ପୁଣି ବିସ୍ଫୋରକ ବୟାନ ଦେଲେ ଅମର ଶତପଥୀ, କହିଲେ ବିଜେଡି ଛାଡ଼ିପାରନ୍ତି…
ଭୁବନେଶ୍ୱର,୧୭ା୧୦: ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଗୁରୁବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, ଆଉ କିଛି ରାଜ୍ୟ ସଭା ଏମ୍ପି ବିଜେଡି ଛାଡ଼ିବେ। ୨ ଜଣଙ୍କ ପରେ ଆଉ କିଛି ଏମ୍ପି ଦଳ ଛାଡ଼ିବେ। ପୂର୍ବରୁ ଦଳରେ ଅସନ୍ତୋଷ ଲାଗି ରହିଥିଲା, କିନ୍ତୁ କେହି ମୁହଁ ଖୋଲି କହି ପାରୁ ନ ଥିଲେ। ଭିତରେ କୁହୁଳୁଥିବା […] The post ପୁଣି ବିସ୍ଫୋରକ ବୟାନ ଦେଲେ ଅମର ଶତପଥୀ, କହିଲେ ବିଜେଡି ଛାଡ଼ିପାରନ୍ତି… appeared first on Dharitri Odia News.
ଭୁବନେଶ୍ୱର,୧୭ା୧୦: ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଗୁରୁବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, ଆଉ କିଛି ରାଜ୍ୟ ସଭା ଏମ୍ପି ବିଜେଡି ଛାଡ଼ିବେ। ୨ ଜଣଙ୍କ ପରେ ଆଉ କିଛି ଏମ୍ପି ଦଳ ଛାଡ଼ିବେ। ପୂର୍ବରୁ ଦଳରେ ଅସନ୍ତୋଷ ଲାଗି ରହିଥିଲା, କିନ୍ତୁ କେହି ମୁହଁ ଖୋଲି କହି ପାରୁ ନ ଥିଲେ। ଭିତରେ କୁହୁଳୁଥିବା ନିଆଁ ଏବେ ଚାରିଆଡ଼େ ବ୍ୟାପୁଛି। ଦଳରେ ଅସନ୍ତୋଷ ଅଛି, ଏଥିରେ ଦ୍ବିମତ ନାହିଁ ବୋଲି ଅମର କହିଛନ୍ତି।
ଅମର ଆଉ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଯେଉଁମାନେ ବୟାନବାଜି କରୁଛନ୍ତି, ସେମାନେ ଦଳର କ୍ଷତି ଘଟାଉଛନ୍ତି।
ଏହି କିଛିଦିନ ତଳେ ଦଳର ବରିଷ୍ଠ ନେତା ଲେନିନ ମହାନ୍ତି ଅମରଙ୍କୁ ଦଳ ଛାଡ଼ି ପଳାନ୍ତୁ କହିବା ପରେ ଅମର କଡ଼ା କଥା ଶୁଣାଇ ଦେଇଥିଲେ।
ସେ କହିଥିଲେ, ‘ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ ମୁଁ ଦଳରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ’ ସଭ୍ୟପଦ ନବୀକରଣ ବି କରିନାହିଁ। କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି। ଲେନିନଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି। ମୋ ପୁତୁରା କେହି ଭାଜପାକୁ ଯାଇନାହାନ୍ତି, ସେ ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ଏବେ ବି ମୋ’ ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ମୁଁ ଏବେ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି।’
The post ପୁଣି ବିସ୍ଫୋରକ ବୟାନ ଦେଲେ ଅମର ଶତପଥୀ, କହିଲେ ବିଜେଡି ଛାଡ଼ିପାରନ୍ତି… appeared first on Dharitri Odia News.