ଲୋକସଭା ଟିକେଟ୍ କଟିବାରୁ ବିଷ ପିଇଲେ ସାଂସଦ, ଅବସ୍ଥା ଗୁରୁତର

ଇରୋଡ ୨୫।୩: ତାମିଲନାଡୁ ଇରୋଡର ଏମଡିଏମକେ ସାଂସଦ ଏ. ଗଣେଷ ମୂର୍ତ୍ତିଙ୍କୁ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତରମାନେ ସୋମବାର କହିଛନ୍ତି। ପୋଲିସ ସୂଚନା ଅନୁସାରେ ୨୦୧୯ ଲୋକସଭା ନିର୍ବାଚନରେ ଏମଡିଏମକେ ଟିକେଟରେ ସାଂସଦ ନିର୍ବାଚିତ ଗଣେଶ ମୂର୍ତ୍ତି ରବିବାର ପୂର୍ବାହ୍ନ ପାଖାପାଖି ସାଢେ ୯ଟା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଏଣୁ ପରିବାର ଲୋକେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ପୋଲିସ ସୂଚନା ଅନୁସାରେ ତାଙ୍କୁ ଯାଞ୍ଚପରେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି। ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ ସେ ‘ସଲଫାସ୍’ ନାମକ କିଟନାଶକ ମିଶ୍ରିତ ପାଣି ପିଇ ଦେଇଛନ୍ତି। ରିପୋର୍ଟ ଅନୁସାରେ ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ ସାଂସଦ ଆତ୍ମହତ୍ୟା କରି ଜୀବନ ସମାପ୍ତ କରିବା ପାଇଁ ସଲଫାସ କିଟନାଶକ ଯୁକ୍ତ ପାଣି ପିଇଛନ୍ତି। ତେବେ ଏମଡିଏମକେ ଏଥର ନିର୍ବାଚନରେ ତାଙ୍କୁ ଟିକେ ଦେବାକୁ ମନା କରିବାରୁ ସେ ଏପରି ପଦକ୍ଷେପ ନେଇଥିବା ପରିବାର ଲୋକେ କହିଛନ୍ତି। ସାଂସଦଙ୍କ ଆତ୍ମହତ୍ୟା ଉଦ୍ୟମ ନେଇ ଯେତେବେଳେ ଇରୋଡ ସହରର ଘରୋଇ ହସ୍ପିଟାଲ ଅଧିକାରୀମାନଙ୍କୁ ପଚରାଉଚରା କରଗଲା ସେମାନେ ପ୍ରସଙ୍ଗରେ କିଛି କହିବାକୁ ମନା କରିଦେଇଛନ୍ତି। ତେବେ ପରିବାର ଲୋକେ ତାଙ୍କୁ ଟିକେଟ ମନା କରିଦିଆଯିବାରୁ ସେ ମାନସିକ ଅଶାନ୍ତିରେ ଥି

ଲୋକସଭା ଟିକେଟ୍ କଟିବାରୁ ବିଷ ପିଇଲେ ସାଂସଦ, ଅବସ୍ଥା ଗୁରୁତର

ଇରୋଡ ୨୫।୩: ତାମିଲନାଡୁ ଇରୋଡର ଏମଡିଏମକେ ସାଂସଦ ଏ. ଗଣେଷ ମୂର୍ତ୍ତିଙ୍କୁ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତରମାନେ ସୋମବାର କହିଛନ୍ତି। ପୋଲିସ ସୂଚନା ଅନୁସାରେ ୨୦୧୯ ଲୋକସଭା ନିର୍ବାଚନରେ ଏମଡିଏମକେ ଟିକେଟରେ ସାଂସଦ ନିର୍ବାଚିତ ଗଣେଶ ମୂର୍ତ୍ତି ରବିବାର ପୂର୍ବାହ୍ନ ପାଖାପାଖି ସାଢେ ୯ଟା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଏଣୁ ପରିବାର ଲୋକେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ। 

ପୋଲିସ ସୂଚନା ଅନୁସାରେ ତାଙ୍କୁ ଯାଞ୍ଚପରେ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି। ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ ସେ ‘ସଲଫାସ୍’ ନାମକ କିଟନାଶକ ମିଶ୍ରିତ ପାଣି ପିଇ ଦେଇଛନ୍ତି। ରିପୋର୍ଟ ଅନୁସାରେ ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି ଯେ ସାଂସଦ ଆତ୍ମହତ୍ୟା କରି ଜୀବନ ସମାପ୍ତ କରିବା ପାଇଁ ସଲଫାସ କିଟନାଶକ ଯୁକ୍ତ ପାଣି ପିଇଛନ୍ତି। ତେବେ ଏମଡିଏମକେ ଏଥର ନିର୍ବାଚନରେ ତାଙ୍କୁ ଟିକେ ଦେବାକୁ ମନା କରିବାରୁ ସେ ଏପରି ପଦକ୍ଷେପ ନେଇଥିବା ପରିବାର ଲୋକେ କହିଛନ୍ତି। 

ସାଂସଦଙ୍କ ଆତ୍ମହତ୍ୟା ଉଦ୍ୟମ ନେଇ ଯେତେବେଳେ ଇରୋଡ ସହରର ଘରୋଇ ହସ୍ପିଟାଲ ଅଧିକାରୀମାନଙ୍କୁ ପଚରାଉଚରା କରଗଲା ସେମାନେ ପ୍ରସଙ୍ଗରେ କିଛି କହିବାକୁ ମନା କରିଦେଇଛନ୍ତି। ତେବେ ପରିବାର ଲୋକେ ତାଙ୍କୁ ଟିକେଟ ମନା କରିଦିଆଯିବାରୁ ସେ ମାନସିକ ଅଶାନ୍ତିରେ ଥିଲେ ଓ ଏହି କାରଣରୁ ସେ ବିଷ ଖାଇଛନ୍ତି ବୋଲି କହିଛନ୍ତି। ତେବେ ଗଣେଷ ମୂର୍ତ୍ତି ଅସୁସ୍ଥ ହୋଇପଡିଥିବା ସୂଚନା ପାଇ ଡିଏମକେର ଏସ୍. ମୁଥୁସ୍ୱାମୀ, ଡା.ସି ସରସ୍ୱତୀ. ମୋଡାକୁରିଚି ବିଜେପି ବିଧାୟକ, ଏଆଇଡିଏମକେ ନେତା ଭି.ରାମଲିଙ୍ଗମ ଓ ଅନ୍ୟ ନେତାମାନେ ହସ୍ପିଟାଲ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ହାଲଚାର ପଚାରି ବୁଝିଛନ୍ତି।