ଭାରତୀୟ ଛାତ୍ରଙ୍କୁ ଆକ୍ରମଣକୁ ନେଇ ଆମେରିକା ଚିନ୍ତିତ
ୱାଶିଂଟନ୍,୧୬।୨: ଆମେରିକାର ଭାରତୀୟ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ହ୍ବାଇଟ ହାଉସ ପ୍ରତିକ୍ରିୟା ରଖିଛି। ୱାଶିଂଟନ୍ରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ହ୍ବାଇଟହାଉସର ମୁଖପାତ୍ର ଜନ କିର୍ବି କହିଛନ୍ତି, ଜାତି, ଲିଙ୍ଗ, ଧର୍ମ କିମ୍ବା ଅନ୍ୟ କୌଣସି କାରଣରୁ ଆମେରିକାରେ ହିଂସା କରାଯାଇପାରିବ ନାହିଁ। ଏହା ଆମ ପାଇଁ ଗ୍ରହଣୀୟ ନୁହେଁ। ଏହି ଆକ୍ରମଣ ବିରୋଧରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ସମଗ୍ର ପ୍ରଶାସନ ସତର୍କ ଅଛନ୍ତି। ଆମେରିକୀୟ ମାଟି ଉପରେ ଆକ୍ରମଣକୁ ରୋକିବା […] The post ଭାରତୀୟ ଛାତ୍ରଙ୍କୁ ଆକ୍ରମଣକୁ ନେଇ ଆମେରିକା ଚିନ୍ତିତ appeared first on Dharitri Odia News.
ୱାଶିଂଟନ୍,୧୬।୨: ଆମେରିକାର ଭାରତୀୟ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ହ୍ବାଇଟ ହାଉସ ପ୍ରତିକ୍ରିୟା ରଖିଛି। ୱାଶିଂଟନ୍ରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ହ୍ବାଇଟହାଉସର ମୁଖପାତ୍ର ଜନ କିର୍ବି କହିଛନ୍ତି, ଜାତି, ଲିଙ୍ଗ, ଧର୍ମ କିମ୍ବା ଅନ୍ୟ କୌଣସି କାରଣରୁ ଆମେରିକାରେ ହିଂସା କରାଯାଇପାରିବ ନାହିଁ। ଏହା ଆମ ପାଇଁ ଗ୍ରହଣୀୟ ନୁହେଁ। ଏହି ଆକ୍ରମଣ ବିରୋଧରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ସମଗ୍ର ପ୍ରଶାସନ ସତର୍କ ଅଛନ୍ତି। ଆମେରିକୀୟ ମାଟି ଉପରେ ଆକ୍ରମଣକୁ ରୋକିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ।
ଭାରତୀୟ ଛାତ୍ର ୪୧ ବର୍ଷୀୟ ବିବେକ ତନେଜା ଗତ ଫେବୃଆରୀ ୨ ରାତି ପ୍ରାୟ ୧୫ଟା ସମୟରେ ଉତ୍ତର-ପଶ୍ଚିମ ୧୧୦୦ ବ୍ଲକରେ ରାସ୍ତାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ସେ ସାଂଘାତିକ ଆଘାତ ପାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ତନେଜା ଏବଂ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଝଗଡା ହୋଇଥିଲା, ଯାହା ପରେ ଅଜ୍ଞାତ ବ୍ୟକ୍ତି ତନେଜାଙ୍କୁ ମାଡ ଫୋପାଡି ଦେଇଥିଲେ। ଫେବୃଆରୀ ୭ରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।
The post ଭାରତୀୟ ଛାତ୍ରଙ୍କୁ ଆକ୍ରମଣକୁ ନେଇ ଆମେରିକା ଚିନ୍ତିତ appeared first on Dharitri Odia News.