ନିଷ୍କ୍ରିୟ ମୋବାଇଲ ନମ୍ବରରେ ଏପ୍ରିଲ ୧ରୁ ମିଳିବନି ୟୁପିଆଇ ସେବା
ଭୁବନେଶ୍ୱର,୨୩ା୩(ଅନୁରାଧା ମହାରଣା): ଆର୍ଥିକ ଠକେଇ ରୋକିବା ପାଇଁ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କରେ ଲିଙ୍କ୍ ହୋଇଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିଲେ, ସେମାନେ ଏପ୍ରିଲ ୧ରୁ ୟୁପିଆଇ ସେବାରୁ ବଞ୍ଚତ୍ତ ହେବେ। ନିଷ୍କ୍ରିୟ କିମ୍ବା ପରିବର୍ତ୍ତିତ ମୋବାଇଲ ନମ୍ବର ଅପସାରଣ ପାଇଁ ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀ (ପିଏସପି) କମ୍ପାନୀ ମାର୍ଚ୍ଚ ୩୧ ପୂର୍ବରୁ ସେମାନଙ୍କ ଡାଟାବେସ୍ ଅପ୍ଡେଟ୍ […] The post ନିଷ୍କ୍ରିୟ ମୋବାଇଲ ନମ୍ବରରେ ଏପ୍ରିଲ ୧ରୁ ମିଳିବନି ୟୁପିଆଇ ସେବା appeared first on Dharitri Odia News.
ଭୁବନେଶ୍ୱର,୨୩ା୩(ଅନୁରାଧା ମହାରଣା): ଆର୍ଥିକ ଠକେଇ ରୋକିବା ପାଇଁ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କରେ ଲିଙ୍କ୍ ହୋଇଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିଲେ, ସେମାନେ ଏପ୍ରିଲ ୧ରୁ ୟୁପିଆଇ ସେବାରୁ ବଞ୍ଚତ୍ତ ହେବେ। ନିଷ୍କ୍ରିୟ କିମ୍ବା ପରିବର୍ତ୍ତିତ ମୋବାଇଲ ନମ୍ବର ଅପସାରଣ ପାଇଁ ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀ (ପିଏସପି) କମ୍ପାନୀ ମାର୍ଚ୍ଚ ୩୧ ପୂର୍ବରୁ ସେମାନଙ୍କ ଡାଟାବେସ୍ ଅପ୍ଡେଟ୍ କରିବାକୁ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ନିର୍ଦ୍ଦେଶ ଦେଇଛି। ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟ୍ଫର୍ମ (ଡିଆଇପି)ରେ ଉପଲବ୍ଧ ମୋବାଇଲ ନମ୍ବର ରିଭୋକେଶନ ଲିଷ୍ଟ (ଏମ୍ଏନ୍ଆର୍ଏଲ୍) ବ୍ୟବହାର କରିବାକୁ କୁହାଯାଇଛି। ଫଳରେ ନିଷ୍କ୍ରିୟ ମୋବାଇଲ ନମ୍ବର ସହିତ ଲିଙ୍କ୍ ହୋଇଥିବା ୟୁପିଆଇର ବ୍ୟବହାର ବନ୍ଦ ହୋଇଯିବ। ବ୍ୟାଙ୍କ ଏବଂ ଗୁଗଲ ପେ’, ଫୋନ ପେ’ ଭଳି ୟୁପିଆଇ ଆପ୍ ସପ୍ତାହରେ ଅତି କମ୍ରେ ଥରେ ମୋବାଇଲ ନମ୍ବର ରେକର୍ଡ ଅପ୍ଡେଟ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି। ୟୁପିଆଇ ସେବା ପ୍ରଦାନ କରୁଥିବା କମ୍ପାନୀଗୁଡିକ ସନ୍ଦିଗ୍ଧ ମୋବାଇଲ୍ ନମ୍ବର ଚିହ୍ନଟ ଏବଂ ଅପସାରଣ କରିବା ପାଇଁ ଏମ୍ଏଆର୍ଏଲ୍ କିମ୍ବା ଡିଆଇପିର ସହାୟତା ନେବେ। କଲ୍ ଓ ଏସ୍ଏମ୍ଏସ୍ ଇତ୍ୟାଦି ସେବା ପାଇଁ ବ୍ୟବହୃତ ହେଉ ନ ଥିବା ନିଷ୍କ୍ରିୟ ମୋବାଇଲ ନମ୍ବରକୁ ୟୁପିଆଇ ନେଟ୍ୱର୍କରୁ ଅପସାରଣ କରାଯିବ। ତେବେ ସେବା ଜାରି ରଖିବାକୁ ଚାହୁଁଥିବା ଉପଭୋକ୍ତାମାନେ ଏପ୍ରିଲ ୧ ପୂର୍ବରୁ ୟୁପିଆଇ ସହିତ ସଂଯୁକ୍ତ ବ୍ୟାଙ୍କ୍ ଆକାଉଣ୍ଟ ଓ ସେମାନଙ୍କର ନୂଆ ମୋବାଇଲ ନମ୍ବର ଅପ୍ଡେଟ କରାଇବା କିମ୍ବା ନିଷ୍କ୍ରିୟ ମୋବାଇଲ ନମ୍ବରକୁ ସକ୍ରିୟ କରାଇବାକୁ ପରାମର୍ଶ ଦିଆଯାଇଛି।
The post ନିଷ୍କ୍ରିୟ ମୋବାଇଲ ନମ୍ବରରେ ଏପ୍ରିଲ ୧ରୁ ମିଳିବନି ୟୁପିଆଇ ସେବା appeared first on Dharitri Odia News.