ସାଉଦୀଆରବ ଆମ୍ୟୁଜମେଣ୍ଟ ପାର୍କରେ ଭୀଷଣ ଦୁର୍ଘଟଣା, ୨୩ ଆହତ, ଦେଖନ୍ତୁ Video
ତାଇଫ ୩୧।୭: ସାଉଦୀ ଆରବ ତାଇଫ ନିକଟରେ ଥିବା ଏକ ଆମ୍ୟୁଜମେଣ୍ଟ ପାର୍କରେ ଲାଗିଥିବା ଝୁଲା ଭାଙ୍ଗି ପଡିଛି। ଫଳରେ ଝୁଲାର ମଜା ନେଉଥିବା ୨୩ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଗୁରୁବାର ହାଡା କ୍ଷେତ୍ରର ଗ୍ରୀନ ମାଉଣ୍ଟେନ ପାର୍କରେ ଘଟିଛି। ‘ଦି ଖଲିଜ ଟାଇମ୍ସ’ ଅନୁସାରେ ଲୋକେ ପାର୍କରେ ୩୬୦ ଡିଗ୍ରି ଝୁଲାର ଆନନ୍ଦ ନେଉଥିବା ବେଳେ ଦୁର୍ଘଟଣା ଘଟିଛି। ଏ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଭିଡିଓରେ ଲୋକେ ଝୁଲାର ଆନନ୍ଦ ନେଉଥିବା ଦେଖାଯାଉଛି। ଏଥିରେ ଅଚାନକ ଏକ ଶବ୍ଦ ହେଉଛି ଓ ଝୁଲା ମାଟିରେ ପଡୁଛି। ଝୁଲାରେ ବସିଥିବା ଲୋକେ ଆର୍ତ୍ତ ଚିତ୍କାର କରୁଥିବା ଦେଖାଯାଉଛି। ଏହି ଦୁର୍ଘଟଣାର ଭିଡିଓ ଦେଖିଲେ ହିଁ ଏହାର ଭୟାବହତାକୁ ସହଜରେ ଆକଳନ କରିପାରିବେ। ସୁରକ୍ଷା ଓ ଜରୁରୀକାଳୀନ ସେବା ଘଟଣାରେ ତ୍ୱରିତ ପ୍ରତିକ୍ରିୟା ଦେବା ସହ ଝୁଲାରୁ ଖସିପଡିଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଛନ୍ତି। ଏହି ଦୁର୍ଘଟଣାର ତତ୍କାଳ ଯାଞ୍ଚ ଆରମ୍ଭ କରିଦିଆଯାଇଛି। ଦୁର୍ଘଟଣା ପରେ ଆହତ ଲୋକଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଓ ପରେ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଅନୁସାରେ ଝୁଲା ଏତେ ଜୋରରେ ଭାଙ୍ଗିଲା ଯେ ଏଥିରେ ବସିଥିବା ଲୋକେ ଛିଟକି ପଡିଥିଲେ। ଏବେ ମନୋରଞ୍ଜନ ପାର୍କରେ ଏପରି ଗତିବିଦ୍ଧିକୁ ବର୍ତ୍ତମ
ତାଇଫ ୩୧।୭: ସାଉଦୀ ଆରବ ତାଇଫ ନିକଟରେ ଥିବା ଏକ ଆମ୍ୟୁଜମେଣ୍ଟ ପାର୍କରେ ଲାଗିଥିବା ଝୁଲା ଭାଙ୍ଗି ପଡିଛି। ଫଳରେ ଝୁଲାର ମଜା ନେଉଥିବା ୨୩ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଗୁରୁବାର ହାଡା କ୍ଷେତ୍ରର ଗ୍ରୀନ ମାଉଣ୍ଟେନ ପାର୍କରେ ଘଟିଛି। ‘ଦି ଖଲିଜ ଟାଇମ୍ସ’ ଅନୁସାରେ ଲୋକେ ପାର୍କରେ ୩୬୦ ଡିଗ୍ରି ଝୁଲାର ଆନନ୍ଦ ନେଉଥିବା ବେଳେ ଦୁର୍ଘଟଣା ଘଟିଛି। ଏ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି।
ଭିଡିଓରେ ଲୋକେ ଝୁଲାର ଆନନ୍ଦ ନେଉଥିବା ଦେଖାଯାଉଛି। ଏଥିରେ ଅଚାନକ ଏକ ଶବ୍ଦ ହେଉଛି ଓ ଝୁଲା ମାଟିରେ ପଡୁଛି। ଝୁଲାରେ ବସିଥିବା ଲୋକେ ଆର୍ତ୍ତ ଚିତ୍କାର କରୁଥିବା ଦେଖାଯାଉଛି। ଏହି ଦୁର୍ଘଟଣାର ଭିଡିଓ ଦେଖିଲେ ହିଁ ଏହାର ଭୟାବହତାକୁ ସହଜରେ ଆକଳନ କରିପାରିବେ। ସୁରକ୍ଷା ଓ ଜରୁରୀକାଳୀନ ସେବା ଘଟଣାରେ ତ୍ୱରିତ ପ୍ରତିକ୍ରିୟା ଦେବା ସହ ଝୁଲାରୁ ଖସିପଡିଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଛନ୍ତି।
ଏହି ଦୁର୍ଘଟଣାର ତତ୍କାଳ ଯାଞ୍ଚ ଆରମ୍ଭ କରିଦିଆଯାଇଛି। ଦୁର୍ଘଟଣା ପରେ ଆହତ ଲୋକଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଓ ପରେ ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଅନୁସାରେ ଝୁଲା ଏତେ ଜୋରରେ ଭାଙ୍ଗିଲା ଯେ ଏଥିରେ ବସିଥିବା ଲୋକେ ଛିଟକି ପଡିଥିଲେ। ଏବେ ମନୋରଞ୍ଜନ ପାର୍କରେ ଏପରି ଗତିବିଦ୍ଧିକୁ ବର୍ତ୍ତମାନ ଲାଗି ବନ୍ଦ କରିଦିଆଯାଇଛି।
Terrifying incident in Saudi Arabia.
A ride named "360" at the Green Mountain park in Taif snapped mid-air, carrying nearly 30 people — many injured, some seriously.
This raises a global concern:
Are amusement rides regularly inspected worldwide?#RideAccident #AmusementPark pic.twitter.com/h6O9yFtmVn— شكري المصعبي (@shukrey7) July 31, 2025