କ ଆଣ୍ଡ୍ରଏଡ ଫୋନ୍‌ ଚୋରି କରିବା ପରେ ପଶ୍ଚାତାପ କରିବେ। ଏହି ନୂଆ ଫିଚରଟି କ’ଣ ଏବଂ ଏହା ଚୋରମାନଙ୍କ ପାଇଁ କିପରି ଅସୁବିଧା ବଢ଼ାଇବ ଜାଣନ୍ତୁ ସେ ସମ୍ପର୍କରେ… କମ୍ପାନୀ Android-୧୬ ରେ ଉପଲବ୍ଧ କିଛି ସ୍ବତନ୍ତ୍ର ଫିଚରଗୁଡ଼ିକର ଏକ ଝଲକ ଦେଇଛି। Android […] The post ଏଣିକି ଫୋନ୍‌ ଚୋରି କଲେ ଧରାପଡ଼ିବେ ଚୋର, ଜାଣନ୍ତୁ କେମିତି… appeared first on Dharitri Odia News.

ଏଣିକି ଫୋନ୍‌ ଚୋରି କଲେ ଧରାପଡ଼ିବେ ଚୋର, ଜାଣନ୍ତୁ କେମିତି…

ଗୁଗ୍‌ଲ ଏବେ ଚୋରଙ୍କ ଜୀବନ କଷ୍ଟକର କରିବାକୁ ପ୍ରସ୍ତୁତ ହେଉଛି, କମ୍ପାନୀ ନୂଆ ଆଣ୍ଡ୍ରଏଡ ୧୬ ଅପରେଟିଂ ସିଷ୍ଟମରେ ଏପରି ଏକ ଚମତ୍କାର ଫିଚର ଯୋଡ଼ିଛି ଯାହା ଦ୍ୱାରା ଚୋର ଆପଣଙ୍କ ଆଣ୍ଡ୍ରଏଡ ଫୋନ୍‌ ଚୋରି କରିବା ପରେ ପଶ୍ଚାତାପ କରିବେ। ଏହି ନୂଆ ଫିଚରଟି କ’ଣ ଏବଂ ଏହା ଚୋରମାନଙ୍କ ପାଇଁ କିପରି ଅସୁବିଧା ବଢ଼ାଇବ ଜାଣନ୍ତୁ ସେ ସମ୍ପର୍କରେ…

କମ୍ପାନୀ Android-୧୬ ରେ ଉପଲବ୍ଧ କିଛି ସ୍ବତନ୍ତ୍ର ଫିଚରଗୁଡ଼ିକର ଏକ ଝଲକ ଦେଇଛି। Android Show ସମୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଫିଚରଟି ମୋବାଇଲ ସୁରକ୍ଷା ଏବଂ ଚୋରି ସୁରକ୍ଷା ସହିତ ଜଡ଼ିତ। Android-୧୬ ସହିତ କମ୍ପାନୀ ଫ୍ୟାକ୍ଟ୍ରି ରିସେଟ ସୁରକ୍ଷା ଫିଚରକୁ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ କରିବାକୁ ପ୍ରସ୍ତୁତି କରୁଛି। ନୂତନ ଅପରେଟିଂ ସିଷ୍ଟମ ସହିତ, ଆପଣଙ୍କ ଫୋନ୍‌ରେ ଏପରି ଏକ ଚମତ୍କାର ଫିଚର ଯୋଡ଼ା ହେବାକୁ ଯାଉଛି ଯାହା ଚୋରମାନଙ୍କ ପାଇଁ ସମସ୍ୟା ବଢ଼ାଇପାରେ।

