ଚେନ୍ନାଇ ବୋଲରଙ୍କ ଶାଣିତ ବୋଲିଂ, ୧୩୭ ରନରେ ଅଟକିଲା କୋଲକାତା
ଚେନ୍ନାଇ: ଏମ ଚିଦାମ୍ବରମ ଷ୍ଟାଡିୟମରେ ଆଜି ଆଇପିଏଲ୍ର ୨୨ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଚେନ୍ନାଇ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ୯ ଓ୍ଵିକେଟ୍ ହରାଇ ୧୩୭ ରନ କରି ପାରିଛି। ଚେନ୍ନାଇ ସମ୍ମୁଖରେ ୧୩୮ ରନର ସହଜ ବିଜୟ ଲକ୍ଷ୍ୟ ରହିଛି। କୋଲକାତା ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୩୪ ରନ ଓ ସୁନିଲ ନାରିନ ୨୭ ରନ କରିଛନ୍ତି। ଚେନ୍ନାଇ ତରଫରୁ ରବୀନ୍ଦ୍ର ଜାଡ଼େଜା ୧୮ ରନ ଦେଇ ୩ଟି ଓ ତୁଷାର ଦେଶପାଣ୍ଡେ ୩୩ ରନରେ ୩ ଓ୍ଵିକେଟ୍ ନେଇଛନ୍ତି। Also read: ରୋହିତ ଓ ବିରାଟଙ୍କୁ ଟି-୨୦ ବିଶ୍ଵକପରେ ଓପନିଂ କରିବା ଉଚିତ୍ କି ନାହିଁ ? ସ୍ପଷ୍ଟ ଶବ୍ଦରେ ଉତ୍ତର ରଖିଲେ ବ୍ରାଏନ ଲାରାଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତାକୁ ପ୍ରଥମ ବଲରୁ ଝଟକା ଲାଗିଥିଲା। ଫିଲିପ ସଲ୍ଟ ଗୋଲ୍ଡେନ ଡକର ଶିକାର ହୋଇଥିଲେ। ଏହା ପରେ ସୁନିଲ ନାରିନ ଓ ଅଙ୍ଗକ୍ରିଷ ରଘୁବଂଶୀ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ରଘୁବଂଶୀ ୨୪ ରନ କରି ଆଉଟ୍ ହୋଇଥିଲେ। ସୁନିଲ ନାରିନ ୨୭ ରନ କରି ପାଭିଲିୟନ ଫେରିଥିଲେ। ଭେଙ୍କଟେଶ ଆୟର(୩) ନିରାଶ କରିଥିଲେ। ରମଣଦୀପ ସିଂ(୧୩) କିଛି ଖାସ୍ କରି ପାରି ନ ଥିଲେ। ଅଧିନାୟକ ଶ୍ରେୟସ ଆୟର ଗୋଟିଏ ପଟେ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ଦଳ ଓ୍ଵିକେଟ୍ ହରାଇ ଚାଲି
ଚେନ୍ନାଇ: ଏମ ଚିଦାମ୍ବରମ ଷ୍ଟାଡିୟମରେ ଆଜି ଆଇପିଏଲ୍ର ୨୨ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଚେନ୍ନାଇ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ୯ ଓ୍ଵିକେଟ୍ ହରାଇ ୧୩୭ ରନ କରି ପାରିଛି। ଚେନ୍ନାଇ ସମ୍ମୁଖରେ ୧୩୮ ରନର ସହଜ ବିଜୟ ଲକ୍ଷ୍ୟ ରହିଛି। କୋଲକାତା ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୩୪ ରନ ଓ ସୁନିଲ ନାରିନ ୨୭ ରନ କରିଛନ୍ତି। ଚେନ୍ନାଇ ତରଫରୁ ରବୀନ୍ଦ୍ର ଜାଡ଼େଜା ୧୮ ରନ ଦେଇ ୩ଟି ଓ ତୁଷାର ଦେଶପାଣ୍ଡେ ୩୩ ରନରେ ୩ ଓ୍ଵିକେଟ୍ ନେଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତାକୁ ପ୍ରଥମ ବଲରୁ ଝଟକା ଲାଗିଥିଲା। ଫିଲିପ ସଲ୍ଟ ଗୋଲ୍ଡେନ ଡକର ଶିକାର ହୋଇଥିଲେ। ଏହା ପରେ ସୁନିଲ ନାରିନ ଓ ଅଙ୍ଗକ୍ରିଷ ରଘୁବଂଶୀ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ରଘୁବଂଶୀ ୨୪ ରନ କରି ଆଉଟ୍ ହୋଇଥିଲେ। ସୁନିଲ ନାରିନ ୨୭ ରନ କରି ପାଭିଲିୟନ ଫେରିଥିଲେ। ଭେଙ୍କଟେଶ ଆୟର(୩) ନିରାଶ କରିଥିଲେ। ରମଣଦୀପ ସିଂ(୧୩) କିଛି ଖାସ୍ କରି ପାରି ନ ଥିଲେ। ଅଧିନାୟକ ଶ୍ରେୟସ ଆୟର ଗୋଟିଏ ପଟେ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ଦଳ ଓ୍ଵିକେଟ୍ ହରାଇ ଚାଲିଥିଲା। ରିଙ୍କୁ ସିଂ(୯) ମଧ୍ୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଆନ୍ଦ୍ରେ ରସେଲ(୧୦) ଆଜି ବିସ୍ଫୋରକ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଶ୍ରେୟସ ଆୟର ୩୪ ରନ କରି ଆଉଟ୍ ହୋଇଥିଲେ। ଶେଷରେ କୋଲକାତା ୯ ଓ୍ଵିକେଟ୍ ହରାଇ ୧୩୪ ରନ କରିଥିଲା।
ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ଘାତକ ବୋଲିଂ କରି ୪ ଓଭରରେ ୧୮ ରନ ଦେଇ ୩ଟି ଓ ତୁଷାର ଦେଶପାଣ୍ଡେ ୩୩ ରନ ବିନିମୟରେ ୩ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ମୁସ୍ତାଫିଜୁର ରେହମାନ ୪ ଓଭରରେ ୨୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।