ଦଳିତ ଆଥ୍ଲେଟ୍ଙ୍କୁ ୫ ବର୍ଷ ଗଣବଳାତ୍କାର
ଥିରୁଭାନନ୍ତପୁରମ, ୧୨ା୧:କେରଳର ପଥାନାମଥିଟ୍ଟା ଜିଲାରେ ଜଣେ ୧୮ ବର୍ଷୀୟା ଦଳିତ ଝିଅଙ୍କୁ ୫ ବର୍ଷ ମଧ୍ୟରେ ୬୪ ଜଣ ଗଣବଳାତ୍କାର କରିଥିବାର ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଘଟଣାକୁ ନେଇ କେରଳ ରାଜ୍ୟ ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ପକ୍ଷରୁ ପଥାନାମଥିଟ୍ଟା ଏସ୍ପିଙ୍କ ନିକଟରେ ଅଭିଯୋଗ କରାଯାଇଛି। ପଥାନାମଥିଟ୍ଟା ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ପ୍ରଥମେ ପୀଡ଼ିତା ଜଣକ ତାଙ୍କୁ ଗଣବଳାତ୍କାର କରାଯାଉଥିବା ନେଇ ‘ମହିଳା ସମକ୍ୟା’ ନାମକ ଏନ୍ଜିଓର […] The post ଦଳିତ ଆଥ୍ଲେଟ୍ଙ୍କୁ ୫ ବର୍ଷ ଗଣବଳାତ୍କାର appeared first on Dharitri Odia News.
ଥିରୁଭାନନ୍ତପୁରମ, ୧୨ା୧:କେରଳର ପଥାନାମଥିଟ୍ଟା ଜିଲାରେ ଜଣେ ୧୮ ବର୍ଷୀୟା ଦଳିତ ଝିଅଙ୍କୁ ୫ ବର୍ଷ ମଧ୍ୟରେ ୬୪ ଜଣ ଗଣବଳାତ୍କାର କରିଥିବାର ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଘଟଣାକୁ ନେଇ କେରଳ ରାଜ୍ୟ ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ପକ୍ଷରୁ ପଥାନାମଥିଟ୍ଟା ଏସ୍ପିଙ୍କ ନିକଟରେ ଅଭିଯୋଗ କରାଯାଇଛି। ପଥାନାମଥିଟ୍ଟା ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।
ପ୍ରଥମେ ପୀଡ଼ିତା ଜଣକ ତାଙ୍କୁ ଗଣବଳାତ୍କାର କରାଯାଉଥିବା ନେଇ ‘ମହିଳା ସମକ୍ୟା’ ନାମକ ଏନ୍ଜିଓର ଜଣେ ସଦସ୍ୟାଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଜାଣି ଉକ୍ତ ଏନ୍ଜିଓ ସଦସ୍ୟା ସିଡବ୍ଲ୍ୟୁସିକୁ ଅବଗତ କରାଇଥିଲେ। ସିଡବ୍ଲ୍ୟୁସି ପକ୍ଷରୁ ଜଣେ ମନୋବିଜ୍ଞାନୀଙ୍କ ତତ୍ତ୍ୱାବଧାନରେ ପୀଡ଼ିତାଙ୍କ କାଉନସେଲିଂ କରାଯାଇଥିଲା। ସେ ୧୩ ବର୍ଷ ବୟସର ହୋଇଥିବାବେଳେ ତାଙ୍କ ସହ ପ୍ରଥମଥର ପାଇଁ ବଳାତ୍କାର କରାଯାଇଥିବା ନେଇ ପୀଡ଼ିତା ଜଣକ ସିଡବ୍ଲ୍ୟୁସି ଅଧିକାରୀଙ୍କୁ ଜଣାଇଥିଲେ। ପ୍ରଥମେ ଜଣେ ପଡ଼ୋଶୀ ତାଙ୍କୁ ବଳାତ୍କାର କରିଥିଲେ। ପଡ଼ୋଶୀ ଜଣକ ଅନେକ ଅଶ୍ଲୀଳ ଭିଡିଓ ପୀଡ଼ିତାଙ୍କ ସହ ଶେୟାର କରିଥିଲେ। ପୀଡ଼ିତା ଜଣେ ଆଥ୍ଲେଟ ଥିଲେ ଏବଂ ନିଜ ବିଦ୍ୟାଳୟରେ କ୍ରୀଡ଼ା କ୍ଷେତ୍ରରେ ସକ୍ରିୟ ଥିଲେ ବୋଲି ସିଡବ୍ଲ୍ୟୁସି ପଥାନାମଥିଟ୍ଟା ଜିଲା ଅଧ୍ୟକ୍ଷ ଏନ. ରାଜୀବ କହିଛନ୍ତି। କ୍ରୀଡ଼ା ସମ୍ପର୍କିତ ବିଭିନ୍ନ ଟ୍ରେନିଂ କାର୍ଯ୍ୟକ୍ରମ ପାଇଁ ସେ ସ୍ପୋର୍ଟସ୍ ହଷ୍ଟେଲରେ ରହୁଥିଲେ। ସେଠାରେ ତାଙ୍କୁ କୋଚ୍ଙ୍କ ସମେତ ହଷ୍ଟେଲର ଅନ୍ୟ କର୍ମଚାରୀମାନେ ବହୁବାର ଗଣବଳାତ୍କାର କରିଥିବା ପୀଡ଼ିତା କହିଛନ୍ତି। ତାଙ୍କର କିଛି ଭିଡିଓକୁ ମଧ୍ୟ ଭାଇରାଲ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପୋଲିସ ପୀଡ଼ିତାଙ୍କ ବିସ୍ତୃତ ବୟାନ ରେକର୍ଡ କରିଛି। ଏବେ ସୁଦ୍ଧା ୪୦ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ପୀଡ଼ିତା ପ୍ରଥମଥର ପାଇଁ ବଳାତ୍କାରର ଶିକାର ହୋଇଥିଲେ। ତାଙ୍କୁ ସର୍ବସାଧାରଣ ସ୍ଥାନରେ ମଧ୍ୟ ଦୁର୍ବ୍ୟବହାର କରାଯାଇଥିଲା। ସିଡବ୍ଲ୍ୟୁସି ପୀଡ଼ିତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବ ବୋଲି ଏନ୍. ରାଜୀବ କହିଛନ୍ତି। ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ(ଏନ୍ସିଡବ୍ଲ୍ୟୁ) ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ କେରଳ ପୋଲିସକୁ ନୋଟିସ ଜାରି କରିଛନ୍ତି। ପୀଡ଼ିତାଙ୍କ ଚିକିତ୍ସା ଏବଂ ମାନସିକ ଯତ୍ନ ସହ ସର୍ବନିମ୍ନ ସମୟସୀମା ମଧ୍ୟରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏନ୍ସିଡବ୍ଲ୍ୟୁ ଅଧ୍ୟକ୍ଷା ବିଜୟା ରାହତ୍କର କହିଛନ୍ତି।
The post ଦଳିତ ଆଥ୍ଲେଟ୍ଙ୍କୁ ୫ ବର୍ଷ ଗଣବଳାତ୍କାର appeared first on Dharitri Odia News.