ଫୋନ ଚୋରି ହେବା ପରେ ଯେତେବେଳେ ଚୋରି ହୋଇଥିବା ଫୋନକୁ Find My Device ବ୍ୟବହାର କରି ରିସେଟ୍‌ କରାଯାଏ, ସେତେବେଳେ ଫୋନକୁ ପୁଣି ଥରେ ବ୍ୟବହାର କରିବା ପାଇଁ, ପୂର୍ବରୁ ଫୋନରେ ଚାଲୁଥିବା Google ଆକାଉଣ୍ଟ ଏଣ୍ଟ୍ରି କରିବା ଆବଶ୍ୟକ। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ, ଚୋରମାନେ ଏହି ବ୍ୟବସ୍ଥାକୁ ବାଇପାସ କରିବାର ଏକ ନୂଆ ଉପାୟ ବାଛିଛନ୍ତି।

ଚୋରମାନେ ସେଟ୍‌ଅପ୍‌ ଓ୍ବଜାର୍ଡକୁ ଛାଡି ଫୋନକୁ ଆକ୍ଟିଭ୍‌ କରିବାର ଏକ ଉପାୟ ପାଇଛନ୍ତି। ଫୋନ୍‌ ଆକ୍ଟିଭ୍‌ ହେବା ପରେ, ଚୋରି ହୋଇଥିବା ଫୋନ୍‌ ଅନ୍ୟ ଗ୍ରାହକଙ୍କୁ ବିକ୍ରୟ କରିବା ସହଜ ହୋଇଯାଏ, କିନ୍ତୁ ଏବେ ଗୁଗ୍‌ଲ ଏହାର ସମାଧାନ ଖୋଜି ବାହାର କରିଛି।

ଗୁଗ୍‌ଲ FRP ଅର୍ଥାତ୍‌ ଫ୍ୟାକ୍ଟ୍ରି ରିସେଟ ସୁରକ୍ଷାକୁ ପୂର୍ବ ଅପେକ୍ଷା ବହୁତ କଠୋର କରିଛି, ଯଦି ଫୋନ୍‌ ଚୋରି ହେବା ପରେ, କୌଣସି ଚୋର ସେଟଅପ୍‌ ଓ୍ବିଜାର୍ଡକୁ ବାଇପାସ୍‌ କରିବାକୁ ଚେଷ୍ଟା କରେ, ତେବେ ସିଷ୍ଟମଟି ପୁଣି ଫ୍ୟାକ୍ଟ୍ରି ରିସେଟ୍‌ ହେବ ଏବଂ ପୁଣି ଥରେ ଫୋନ୍‌ ମାଲିକଙ୍କୁ ଗୁଗ୍‌ଲ ଆକାଉଣ୍ଟ କିମ୍ବା ସ୍କ୍ରିନ ଲକ୍‌ ପାସକୋଡ୍‌ ପ୍ରବେଶ କରିବାକୁ କହିବ, ଯାହା ଚୋରଙ୍କ କଷ୍ଟ ବଢ଼ାଇବ କାରଣ ସେମାନେ ଫୋନ୍‌ ସେଟଅପ୍‌ କରିପାରିବେ ନାହିଁ।

ଯଦି ଫୋନ୍‌ ସେଟ ଅପ୍‌ ହୋଇନାହିଁ ତେବେ ଏହାକୁ ବ୍ୟବହାର କରାଯାଇପାରିବ ନାହିଁ, ଯାହାର ଅର୍ଥ ହେଉଛି ଅନ୍ୟ କୌଣସି ଗ୍ରାହକ ଫୋନ କିଣିବେ ନାହିଁ। ଏପରି ପରିସ୍ଥିତିରେ ଏହା କହିବା ଭୁଲ ହେବ ନାହିଁ ଯେ ଆଣ୍ଡ୍ରଏଡ୍‌ ଫୋନ ଚୋରି କରିବା ପରେ ଏହା ଚୋରମାନଙ୍କ ପାଇଁ ବିପଦ ସୃଷ୍ଟି କରିବ।

The post ଏଣିକି ଫୋନ୍‌ ଚୋରି କଲେ ଧରାପଡ଼ିବେ ଚୋର, ଜାଣନ୍ତୁ କେମିତି… appeared first on Dharitri Odia News.