ବ୍ଲକ କାର୍ଯ୍ୟାଳୟକୁ ଖବରଦାତାଙ୍କ ପ୍ରବେଶ ନିଷେଧ କଲେ ବିଡିଓ

ସାନଖେମୁଣ୍ଡି,୨୧।୧: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଖବରଦାତାମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଏହାକୁ ନେଇ ଖବରଦାତାମାନେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିଛନ୍ତି। ଖବରଦାତା ବ୍ଳକ କାର୍ଯ୍ୟାଳୟକୁ ଆସିଲେ କାଳେ ଦୁର୍ନୀତି ପଦାକୁ ଆସିବ ସେନେଇ ଖବରଦାତାଙ୍କୁ ବାରଣ କରାଯାଇଥିବା ଚର୍ଚ୍ଚା ହେଉଛି। ବ୍ଲକ କାର୍ଯ୍ୟାଳୟରେ ରହିଛି ‘ହିସାବ ଅଧିକାରୀଙ୍କ ପ୍ରକୋଷ୍ଠ’। ଉକ୍ତ ପ୍ରକୋଷ୍ଠ ସମ୍ମୁଖରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ। ପୋଷ୍ଟରରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସ୍ବାକ୍ଷର ରହିଛି। ତେବେ […] The post ବ୍ଲକ କାର୍ଯ୍ୟାଳୟକୁ ଖବରଦାତାଙ୍କ ପ୍ରବେଶ ନିଷେଧ କଲେ ବିଡିଓ appeared first on Dharitri Odia News.

ବ୍ଲକ କାର୍ଯ୍ୟାଳୟକୁ ଖବରଦାତାଙ୍କ ପ୍ରବେଶ ନିଷେଧ କଲେ ବିଡିଓ

ସାନଖେମୁଣ୍ଡି,୨୧।୧: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଖବରଦାତାମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି। ଏହାକୁ ନେଇ ଖବରଦାତାମାନେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଅଭିଯୋଗ କରିଛନ୍ତି। ଖବରଦାତା ବ୍ଳକ କାର୍ଯ୍ୟାଳୟକୁ ଆସିଲେ କାଳେ ଦୁର୍ନୀତି ପଦାକୁ ଆସିବ ସେନେଇ ଖବରଦାତାଙ୍କୁ ବାରଣ କରାଯାଇଥିବା ଚର୍ଚ୍ଚା ହେଉଛି।

ବ୍ଲକ କାର୍ଯ୍ୟାଳୟରେ ରହିଛି ‘ହିସାବ ଅଧିକାରୀଙ୍କ ପ୍ରକୋଷ୍ଠ’। ଉକ୍ତ ପ୍ରକୋଷ୍ଠ ସମ୍ମୁଖରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ। ପୋଷ୍ଟରରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସ୍ବାକ୍ଷର ରହିଛି। ତେବେ ଏହାକୁ ନେଇ ଖବରଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପୋଷ୍ଟର ବିଡିଓଙ୍କ ଅନୁମତିରେ ଲଗାଯାଇଛି ନାଁ ଅନ୍ୟ କିଏ ଲଗାଇଛନ୍ତି ଏହାର ତଦନ୍ତ ଦାବି କରାଯାଇଛି। ଖବର ପ୍ରସାରିତ ହେବା ପରେ ଗଞ୍ଜାମ ଜିଲାର ଖବରଦାତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସାନଖେମୁଣ୍ଡି ପ୍ରେସ କ୍ଳବ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ତୁରନ୍ତ ପୋଷ୍ଟର ହଟାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏଥିସହ ଜିଲାପାଳ, ଉପଜିଲାପାଳ ଓ ଏସପିଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଯଦି ଆଗାମୀ ଦିନରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ଶାନ୍ତିପୂର୍ଣ୍ଣ ଆମରଣ ଅନଶନ କରିବାକୁ ସଙ୍ଘ ପକ୍ଷରୁ କୁହାଯାଇଛି। ତେବେ ଏନେଇ ସାନଖେମୁଣ୍ଡି ବିଡିଓଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

The post ବ୍ଲକ କାର୍ଯ୍ୟାଳୟକୁ ଖବରଦାତାଙ୍କ ପ୍ରବେଶ ନିଷେଧ କଲେ ବିଡିଓ appeared first on Dharitri Odia News.