ଚନ୍ଦ୍ରଯାନ-୩ ମିଶନର ଆଉ ଏକ ସଫଳତା: ଲ୍ୟାଣ୍ଡିଂର ୫ ମାସ ପରେ କମାଲ ଦେଖାଇଲା ଲ୍ୟାଣ୍ଡର୍‌

ନୂଆଦିଲ୍ଲୀ: ଚନ୍ଦ୍ରଯାନ ମିଶନକୁ ନେଇ ଆଉ ଏକ ଖୁସି ଖବର ଦେଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଇସ୍ରୋ କହିଛି ଚନ୍ଦ୍ରଯାନ-୩ ଲ୍ୟାଣ୍ଡର୍‌ର ଉପକରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ଲୋକେସନ୍ ମାର୍କର୍ ବା ସ୍ଥାନ ନିରୂପକ ଭାବେ କାମ କରିବା ଆରମ୍ଭ କରିଦେଇଛି। ସୂଚନାରୁ ଜଣାପଡ଼ିଛି ଚନ୍ଦ୍ରଯାନ-୩ ଲ୍ୟାଣ୍ଡରରେ ଥିବା ଲେଜର ରେଟ୍ରୋରିପ୍ଲେକ୍ଟର ଏରେ(LRA)କାର୍ଯ୍ୟ କରିବା ଆରମ୍ଭ କରିଦେଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଲୁନାର୍‌ ରିକୋନିସନ ଅର୍ବିଟର(LRO) ୨୦୨୩ ଡିସେମ୍ବର ୧୨ରେ ସଫଳତାର ସହ ସିଗ୍‌ନାଲ ଦେଉଥିବାର କହିଥିଲା ଓ ଲେଜର୍‌ ରେଞ୍ଜ ହାସଲ କରିଥିଲା। LRO ହେଉଛି ନାସାର କକ୍ଷପଥ, ଯାହା ଚନ୍ଦ୍ରର କକ୍ଷପଥରେ ଘୁରି ବୁଲୁଛି। ଏହି LRO ନିଜେ ଚନ୍ଦ୍ରୟାନ -୩ର ଲ୍ୟାଣ୍ଡରରେ ସ୍ଥାପିତ LRAରୁ ପ୍ରାପ୍ତ ସଙ୍କେତ ନେଇ ଲେଜର ପରିସର ମାପ କରିଥିଲା। ବର୍ତ୍ତମାନ ଏହି ମାପର ସାହାଯ୍ୟରେ ଚନ୍ଦ୍ରକୁ ପଠାଯାଇଥିବା ମିଶନଗୁଡିକ ବହୁତ ଲାଭବାନ ହେବ। ଚନ୍ଦ୍ରାୟଣ -୩ ଲ୍ୟାଣ୍ଡରରେ ଲଗାଯାଇଥିବା ଲେଜର ରିଟ୍ରୋରେଫ୍ଲେକ୍ଟର ନାସା ଦ୍ୱାରା ବିକଶିତ ହୋଇଛି, ଯାହା ଅନ୍ତର୍ଜାତୀୟ ସହଯୋଗର ଏକ ଅଂଶ ଭାବରେ ଚନ୍ଦ୍ରଯାନ-୩ ସହିତ ଚନ୍ଦ୍ରକୁ ପଠାଯାଇଥିଲା। ଚନ୍ଦ୍ରଯାନ-୩ରେ ସଂଲଗ୍ନ ଏଲ୍ଆରଏ ଏକ କ୍ଷୁଦ୍ର ସଂସ୍କରଣ, ଯାହା ବର୍ତ୍ତମାନ ଦକ୍ଷିଣ ମେରୁ ନିକଟରେ ଉପଲବ୍ଧ ଏକମାତ୍ର ଏଲ୍ଆରଏ । ଇସ୍ରୋ ଅନୁସାରେ, ବିକ୍ରମ ଲ୍ୟାଣ୍

