ଏଫ୍‌‌ଆଇଏଚ୍‌‌ ପୁରୁଷ ପ୍ରୋ ଲିଗ୍‌‌ ହକି: ସ୍ପେନ୍‌‌କୁ ୨-୦ ଗୋଲ୍‌ରେ ହରାଇଲା ଭାରତ

କଟକ : ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌‌ରେ ଚାଲିଥିବା ଏଫ୍‌‌ଆଇଏଚ୍‌‌ ପୁରୁଷ ପ୍ରୋ ଲିଗ୍‌‌ ହକିରେ ସ୍ପେନ୍‌‌କୁ ୨-୦ ଗୋଲରେ ହରାଇ ପ୍ରତିଶୋଧ ନେଇଛି ଘରୋଇ ଦଳ ଭାରତ। ଶନିବାର​‌ ଖେଳା ଯାଇଥିବା ପ୍ରଥମ ଚରଣ ମ୍ୟାଚ୍‌ରେ ସ୍ପେନ୍‌‌ ୩-୧ ଗୋଲରେ ଭାରତକୁ ପରାସ୍ତ କରିଥିଲା। ୨୪ ଘଣ୍ଟା ପରେ ୨ୟ ମୁକାବିଲାରେ ପୁଣି ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତୀୟ ଦଳ ୨-୦ ଗୋଲ୍‌ରେ ଜିତି ପ୍ରତିଶୋଧ ନେଇପାରିଛି। ମନଦୀପ ସିଂହ ଓ ଦିଲପ୍ରୀତ୍‌‌ ସିଂହଙ୍କ […]

ଏଫ୍‌‌ଆଇଏଚ୍‌‌ ପୁରୁଷ ପ୍ରୋ ଲିଗ୍‌‌ ହକି: ସ୍ପେନ୍‌‌କୁ ୨-୦ ଗୋଲ୍‌ରେ ହରାଇଲା ଭାରତ

କଟକ : ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌‌ରେ ଚାଲିଥିବା ଏଫ୍‌‌ଆଇଏଚ୍‌‌ ପୁରୁଷ ପ୍ରୋ ଲିଗ୍‌‌ ହକିରେ ସ୍ପେନ୍‌‌କୁ ୨-୦ ଗୋଲରେ ହରାଇ ପ୍ରତିଶୋଧ ନେଇଛି ଘରୋଇ ଦଳ ଭାରତ। ଶନିବାର​‌ ଖେଳା ଯାଇଥିବା ପ୍ରଥମ ଚରଣ ମ୍ୟାଚ୍‌ରେ ସ୍ପେନ୍‌‌ ୩-୧ ଗୋଲରେ ଭାରତକୁ ପରାସ୍ତ କରିଥିଲା। ୨୪ ଘଣ୍ଟା ପରେ ୨ୟ ମୁକାବିଲାରେ ପୁଣି ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତୀୟ ଦଳ ୨-୦ ଗୋଲ୍‌ରେ ଜିତି ପ୍ରତିଶୋଧ ନେଇପାରିଛି। ମନଦୀପ ସିଂହ ଓ ଦିଲପ୍ରୀତ୍‌‌ ସିଂହଙ୍କ ଫିଲ୍‌ଡ ଗୋଲ୍‌ ବଳରେ ଭାରତ ସ୍ପେନ୍‌‌କୁ ପରାସ୍ତ କରିଛି। ଏହି ମ୍ୟାଚ୍‌‌ରେ ଉଭୟ ଦଳ ଏକାଧିକ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ହେଁ ଏଥିରୁ ଗୋଟିଏ ହେଲେ ଗୋଲ୍‌ ଦେଇ ପାରିନଥିଲେ। ଗତ ମ୍ୟାଚ୍‌ ପରି ଏହି ମ୍ୟାଚ୍‌ରେ ସ୍ପେନ୍‌ର ଆକ୍ରମଣପନ୍ଥୀ ଭଲ ପ୍ରଦର୍ଶନ କରିଥିଲା। ହେଲେ ସ୍ପେନ୍‌‌ର ଆକ୍ରମଣକୁ ଭାରତୀୟ ରକ୍ଷଣଭାଗ ପ୍ରତିହତ କରି ପାରିଥିଲା। ୫ମ ମିନିଟରେ ମନଦୀପ ସିଂହଙ୍କୁ ଗୋଲ୍‌ଦେବାରେ ସ୍ପେନ୍‌ ଡିଫେଣ୍ଡର ରୋକି ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ମ୍ୟାଚ୍‌ ଗୋଲ୍‌ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ସ୍ପେନ୍‌‌ର ଆକ୍ରମଣ ତୀବ୍ର ହୋଇଥିଲା। ଦଳ ବାରମ୍ବାର ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ତାହାକୁ ଗୋଲରେ ପରିଣତ କରିବାକୁ ସମର୍ଥ ହୋଇନ ଥିଲା। ୩୨ ମିନିଟରେ ଭାରତ ମାରିଥିବା ପେନାଲ୍‌ଟି କର୍ଣ୍ଣରର ରିବାଉଣ୍ଡରୁ ବଲ୍‌ ପାଇ ଦିଲପ୍ରୀତ ସିଂହ ସାଥୀ ଖେଳାଳି ମନଦୀପ ସିଂହଙ୍କୁ ବଲ୍‌ ବଢ଼ାଇ ଦେଇଥିଲେ। ମନଦୀପ ସଟ୍‌ ମାରି ସ୍ପେନ୍‌ ଗୋଲ୍‌ରକ୍ଷକଙ୍କୁ ପରାସ୍ତ କରିଥିଲେ। ୭ ମିନିଟ ପରେ ଭାରତ ୨ୟ ଗୋଲ୍‌ ସ୍କୋର୍‌ କରିଥିଲା। ଗୁରଜାନ୍ତ ସିଂହଙ୍କ ରିଭର୍ସ ହିଟ୍‌କୁ ଦିଲପ୍ରୀତ ସିଂହ ​‌ଗୋଲରେ ପରିଣତ କରିଥିଲେ। ପରେ ଉଭୟ ଦଳ ଏକାଧିକ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ହେଁ ଗୋଲ୍‌ ଦେଇ ପାରିନଥିଲେ। ଭାରତ ପାଇଁ ଦୁଇ ଗୋଲ୍‌ରକ୍ଷକ ସୂରଜ କେରକେରା ଓ କିଷନ୍ ପାଠକ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଅଧିନାୟକ ହରମନପ୍ରୀତ ସିଂହଙ୍କୁ ବିଶ୍ରାମ ଦେଇଥିଲା। ମଙ୍ଗଳବାର ଓ ବୁଧବାର ଇଂଲଣ୍ଡ ସହ ସ୍ପେନ୍‌‌ର ଓ ଭାରତ ସହ ଜର୍ମାନୀର ମୁକାବିଲା ହେବ।