ଓଡ଼ିଶାରୁ କାହାକୁ ମିଳିବ ମୋଦି କ୍ୟାବିନେଟରେ ସ୍ଥାନ, ଚର୍ଚ୍ଚାରେ ଏହି ୩ ନାଁ

ଭୁବନେଶ୍ୱର,୮।୬: ଓଡ଼ିଶାରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ଅନ୍ୟପଟେ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ରବିବାର ଅପରାହ୍ନ ୫ ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ସୂତ୍ର ଅନୁଯାୟୀ, ଅନେକ ସହଯୋଗୀ ଦଳର ଏମ୍‌ପିମାନେ ମଧ୍ୟ ମୋଦି କ୍ୟାବିନେଟରେ ସାମିଲ ହୋଇପାରନ୍ତି। ସେହିପରି ଓଡ଼ିଶାରୁ ମଧ୍ୟ କେତେକ ନେତାଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିପାରେ। ଧର୍ମେନ୍ଦ୍ର, ବୈଜୟନ୍ତ, ଅପରାଜିତାଙ୍କ ସମେତ ବହୁ […] The post ଓଡ଼ିଶାରୁ କାହାକୁ ମିଳିବ ମୋଦି କ୍ୟାବିନେଟରେ ସ୍ଥାନ, ଚର୍ଚ୍ଚାରେ ଏହି ୩ ନାଁ appeared first on Dharitri Odia News.

ଓଡ଼ିଶାରୁ କାହାକୁ ମିଳିବ ମୋଦି କ୍ୟାବିନେଟରେ ସ୍ଥାନ, ଚର୍ଚ୍ଚାରେ ଏହି ୩ ନାଁ

ଭୁବନେଶ୍ୱର,୮।୬: ଓଡ଼ିଶାରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ଅନ୍ୟପଟେ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ରବିବାର ଅପରାହ୍ନ ୫ ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ସୂତ୍ର ଅନୁଯାୟୀ, ଅନେକ ସହଯୋଗୀ ଦଳର ଏମ୍‌ପିମାନେ ମଧ୍ୟ ମୋଦି କ୍ୟାବିନେଟରେ ସାମିଲ ହୋଇପାରନ୍ତି। ସେହିପରି ଓଡ଼ିଶାରୁ ମଧ୍ୟ କେତେକ ନେତାଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିପାରେ। ଧର୍ମେନ୍ଦ୍ର, ବୈଜୟନ୍ତ, ଅପରାଜିତାଙ୍କ ସମେତ ବହୁ ହେଭିୱେଟଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଏଥିସହ ଭର୍ତ୍ତୃହରିଙ୍କୁ ବାଚସ୍ପତି ପଦ ମିଳିବା ନେଇ କୁହାଯାଉଛି।

ଏନଡିଏର ସହଯୋଗୀ ତେଲୁଗୁ ଦେଶମ ପାର୍ଟି (ଟିଡିପି), ଜନତା ଦଳ ୟୁନାଇଟେଡ (ଜେଡିୟୁ) ଏବଂ ଜନତା ଦଳ ସମେତ ଅନ୍ୟ ଦଳ ଭାଜପା ସମ୍ମୁଖରେ ନିଜର ଦାବି ଉପସ୍ଥାପନ କରିଛନ୍ତି। ତେବେ କେଉଁ ଦଳ କେଉଁ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇବାକୁ ଯାଉଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଆଜି ଅନୁଷ୍ଠିତ ହେବାକୁ ଥିବା ଭାଜପାରର ସଂସଦୀୟ ବୋର୍ଡ ବୈଠକରେ ସ୍ପଷ୍ଟ ଚିତ୍ର ଜଣାପଡିଯିବ।

The post ଓଡ଼ିଶାରୁ କାହାକୁ ମିଳିବ ମୋଦି କ୍ୟାବିନେଟରେ ସ୍ଥାନ, ଚର୍ଚ୍ଚାରେ ଏହି ୩ ନାଁ appeared first on Dharitri Odia News.