ଚନ୍ଦ୍ରଯାନ-୩ ମିଶନର ଆଉ ଏକ ସଫଳତା: ଲ୍ୟାଣ୍ଡିଂର ୫ ମାସ ପରେ କମାଲ ଦେଖାଇଲା ଲ୍ୟାଣ୍ଡର୍‌

ନୂଆଦିଲ୍ଲୀ: ଚନ୍ଦ୍ରଯାନ ମିଶନକୁ ନେଇ ଆଉ ଏକ ଖୁସି ଖବର ଦେଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଇସ୍ରୋ କହିଛି ଚନ୍ଦ୍ରଯାନ-୩ ଲ୍ୟାଣ୍ଡର୍‌ର ଉପକରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ଲୋକେସନ୍ ମାର୍କର୍ ବା ସ୍ଥାନ ନିରୂପକ ଭାବେ କାମ କରିବା ଆରମ୍ଭ କରିଦେଇଛି। ସୂଚନାରୁ ଜଣାପଡ଼ିଛି ଚନ୍ଦ୍ରଯାନ-୩ ଲ୍ୟାଣ୍ଡରରେ ଥିବା ଲେଜର ରେଟ୍ରୋରିପ୍ଲେକ୍ଟର ଏରେ(LRA)କାର୍ଯ୍ୟ କରିବା ଆରମ୍ଭ କରିଦେଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଲୁନାର୍‌ ରିକୋନିସନ ଅର୍ବିଟର(LRO) ୨୦୨୩ ଡିସେମ୍ବର ୧୨ରେ ସଫଳତାର ସହ ସିଗ୍‌ନାଲ ଦେଉଥିବାର କହିଥିଲା ଓ ଲେଜର୍‌ ରେଞ୍ଜ ହାସଲ କରିଥିଲା।

LRO ହେଉଛି ନାସାର କକ୍ଷପଥ, ଯାହା ଚନ୍ଦ୍ରର କକ୍ଷପଥରେ ଘୁରି ବୁଲୁଛି। ଏହି LRO ନିଜେ ଚନ୍ଦ୍ରୟାନ -୩ର ଲ୍ୟାଣ୍ଡରରେ ସ୍ଥାପିତ LRAରୁ ପ୍ରାପ୍ତ ସଙ୍କେତ ନେଇ ଲେଜର ପରିସର ମାପ କରିଥିଲା। ବର୍ତ୍ତମାନ ଏହି ମାପର ସାହାଯ୍ୟରେ ଚନ୍ଦ୍ରକୁ ପଠାଯାଇଥିବା ମିଶନଗୁଡିକ ବହୁତ ଲାଭବାନ ହେବ।

ଚନ୍ଦ୍ରାୟଣ -୩ ଲ୍ୟାଣ୍ଡରରେ ଲଗାଯାଇଥିବା ଲେଜର ରିଟ୍ରୋରେଫ୍ଲେକ୍ଟର ନାସା ଦ୍ୱାରା ବିକଶିତ ହୋଇଛି, ଯାହା ଅନ୍ତର୍ଜାତୀୟ ସହଯୋଗର ଏକ ଅଂଶ ଭାବରେ ଚନ୍ଦ୍ରଯାନ-୩ ସହିତ ଚନ୍ଦ୍ରକୁ ପଠାଯାଇଥିଲା।

ଚନ୍ଦ୍ରଯାନ-୩ରେ ସଂଲଗ୍ନ ଏଲ୍ଆରଏ ଏକ କ୍ଷୁଦ୍ର ସଂସ୍କରଣ, ଯାହା ବର୍ତ୍ତମାନ ଦକ୍ଷିଣ ମେରୁ ନିକଟରେ ଉପଲବ୍ଧ ଏକମାତ୍ର ଏଲ୍ଆରଏ । ଇସ୍ରୋ ଅନୁସାରେ, ବିକ୍ରମ ଲ୍ୟାଣ୍ଡର୍‌ରେ ସଂଲଗ୍ନ ନାସାର ଏଲ୍ଆରଏ ଦୀର୍ଘ ସମୟ ପର୍ଯ୍ୟନ୍ତ  ଜିଓଡେଟିକ୍ ଷ୍ଟେସନ୍ ଓ ଚନ୍ଦ୍ର ପୃଷ୍ଠରେ ସ୍ଥାନ  ଚିହ୍ନଟକାରୀ ରୂପେ କାମ କରିବ। ଏହା ଦ୍ୱାରା  ବର୍ତ୍ତମାନ ଓ ଭବିଷ୍ୟତର ଚନ୍ଦ୍ର ମିଶନକୁ ଲାଭ ମିଳିବ।

The post ଚନ୍ଦ୍ରଯାନ-୩ ମିଶନର ଆଉ ଏକ ସଫଳତା: ଲ୍ୟାଣ୍ଡିଂର ୫ ମାସ ପରେ କମାଲ ଦେଖାଇଲା ଲ୍ୟାଣ୍ଡର୍‌ appeared first on Prameya News7.