ଭିଏତନାମରେ ତ୍ରିରାଷ୍ଟ୍ରୀୟ ଖେଳିବ ଭାରତ
ନୂଆଦିଲ୍ଲୀ, ୩।୭: ଭାରତୀୟ ଫୁଟବଲ ଦଳ ଭିଏତନାମ ଯାଇ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଏଥିରେ ତୃତୀୟ ଦଳଭାବେ ଲେବାନନ ଅଂଶଗ୍ରହଣ କରିବ। ଫିଫା ଓ୍ବିଣ୍ଡୋକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବରରେ ଏହି ତ୍ରିରାଷ୍ଟ୍ରୀୟ ରଖା ଯାଇଥିବା ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ପକ୍ଷରୁ ପ୍ରକାଶ କରାଯାଇଛି। ଭିଏତନାମ ସମ୍ପ୍ରତି ଫିଫା ର଼୍ୟାଙ୍କିଙ୍ଗ୍ର ୧୧୬ତମ ସ୍ଥାନରେ ଥିବାବେଳେ ଲେବାନନ ୧୧୭ ଓ ଭାରତ ୧୨୪ତମ ସ୍ଥାନରେ ରହିଛି। ମୁଖ୍ୟ କୋଚ୍ ପଦରୁ ଇଗର ଷ୍ଟିମାକଙ୍କୁ ବହିଷ୍କାର କରାଯିବାପରେ […] The post ଭିଏତନାମରେ ତ୍ରିରାଷ୍ଟ୍ରୀୟ ଖେଳିବ ଭାରତ appeared first on Dharitri Odia News.
ନୂଆଦିଲ୍ଲୀ, ୩।୭: ଭାରତୀୟ ଫୁଟବଲ ଦଳ ଭିଏତନାମ ଯାଇ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଏଥିରେ ତୃତୀୟ ଦଳଭାବେ ଲେବାନନ ଅଂଶଗ୍ରହଣ କରିବ। ଫିଫା ଓ୍ବିଣ୍ଡୋକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବରରେ ଏହି ତ୍ରିରାଷ୍ଟ୍ରୀୟ ରଖା ଯାଇଥିବା ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ପକ୍ଷରୁ ପ୍ରକାଶ କରାଯାଇଛି।
ଭିଏତନାମ ସମ୍ପ୍ରତି ଫିଫା ର଼୍ୟାଙ୍କିଙ୍ଗ୍ର ୧୧୬ତମ ସ୍ଥାନରେ ଥିବାବେଳେ ଲେବାନନ ୧୧୭ ଓ ଭାରତ ୧୨୪ତମ ସ୍ଥାନରେ ରହିଛି। ମୁଖ୍ୟ କୋଚ୍ ପଦରୁ ଇଗର ଷ୍ଟିମାକଙ୍କୁ ବହିଷ୍କାର କରାଯିବାପରେ ବ୍ଲୁ ଟାଇଗର୍ସର ଏହା ପ୍ରଥମ ଟୁର୍ନାମେଣ୍ଟ। ଏଆଇଏଫଏଫ ଏପର୍ଯ୍ୟନ୍ତ ନୂଆ କୋଚ୍ ନିଯୁକ୍ତ କରି ନ ଥିବାରୁ ତ୍ରିରାଷ୍ଟ୍ରୀୟ ସମୟରେ ଏହି ଦାୟିତ୍ୱ ତୁଲାଉଛି ତାହା ଦେଖିବାକୁ ରହିଛି। ଭାରତ ଅକ୍ଟୋବର ୯ରେ ଭିଏତନାମ ଓ ୧୨ରେ ଲେବାନନକୁ ଭେଟିବ। ୧୫ ତାରିଖରେ ଭିଏତନାମ ଓ ଲେବାନନ ମଧ୍ୟରେ ମୁକାବିଲା ହେବ।
The post ଭିଏତନାମରେ ତ୍ରିରାଷ୍ଟ୍ରୀୟ ଖେଳିବ ଭାରତ appeared first on Dharitri Odia News.