ଇନ୍ଦିରା ଆବାସ କାର୍ଯ୍ୟାଦେଶ ଠକେଇ: ଅଭିଯୁକ୍ତଙ୍କୁ ଜେଲଦଣ୍ଡ

କୋକସରା,୪ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୦୦୩ରେ କଳାହାଣ୍ଡି ଜିଲା କୋକସରା ବ୍ଲକରେ ନକଲି ଇନ୍ଦିରା ଆବାସ କାର୍ଯ୍ୟାଦେଶ ବଣ୍ଟନ କରି ହିତାଧିକାରୀଙ୍କଠାରୁ ୩ ହଜାର ଟଙ୍କା ନେଇଥିବା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। କୋକସରା ଜେଏମ୍‌ଏଫ୍‌ସି କୋର୍ଟ ମାଜିଷ୍ଟ୍ରେଟ ରିତିକା ଜେନା ଅଭିଯୁକ୍ତ କୋକସରା ଗ୍ରାମର ମୋହନ ଲାଲ ସାଗରଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ୯ ମାସ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ […] The post ଇନ୍ଦିରା ଆବାସ କାର୍ଯ୍ୟାଦେଶ ଠକେଇ: ଅଭିଯୁକ୍ତଙ୍କୁ ଜେଲଦଣ୍ଡ appeared first on Dharitri Odia News.

ଇନ୍ଦିରା ଆବାସ କାର୍ଯ୍ୟାଦେଶ ଠକେଇ: ଅଭିଯୁକ୍ତଙ୍କୁ ଜେଲଦଣ୍ଡ

କୋକସରା,୪ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୦୦୩ରେ କଳାହାଣ୍ଡି ଜିଲା କୋକସରା ବ୍ଲକରେ ନକଲି ଇନ୍ଦିରା ଆବାସ କାର୍ଯ୍ୟାଦେଶ ବଣ୍ଟନ କରି ହିତାଧିକାରୀଙ୍କଠାରୁ ୩ ହଜାର ଟଙ୍କା ନେଇଥିବା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। କୋକସରା ଜେଏମ୍‌ଏଫ୍‌ସି କୋର୍ଟ ମାଜିଷ୍ଟ୍ରେଟ ରିତିକା ଜେନା ଅଭିଯୁକ୍ତ କୋକସରା ଗ୍ରାମର ମୋହନ ଲାଲ ସାଗରଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ୯ ମାସ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ୨୦୦୩ ମସିହାରେ କୋକସରା ଗ୍ରାମର ମୋହନଲାଲ ଓ କନ୍ଦାବୁଟ୍ରା ଗ୍ରାମର ନେହୁର ବେହେରା କନ୍ଦାବୁଟ୍ରା ଗ୍ରାମର ୭ ଜଣ ହିତାଧିକାରୀଙ୍କଠାରୁ ୩ ହଜାର ଟଙ୍କା ନେଇ କୋକସରା ବିଡ଼ିଓଙ୍କ ଜାଲ ଦସ୍ତଖତ ଥିବା ନକଲି କାର୍ଯ୍ୟାଦେଶ ଦେଇଥିଲେ। ତେବେ ହିତାଧିକାରୀମାନେ ଏହା ଜାଣିବା ପରେ କାର୍ଯ୍ୟାଦେଶ ଦେଇଥିବା ମୋହନ ଓ ନେହୁରଙ୍କ ନାମରେ କୋକସରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୬/୨୦୦୩) ରୁଜୁ କରିବା ସହ ବିଏନ୍‌ଏସ୍‌ ଦଫା ୪୨୮, ୪୭୧, ୪୨୦, ୩୪ରେ ଚାର୍ଜସିଟ ଦାଖଲ କରିଥିଲା। ମାମଲା କୋର୍ଟରେ ବିଚାରଧୀନ ରହିଥିବା ବେଳେ ସମସ୍ତ ସାକ୍ଷୀଙ୍କ ବୟାନ ପରେ ସୋମବାର ଜେଏମ୍‌ଏଫ୍‌ସି କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। ଦୋଷୀ ସାବ୍ୟସ୍ତ ପରେ ମୋହନ ଲାଲଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ନେହୁରା କୋର୍ଟରେ ଆତ୍ମ ସମର୍ପଣ କରି ନ ଥିବା ଜଣାପଡିଛି।

The post ଇନ୍ଦିରା ଆବାସ କାର୍ଯ୍ୟାଦେଶ ଠକେଇ: ଅଭିଯୁକ୍ତଙ୍କୁ ଜେଲଦଣ୍ଡ appeared first on Dharitri Odia News.