ଫ୍ୟାଟ୍ ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…
ଅସନ୍ତୁଳିତ ଖାଦ୍ୟପେୟ ପାଇଁ ଅନେକେ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଆଜିକାଲି ଆମେ ଯଦି ନିଜର ଖାଦ୍ୟ ପ୍ରତି ସତର୍କ ରହିବା ତେବେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିପାରିବା। ବିଶେଷଭାବରେ ଅଧିକ ଫ୍ୟାଟ୍ ଜାତୀୟ ଖାଦ୍ୟ ପରବର୍ତ୍ତୀ ସମୟରେ କିଛି ରୋଗକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ଅନ୍ୟପକ୍ଷରେ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ହେଉ ଅବା ଫ୍ୟାଟ୍ ଜାତୀୟ ଖାଦ୍ୟ ଖାଇବା ଯୋଗୁ ବ୍ରେନ୍ ଷ୍ଟ୍ରୋକ୍ ପରି ଗୁରୁତର ସମସ୍ୟାର ସମ୍ମୁଖୀନ ହେବାର […] The post ଫ୍ୟାଟ୍ ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ… appeared first on Dharitri Odia News.
ଅସନ୍ତୁଳିତ ଖାଦ୍ୟପେୟ ପାଇଁ ଅନେକେ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଆଜିକାଲି ଆମେ ଯଦି ନିଜର ଖାଦ୍ୟ ପ୍ରତି ସତର୍କ ରହିବା ତେବେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିପାରିବା। ବିଶେଷଭାବରେ ଅଧିକ ଫ୍ୟାଟ୍ ଜାତୀୟ ଖାଦ୍ୟ ପରବର୍ତ୍ତୀ ସମୟରେ କିଛି ରୋଗକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ଅନ୍ୟପକ୍ଷରେ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ହେଉ ଅବା ଫ୍ୟାଟ୍ ଜାତୀୟ ଖାଦ୍ୟ ଖାଇବା ଯୋଗୁ ବ୍ରେନ୍ ଷ୍ଟ୍ରୋକ୍ ପରି ଗୁରୁତର ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ସତର୍କ ସୂଚନା ଦେଇଛନ୍ତି ୟୁନିଭର୍ସିଟି ଅଫ୍ ସିଓଲର ବିଶେଷଜ୍ଞମାନେ। ଏଭଳି ଖାଦ୍ୟ ନିୟମିତ ଏବଂ ଆବଶ୍ୟକତାଠାରୁ ଅଧିକ ଖାଇଲେ ତାହା ଶରୀରରେ ଚର୍ବି ପରିମାଣ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିଯୋଗୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ ଏବଂ ପରବର୍ତ୍ତୀ ସମୟରେ ଷ୍ଟ୍ରୋକ୍ ପରି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ, ଏପରି ଖାଦ୍ୟ ଯୋଗୁ ହୃଦ୍ଜନିତ ସମସ୍ୟାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ସବୁବେଳେ ନିଜର ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ନିହାତି ଦରକାର ବୋଲି ସେମାନେ ପରାମର୍ଶ ଦେଇଛନ୍ତି।
The post ଫ୍ୟାଟ୍ ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ… appeared first on Dharitri Odia News.