ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର, ଫିଟ୍ ହେଲେ ସୂର୍ଯ୍ୟକୁମାର ଯାଦବ; ଖେଳି ପାରନ୍ତି ଆଗାମୀ ମ୍ୟାଚ୍
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ଲଗାତାର ୩ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ମୁସ୍କିଲ ସ୍ଥିତିରେ ରହିଛି। ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ପାଇଁ ଦଳକୁ ଆଗାମୀ ମ୍ୟାଚ୍ ଗୁଡ଼ିକ ଯେମିତି ହେଲେ ଜିତିବା ଦରକାର। ଯଦି ଦଳର ପ୍ରଦର୍ଶନ ଏମିତି ରହେ ତେବେ ପ୍ଲେ ଅଫ ଦୌଡ଼ରୁ ଦଳ ବହୁତ ଶୀଘ୍ର ବାଦ ପଡ଼ିବ। ଏହା ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ଦଳର ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସଂପୂର୍ଣ୍ଣ ଫିଟ୍ ହୋଇ ଯାଇଛନ୍ତି ଏବଂ ଶୀଘ୍ର ମଇଦାନକୁ ଫେରିବାକୁ ଯାଉଛନ୍ତି।Also read: ମୟଙ୍କ ଯାଦବଙ୍କ ଘାତକ ବୋଲିଂକୁ କେମିତି ଖେଳିବେ ବ୍ୟାଟର ? ମାଥ୍ୟୁ ହେଡେନ ଦେଲେ ଗୁରୁମନ୍ତ୍ରଇଣ୍ଡିଆନ୍ସ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ ବୁଧବାର ସୂର୍ଯ୍ୟକୁମାରଙ୍କୁ ଫିଟ୍ ଘୋଷିତ କରିଛି। ଏହି ତାରକା ବ୍ୟାଟର ତିନି ମାସରୁ ଅଧିକ ସମୟ ହେବ କ୍ରିକେଟରୁ ଦୂରରେ ଥିଲେ। ବିସିସିଆଇ ଓ ଏନସିଏର ଫିଜିଓ ସୂର୍ଯ୍ୟକୁମାର ଯାଦବଙ୍କ ଆହତ ସମସ୍ୟାକୁ ନେଇ କୌଣସି ରିସ୍କ ଉଠାଇବାକୁ ଚାହୁଁ ନ ଥିଲେ। ଯାଦବଙ୍କୁ ଫିଟ୍ ଘୋଷିତ କରିବା ପୂର୍ବରୁ ତାଙ୍କୁ ନୀରିକ୍ଷଣରେ ରଖିଥିଲେ।ବିସିସିଆଇର ସୂତ୍ର ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବଙ୍କୁ ତିନୋଟି ଫିଟନେସ୍ ଟେଷ୍ଟ ଦେଇ ଗତି କରିବାକୁ ପଡ଼ିଥିଲା। ଆଉ ସବୁଥିରେ ସୂର୍ଯ୍ୟ ଉତ୍ତୀର୍ଣ୍ଣ ହୋଇଥିବା ଏନସିଏ କହିଛି। ଏନସିଏରେ କି
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ଲଗାତାର ୩ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ମୁସ୍କିଲ ସ୍ଥିତିରେ ରହିଛି। ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ପାଇଁ ଦଳକୁ ଆଗାମୀ ମ୍ୟାଚ୍ ଗୁଡ଼ିକ ଯେମିତି ହେଲେ ଜିତିବା ଦରକାର। ଯଦି ଦଳର ପ୍ରଦର୍ଶନ ଏମିତି ରହେ ତେବେ ପ୍ଲେ ଅଫ ଦୌଡ଼ରୁ ଦଳ ବହୁତ ଶୀଘ୍ର ବାଦ ପଡ଼ିବ। ଏହା ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ଦଳର ତାରକା ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସଂପୂର୍ଣ୍ଣ ଫିଟ୍ ହୋଇ ଯାଇଛନ୍ତି ଏବଂ ଶୀଘ୍ର ମଇଦାନକୁ ଫେରିବାକୁ ଯାଉଛନ୍ତି।
Also read: ମୟଙ୍କ ଯାଦବଙ୍କ ଘାତକ ବୋଲିଂକୁ କେମିତି ଖେଳିବେ ବ୍ୟାଟର ? ମାଥ୍ୟୁ ହେଡେନ ଦେଲେ ଗୁରୁମନ୍ତ୍ର
ଇଣ୍ଡିଆନ୍ସ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ ବୁଧବାର ସୂର୍ଯ୍ୟକୁମାରଙ୍କୁ ଫିଟ୍ ଘୋଷିତ କରିଛି। ଏହି ତାରକା ବ୍ୟାଟର ତିନି ମାସରୁ ଅଧିକ ସମୟ ହେବ କ୍ରିକେଟରୁ ଦୂରରେ ଥିଲେ। ବିସିସିଆଇ ଓ ଏନସିଏର ଫିଜିଓ ସୂର୍ଯ୍ୟକୁମାର ଯାଦବଙ୍କ ଆହତ ସମସ୍ୟାକୁ ନେଇ କୌଣସି ରିସ୍କ ଉଠାଇବାକୁ ଚାହୁଁ ନ ଥିଲେ। ଯାଦବଙ୍କୁ ଫିଟ୍ ଘୋଷିତ କରିବା ପୂର୍ବରୁ ତାଙ୍କୁ ନୀରିକ୍ଷଣରେ ରଖିଥିଲେ।
ବିସିସିଆଇର ସୂତ୍ର ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବଙ୍କୁ ତିନୋଟି ଫିଟନେସ୍ ଟେଷ୍ଟ ଦେଇ ଗତି କରିବାକୁ ପଡ଼ିଥିଲା। ଆଉ ସବୁଥିରେ ସୂର୍ଯ୍ୟ ଉତ୍ତୀର୍ଣ୍ଣ ହୋଇଥିବା ଏନସିଏ କହିଛି। ଏନସିଏରେ କିଛି ଅଭ୍ୟାସ୍ ମ୍ୟାଚ୍ ଖେଳିଥିଲେ ସୂର୍ଯ୍ୟ, ଯେଉଁଥିରେ ସେ ଭଲ ଫର୍ମରେ ନଜର ଆସିଥିଲେ। ତେଣୁ ସେ ମୁମ୍ବାଇ ଇଣ୍ଡିଆନ୍ସରେ ଶୀଘ୍ର ସାମିଲ ହେବାର ସମ୍ଭାବନା ରହିଛି। ଏନସିଏର ଜନୈକ ଅଧିକାରୀ କହିଛନ୍ତି, ଆମେ ଏହା ସୁନିଶ୍ଚିତ କରିବାକୁ ଚାହୁଁଥିଲୁ ଯେ, ଯେବେ ସୂର୍ଯ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ ତେବେ ଶତ ପ୍ରତିଶତ ଫିଟ୍ ଥିବେ। ଆଇପିଏଲ ପୂର୍ବରୁ ଫିଟନେସ୍ ଟେଷ୍ଟରେ ସେ ୧୦୦ ପ୍ରତିଶତ ଫିଟ୍ ନିଜକୁ ଅନୁଭବ କରୁ ନ ଥିଲେ। ଏଥିପାଇଁ ଆମେ ଅପେକ୍ଷା କରିଥିଲୁ ଯେ, ବ୍ୟାଟିଂ ସମୟରେ କୌଣସି ଯନ୍ତ୍ରଣା ହେଉ ନାହିଁ ତ।