ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ

କେସିଙ୍ଗା,୨।୧୦(ତୁମେଶ୍ୱର ସାହୁ): କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୱାର୍ଡ ନଂ ୧୨ର ବାଲ୍ମୀକି ସମାଜ ମିଳିତ ସହଭାଗିତାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷା ଡ. ପ୍ରୟାଗ ପ୍ରତିଶ୍ରୁତି ମାଝୀଙ୍କ ଅଧ୍ୟକ୍ଷତାରେ ସଫେଇ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଏବଂ ବାଲ୍ମୀକି ସମାଜର ସଦସ୍ୟଙ୍କ ଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ କରାଯାଇଥିଲା। ଏହାପରେ ସମସ୍ତେ ଏକ ପଦଯାତ୍ରା କରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜଗନ୍ନାଥ ପଡା ଶାଖା ପର୍ଯ୍ୟନ୍ତ ଯାଇ ମହାତ୍ମା […] The post ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ appeared first on Dharitri Odia News.

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ

କେସିଙ୍ଗା,୨।୧୦(ତୁମେଶ୍ୱର ସାହୁ): କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୱାର୍ଡ ନଂ ୧୨ର ବାଲ୍ମୀକି ସମାଜ ମିଳିତ ସହଭାଗିତାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷା ଡ. ପ୍ରୟାଗ ପ୍ରତିଶ୍ରୁତି ମାଝୀଙ୍କ ଅଧ୍ୟକ୍ଷତାରେ ସଫେଇ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଏବଂ ବାଲ୍ମୀକି ସମାଜର ସଦସ୍ୟଙ୍କ ଦ୍ୱାରା ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ କରାଯାଇଥିଲା। ଏହାପରେ ସମସ୍ତେ ଏକ ପଦଯାତ୍ରା କରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜଗନ୍ନାଥ ପଡା ଶାଖା ପର୍ଯ୍ୟନ୍ତ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ସ୍ବାସ୍ଥ୍ୟକେନ୍ଦ୍ରର ଡ. ଆଶିଷ ଶତପଥୀ, ଫାର୍ମାସିଷ୍ଟ ଗୋପାଳ କୃଷ୍ଣ ପାଣିଗ୍ରାହୀ, ହିସାବ ରକ୍ଷକ ବିଶ୍ୱଭୂଷଣ ପଧାନୀ, ସାରଥୀ ଦେଇ, ମଧୁସ୍ମିତା ମହାନ୍ତି, ବିଭୁପ୍ରସାଦ ମହାପାତ୍ର, ନାରାୟଣ ସେଠୀ, ଟିକେ ରାମ ତାଣ୍ଡି ଓ ରୋଗୀ କଲ୍ୟାଣ ସମିତି ସଭ୍ୟ ବିଜୟ ଦୀପ ଏବଂ ବାଲ୍ମୀକି ସମାଜର ସଦସ୍ୟ ଉପସ୍ଥିତ ଥିଲେ।

The post ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ appeared first on Dharitri Odia News.