ଧାନ ଗୋଦାମ ଅଫିସରୁ ଆଜ୍ବେଷ୍ଟସ୍ ଭାଙ୍ଗି ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ପାଟଣା,୪ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସାଧୁପଡ଼ା ଛକ ନିକଟରେ ଥିବା ଅରବିନ୍ଦ ଦାଶଙ୍କ ଧାନ ଗୋଦାମର ଆଜବେଷ୍ଟସ୍ ତାଡ଼ି କେହି ଦୁର୍ବୃତ୍ତ ମଙ୍ଗଳବାର ରାତ୍ରି ଟେବୁଲ ଡ୍ର’ରୁ ନଗଦ ୨୦ହଜାର ଟଙ୍କା ଲୁଟି ନେଇଛନ୍ତି। ତେବେ ଅଫିସ ଡ୍ର’ ରେ ଦସ୍ତଖତ ହୋଇ ଥିବା ଚେକ୍ ବହି କିମ୍ବା ଲାପଟପ୍କୁ ଛାଡ଼ି ଯାଇଛନ୍ତି ଦୁର୍ବୃତ୍ତ। ଅଭିଯୋଗ ପରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଓ ଏସ୍ଆଇ ଲକ୍ଷ୍ମଣ କୁମାର ମାଝୀ ଘଟଣାସ୍ଥଳରେ […] The post ଧାନ ଗୋଦାମ ଅଫିସରୁ ଆଜ୍ବେଷ୍ଟସ୍ ଭାଙ୍ଗି ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.
ପାଟଣା,୪ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସାଧୁପଡ଼ା ଛକ ନିକଟରେ ଥିବା ଅରବିନ୍ଦ ଦାଶଙ୍କ ଧାନ ଗୋଦାମର ଆଜବେଷ୍ଟସ୍ ତାଡ଼ି କେହି ଦୁର୍ବୃତ୍ତ ମଙ୍ଗଳବାର ରାତ୍ରି ଟେବୁଲ ଡ୍ର’ରୁ ନଗଦ ୨୦ହଜାର ଟଙ୍କା ଲୁଟି ନେଇଛନ୍ତି। ତେବେ ଅଫିସ ଡ୍ର’ ରେ ଦସ୍ତଖତ ହୋଇ ଥିବା ଚେକ୍ ବହି କିମ୍ବା ଲାପଟପ୍କୁ ଛାଡ଼ି ଯାଇଛନ୍ତି ଦୁର୍ବୃତ୍ତ। ଅଭିଯୋଗ ପରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଓ ଏସ୍ଆଇ ଲକ୍ଷ୍ମଣ କୁମାର ମାଝୀ ଘଟଣାସ୍ଥଳରେ ପରିଦର୍ଶନ ସହ ତଦନ୍ତ ଆରମ୍ଭ କରିଛନ୍ତି। ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି।
The post ଧାନ ଗୋଦାମ ଅଫିସରୁ ଆଜ୍ବେଷ୍ଟସ୍ ଭାଙ୍ଗି ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ appeared first on Dharitri Odia News.