ରବିବାର ବିଶ୍ୱ ଏଡସ୍‌ ଦିବସ, ଏବର୍ଷର ଥିମ୍‌- ‘ଠିକ୍ ମାର୍ଗ ଅନୁସରଣ କର : ମୋ ସ୍ବାସ୍ଥ୍ୟ ମୋ ଅଧିକାର’

ଭୁବନେଶ୍ୱର ୦୧।୧୨: ଆଜି ବିଶ୍ବ ଏଡସ୍ ଦିବସ ପାଳିତ ହେଉଛି । ଏହି ଅବସରରେ ରାଜ୍ୟର ଏଡସ୍ ରୋଗୀଙ୍କୁ ନେଇ ଚିନ୍ତା ବଢିଛି । ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୨୪ ଶହ ୮୯ ଏଡ୍ ସ ରୋଗୀ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଆର୍ଥିକ ବର୍ଷରେ ୩୭ଶହ ୨୬ ଜଣ ଚିହ୍ନଟ ହୋଇଥିଲେ। ତେଣୁ ପୂର୍ବ ବର୍ଷ ଅପେକ୍ଷା ଏଡ୍‌ସ ରୋଗୀଙ୍କ ସଂଖ୍ୟା କମିଛି। ଏଥର ବିଶ୍ୱ ଏଡ୍‌ସ ଦିବସର ବିଷୟବସ୍ତୁ ରହିଛି ‘ଠିକ୍ ମାର୍ଗ ଅନୁସରଣ କର : ମୋ ସ୍ବାସ୍ଥ୍ୟ ମୋ ଅଧିକାର’। ଓଡ଼ିଶା ଷ୍ଟେଟ୍ ଏଡ୍ ସ କଣ୍ଟ୍ରୋଲ ସୋସାଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୨ ମସିହାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୩ ହଜାର ୪୩୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୨ହଜାର ୬୩୯ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୪୭ହଜାର ୫୦୭ ବଞ୍ଚିଛନ୍ତି। ୨୦୧୨ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗଞ୍ଜାମ ଓ କଟକ ଜିଲ୍ଲାରେ ଏଡ୍ ସ ରୋଗୀଙ୍କ ସଂଖ୍ୟା ଅଧିକ।

ରବିବାର ବିଶ୍ୱ ଏଡସ୍‌ ଦିବସ, ଏବର୍ଷର ଥିମ୍‌- ‘ଠିକ୍ ମାର୍ଗ ଅନୁସରଣ କର : ମୋ ସ୍ବାସ୍ଥ୍ୟ ମୋ ଅଧିକାର’

ଭୁବନେଶ୍ୱର ୦୧।୧୨: ଆଜି ବିଶ୍ବ ଏଡସ୍ ଦିବସ ପାଳିତ ହେଉଛି । ଏହି ଅବସରରେ ରାଜ୍ୟର ଏଡସ୍ ରୋଗୀଙ୍କୁ ନେଇ ଚିନ୍ତା ବଢିଛି । ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୨୪ ଶହ ୮୯ ଏଡ୍ ସ ରୋଗୀ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଆର୍ଥିକ ବର୍ଷରେ ୩୭ଶହ ୨୬ ଜଣ ଚିହ୍ନଟ ହୋଇଥିଲେ। ତେଣୁ ପୂର୍ବ ବର୍ଷ ଅପେକ୍ଷା ଏଡ୍‌ସ ରୋଗୀଙ୍କ ସଂଖ୍ୟା କମିଛି। ଏଥର ବିଶ୍ୱ ଏଡ୍‌ସ ଦିବସର ବିଷୟବସ୍ତୁ ରହିଛି ‘ଠିକ୍ ମାର୍ଗ ଅନୁସରଣ କର : ମୋ ସ୍ବାସ୍ଥ୍ୟ ମୋ ଅଧିକାର’। 

ଓଡ଼ିଶା ଷ୍ଟେଟ୍ ଏଡ୍ ସ କଣ୍ଟ୍ରୋଲ ସୋସାଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୨ ମସିହାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୩ ହଜାର ୪୩୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୨ହଜାର ୬୩୯ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୪୭ହଜାର ୫୦୭ ବଞ୍ଚିଛନ୍ତି। ୨୦୧୨ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗଞ୍ଜାମ ଓ କଟକ ଜିଲ୍ଲାରେ ଏଡ୍ ସ ରୋଗୀଙ୍କ ସଂଖ୍ୟା ଅଧିକ।