ବନ୍ଦ ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣା; ବଚସାକୁ ନେଇ ହତ୍ୟା କରିଥିଲା ପ୍ରେମିକ
ଭଦ୍ରକ: ମହିଳାଙ୍କ ସହ ରହିଥିଲା ପରକୀୟା ପ୍ରୀତି... ସ୍ବାମୀ ନଥିବା ସମୟରେ ଆସିଥିଲେ ଘରକୁ... ହେଲେ କୌଣସି କାରଣରୁ ନେଇ ହୋଇଥିଲା ବଚସା... ରାଗରେ ହତ୍ୟା କରି ଫେରାର ହୋଇଯାଇଥିଲା ଯୁବକ... ଆଉ ହତ୍ୟାର ୧୬ ଦିନ ପରେ ଉଦ୍ଧାର ହୋଇଥିଲା ମହିଳାଙ୍କ ମୃତଦେହ... ଏବେ ଅଭିଯୁକ୍ତ ଧରାପଡ଼ିବା ପରେ ସବୁ ଘଟଣା ଆସିଛି ସାମ୍ନାକୁ।ଆଉ ପୋଲିସ୍ କହିଛି କେମିତି ଅଭିଯୁକ୍ତ ରଚିଥିଲା ଅଭିଯୁକ୍ତ ଷଡ୍ଯନ୍ତ୍ର। ସୂଚନାଥାଉକି, ଗତ ମାସ ୩୦ ତାରିଖରେ ଭଦ୍ରକ ଅପର୍ତ୍ତିବିନ୍ଧା ଛକ ନିକଟସ୍ଥ ଏକ ଭଡ଼ା ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମହିଳା ଦେବସ୍ମିତା ନାୟକଙ୍କ ସ୍ବାମୀ ରାଜ୍ୟ ବାହାରେ ରହୁଥିଲେ। ତେବେ ଘରୁ ଦୁର୍ଗନ୍ଧ ଆସୁଥିବାରୁ ପୋଲିସ୍କୁ ଜଣାଇଥିଲେ। ଏହାପରେ ପୋଲିସ ଘର ତାଲା ଭାଙ୍ଗି ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲା। ଆଉ ପ୍ରାଥମିକ ଭାବରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଉଛି ଜଗତସିଂହପୁର ଅଗରର ଆଶିଷ ମହାନ୍ତି।ପୋଲିସ୍ର ସୂଚନା ଅନୁଯାୟୀ, ମହିଳା ଭୁବନେଶ୍ବରରେ ରହୁଥିବା ସମୟରେ ଆଶିଷଙ୍କ ସହ ସମ୍ପର୍କ ଗଢ଼ିଉଠିଥିଲା। ଏମିତିରେ ମହିଳାଙ୍କ ସ୍ବାମୀ ବାହାରେ ରହୁଥିବାରୁ ତାଙ୍କର ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା। ଏମିତିକି ମହିଳା ଜଣକ ଭଦ୍ରକ ଆସିବା ପରେ ଆଶିଷ ଭଦ୍ରକରେ ମଧ୍ୟ ତାଙ୍କ ପାଖକୁ ଯାଆସ କରୁଥିଲେ। ତେବେ ଗତ ମାସରେ
ଭଦ୍ରକ: ମହିଳାଙ୍କ ସହ ରହିଥିଲା ପରକୀୟା ପ୍ରୀତି... ସ୍ବାମୀ ନଥିବା ସମୟରେ ଆସିଥିଲେ ଘରକୁ... ହେଲେ କୌଣସି କାରଣରୁ ନେଇ ହୋଇଥିଲା ବଚସା... ରାଗରେ ହତ୍ୟା କରି ଫେରାର ହୋଇଯାଇଥିଲା ଯୁବକ... ଆଉ ହତ୍ୟାର ୧୬ ଦିନ ପରେ ଉଦ୍ଧାର ହୋଇଥିଲା ମହିଳାଙ୍କ ମୃତଦେହ... ଏବେ ଅଭିଯୁକ୍ତ ଧରାପଡ଼ିବା ପରେ ସବୁ ଘଟଣା ଆସିଛି ସାମ୍ନାକୁ।ଆଉ ପୋଲିସ୍ କହିଛି କେମିତି ଅଭିଯୁକ୍ତ ରଚିଥିଲା ଅଭିଯୁକ୍ତ ଷଡ୍ଯନ୍ତ୍ର।
ସୂଚନାଥାଉକି, ଗତ ମାସ ୩୦ ତାରିଖରେ ଭଦ୍ରକ ଅପର୍ତ୍ତିବିନ୍ଧା ଛକ ନିକଟସ୍ଥ ଏକ ଭଡ଼ା ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମହିଳା ଦେବସ୍ମିତା ନାୟକଙ୍କ ସ୍ବାମୀ ରାଜ୍ୟ ବାହାରେ ରହୁଥିଲେ। ତେବେ ଘରୁ ଦୁର୍ଗନ୍ଧ ଆସୁଥିବାରୁ ପୋଲିସ୍କୁ ଜଣାଇଥିଲେ। ଏହାପରେ ପୋଲିସ ଘର ତାଲା ଭାଙ୍ଗି ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲା। ଆଉ ପ୍ରାଥମିକ ଭାବରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଉଛି ଜଗତସିଂହପୁର ଅଗରର ଆଶିଷ ମହାନ୍ତି।
ପୋଲିସ୍ର ସୂଚନା ଅନୁଯାୟୀ, ମହିଳା ଭୁବନେଶ୍ବରରେ ରହୁଥିବା ସମୟରେ ଆଶିଷଙ୍କ ସହ ସମ୍ପର୍କ ଗଢ଼ିଉଠିଥିଲା। ଏମିତିରେ ମହିଳାଙ୍କ ସ୍ବାମୀ ବାହାରେ ରହୁଥିବାରୁ ତାଙ୍କର ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା। ଏମିତିକି ମହିଳା ଜଣକ ଭଦ୍ରକ ଆସିବା ପରେ ଆଶିଷ ଭଦ୍ରକରେ ମଧ୍ୟ ତାଙ୍କ ପାଖକୁ ଯାଆସ କରୁଥିଲେ।
ତେବେ ଗତ ମାସରେ ମଧ୍ୟ ଆଶିଷ ମହିଳାଙ୍କ ନିକଟକୁ ଆସିଥିଲେ। ହେଲେ କିଛିଟା ଟଙ୍କା ଏବଂ ସନ୍ଦେହ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ରାଗରେ ଆଶିଷ ମହିଳାଙ୍କୁ ଏକ ରଡ୍ରେ ମାରି ହତ୍ୟା କରିଥିଲେ। ଆଉ ଏହାପରେ ଘଟଣାସ୍ଥଳରୁ ମହିଳାଙ୍କ ମୋବାଇଲ ସହ ଫେରାର ହୋଇଯାଇଥିଲା।
ପୋଲିସ ମହିଳାଙ୍କ ଫୋନ୍ କଲ୍ ରେକର୍ଡ ଯାଞ୍ଚରୁ ଆଶିଷଙ୍କ ବିଷୟରେ ଜାଣିବା ସହ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା। ଆଉ ଚରମ୍ପାରୁ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ଉକ୍ତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ତଥା ହତ୍ୟା କରିଥିବା ନେଇ ଆଶିଷ ସ୍ବୀକାର କରିଥିବା କହିଛି ପୋଲିସ।