ଟ୍ରମ୍ପଙ୍କ ଶାସନରେ ଶୀଘ୍ର ଶେଷ ହୋଇପାରେ ରୁଷ-ୟୁକ୍ରେନ ଯୁଦ୍ଧ, ବଦଳିଲା ଜେଲେନସ୍କିଙ୍କ ସ୍ୱର
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସ୍ୱର ବଦଳିବାରେ ଲାଗିଛି । ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଆମେରିକାରେ ଟ୍ରମ୍ପ ଶସନରେ ରୁଷ-ୟୁକ୍ରେନ ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ । ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ ଲଗାତାର ରୁଷ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ଦିନ ଭିତରେ ଶେଷ କରିବେ ବୋଲି ଦାବି କରୁଥିଲେ । ରୁଷ ଏବଂ ୟୁକ୍ରେନ ଲୋକଙ୍କ ମୃତ୍ୟୁ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ ।ୟୁକ୍ରେନ ମିଡିଆ ଆଉଟଲେଟ୍ ସସ୍ପିଲନେକୁ ପ୍ରତିକ୍ରିୟା ଦେଇ ଜେଲେନସ୍କି କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଯେଉଁ ସବୁ ନୀତି କଥା କହୁଛନ୍ତି, ଯେଥିରୁ ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ । ହ୍ୱାଇଟ୍ ହାଉସ୍ରେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିବା ପରେ ଶୀଘ୍ର ଯୁଦ୍ଧ ଶେଷ ହେବ ବୋଲି ଆମେ ଆଶା ରଖିଛୁ । ଯୁଦ୍ଧକୁ କେଉଁ ଉପାୟରେ ଶେଷ କରିବେ ସେ ନେଇ ତାଙ୍କ (ଟ୍ରମ୍ପ)ର ନିଜସ୍ୱ ଦୃଷ୍ଟିକୋଣ ରହିଛି । ନିଜ ନାଗରିକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସେ ନିଶ୍ଚିତ ପୂରଣ କରିବେ ।ଜେଲେନସ୍କି କହିଛନ୍ତି ଯେ ଯୁଦ୍ଧ ଶେଷ କରିବେ ବେଲି ସେ (ଟ୍ରମ୍ପ) ଦାବି କରିଛନ୍ତି । ତେବେ ଏଥିପାଇଁ ଏବେ ସୁଦ୍ଧା କୌଣସି ସଠିକ୍ ତାରିଖ କହିନାହାନ୍ତି । ତାଙ୍କ ମତରେ ଯୁଦ୍ଧ ଶେଷ ଦରକାର । ନଭେମ୍ୱର ୫ରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଟ୍ରମ୍ପଙ୍କ ସହ କଥାବର୍
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସ୍ୱର ବଦଳିବାରେ ଲାଗିଛି । ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଆମେରିକାରେ ଟ୍ରମ୍ପ ଶସନରେ ରୁଷ-ୟୁକ୍ରେନ ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ । ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ ଲଗାତାର ରୁଷ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ଦିନ ଭିତରେ ଶେଷ କରିବେ ବୋଲି ଦାବି କରୁଥିଲେ । ରୁଷ ଏବଂ ୟୁକ୍ରେନ ଲୋକଙ୍କ ମୃତ୍ୟୁ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ ।
ୟୁକ୍ରେନ ମିଡିଆ ଆଉଟଲେଟ୍ ସସ୍ପିଲନେକୁ ପ୍ରତିକ୍ରିୟା ଦେଇ ଜେଲେନସ୍କି କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଯେଉଁ ସବୁ ନୀତି କଥା କହୁଛନ୍ତି, ଯେଥିରୁ ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ । ହ୍ୱାଇଟ୍ ହାଉସ୍ରେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିବା ପରେ ଶୀଘ୍ର ଯୁଦ୍ଧ ଶେଷ ହେବ ବୋଲି ଆମେ ଆଶା ରଖିଛୁ । ଯୁଦ୍ଧକୁ କେଉଁ ଉପାୟରେ ଶେଷ କରିବେ ସେ ନେଇ ତାଙ୍କ (ଟ୍ରମ୍ପ)ର ନିଜସ୍ୱ ଦୃଷ୍ଟିକୋଣ ରହିଛି । ନିଜ ନାଗରିକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସେ ନିଶ୍ଚିତ ପୂରଣ କରିବେ ।
ଜେଲେନସ୍କି କହିଛନ୍ତି ଯେ ଯୁଦ୍ଧ ଶେଷ କରିବେ ବେଲି ସେ (ଟ୍ରମ୍ପ) ଦାବି କରିଛନ୍ତି । ତେବେ ଏଥିପାଇଁ ଏବେ ସୁଦ୍ଧା କୌଣସି ସଠିକ୍ ତାରିଖ କହିନାହାନ୍ତି । ତାଙ୍କ ମତରେ ଯୁଦ୍ଧ ଶେଷ ଦରକାର । ନଭେମ୍ୱର ୫ରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଟ୍ରମ୍ପଙ୍କ ସହ କଥାବର୍ତ୍ତାରେ ଆମେ ଦୁହେଁ ଏହା ଉପରେ ସହମତ ହୋଇଥିଲୁ । ଆମ କଥାବର୍ତ୍ତାରେ ଏପରି କୌଣସି ଆଲୋଚନା ହୋଇନି, ଯେଉଁଥିରେ ୟୁକ୍ରେନର ସ୍ଥିତିର ଦୁର୍ବଳ ଥିବା ପରି ମନେ ହେବ ।
ଏପିଆରର ଏକ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ବିଜୟ ପରେ ୟୁକ୍ରେନ ନାଗରିକ ମଧ୍ୟରେ ଆଶଂକା ସୃଷ୍ଟି ହୋଇଛି । ଯୁଦ୍ଧ ଶେଷ ପାଇଁ ୟୁକ୍ରେନକୁ ନିଜ ଭୂମି ଛାଡ଼ିବାକୁ କହିପାରନ୍ତି । ଟ୍ରମ୍ପଙ୍କ ସହଯୋଗୀ ଜେଡି ଭେନ୍ସ ମଧ୍ୟରେ ଏହିପରି ଏକ ବିଚାରକୁ ସାମନାରେ ରଖିଥିଲେ, ଯେଉଁଥିରେ ସେ ସମ୍ପୃକ୍ତ ଅଞ୍ଚଳକୁ ବଫର ଜୋନ୍ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।