ଦଳ ଛାଡ଼ିଥିବା ନେତାଙ୍କୁ ଫେରି ଆସିବାକୁ ପିସିସି ସଭାପତିଙ୍କ ନିବେଦନ
ଭୁବନେଶ୍ୱର,୧୫।୨(ସୁନୀତ ମିଶ୍ର):କଂଗ୍ରେସରୁ ବିଗତ ଦିନରେ ଦଳ ବିରୋଧୀ କାର୍ଯ୍ୟ ହେଉ ବା ଅନ୍ୟ କୌଣସି କାରଣରୁ ନିଲମ୍ବିତ ନେତାମାନଙ୍କୁ ପୁଣି ଥରେ ଦଳକୁ ଫେରାଇ ଅଣାଯିବ। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏନେଇ ଏକ ଚିଠି ଜାରି କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କୁ ବିଗତ ଦିନରେ କୌଣସି ପରିସ୍ଥିତି ନେଇ ନିଲମ୍ବନ ବା ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରିନିଆଗଲା। ବିଭିନ୍ନ ସମୟରେ କୌଣସି ନା କୌଣସି […] The post ଦଳ ଛାଡ଼ିଥିବା ନେତାଙ୍କୁ ଫେରି ଆସିବାକୁ ପିସିସି ସଭାପତିଙ୍କ ନିବେଦନ appeared first on Dharitri Odia News.
ଭୁବନେଶ୍ୱର,୧୫।୨(ସୁନୀତ ମିଶ୍ର):କଂଗ୍ରେସରୁ ବିଗତ ଦିନରେ ଦଳ ବିରୋଧୀ କାର୍ଯ୍ୟ ହେଉ ବା ଅନ୍ୟ କୌଣସି କାରଣରୁ ନିଲମ୍ବିତ ନେତାମାନଙ୍କୁ ପୁଣି ଥରେ ଦଳକୁ ଫେରାଇ ଅଣାଯିବ। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏନେଇ ଏକ ଚିଠି ଜାରି କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କୁ ବିଗତ ଦିନରେ କୌଣସି ପରିସ୍ଥିତି ନେଇ ନିଲମ୍ବନ ବା ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରିନିଆଗଲା। ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ ଦଳ ଛାଡ଼ି ଚାଲିଯାଇଛନ୍ତି, ସେମାନେ ପୁନର୍ବାର ଫେରି ଆସିବାକୁ ସଭାପତି ନିବେଦନ କରିଛନ୍ତି।
ସେ ଆହୁରି ଉଲ୍ଲେଖ କରିଛନ୍ତି, ଯେଉଁମାନେ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ତରଫରୁ ସମ୍ମାନର ସହ ସ୍ବାଗତ କରାଯିବ। ଗତ ସାଧାରଣ ନିର୍ବାଚନ ସମୟରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ତେବେ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ସୁରେଶ କହିଛନ୍ତି ଯେ, ଦଳକୁ ଫେରାଇ ନେଲେ କଂଗ୍ରେସ ପାଇଁ ସେ ଫୁଲ୍ ଦମ୍ରେ କାମ କରିବେ। କଂଗ୍ରେସର ପୁରୁଣା ନେତା ଓ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି। ନୂଆ ସଭାପତି ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲନ୍ତୁ ବୋଲି ସେ କହିଛନ୍ତି।
The post ଦଳ ଛାଡ଼ିଥିବା ନେତାଙ୍କୁ ଫେରି ଆସିବାକୁ ପିସିସି ସଭାପତିଙ୍କ ନିବେଦନ appeared first on Dharitri Odia News.