ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ। ୧ ତାରିଖରୁ ଭକ୍ତ ନିୟମିତ ଧାଡ଼ି ଦର୍ଶନ କରିବେ। ଶନିବାର ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିବା ପରେ ଆଇନ ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନ ରବିବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପରୀକ୍ଷା ମୂଳକ ଭାବେ ୩୦ ଏବଂ ୩୧ତାରିଖରେ ଧାଡି ଦର୍ଶନ କରାଯିବ। ୧ ତାରିଖରୁ ଭକ୍ତ […] The post ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ appeared first on Dharitri Odia News.

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ। ୧ ତାରିଖରୁ ଭକ୍ତ ନିୟମିତ ଧାଡ଼ି ଦର୍ଶନ କରିବେ। ଶନିବାର ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିବା ପରେ ଆଇନ ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନ ରବିବାର ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ପରୀକ୍ଷା ମୂଳକ ଭାବେ ୩୦ ଏବଂ ୩୧ତାରିଖରେ ଧାଡି ଦର୍ଶନ କରାଯିବ। ୧ ତାରିଖରୁ ଭକ୍ତ ଧାଡ଼ି ଦର୍ଶନ କରିବେ। ଭକ୍ତମାନେ ସାତ ପାହାଚ ଦେଇ ଭିତରକୁ ଆସିବେ। ଶ୍ରୀଜିଉଙ୍କୁ ଦର୍ଶନ କରି ଘଣ୍ଟି ଦ୍ୱାର ଏବଂ ଗାରଦ ଦ୍ୱାର ଦେଇ ବାହାରକୁ ବାହାରିବେ। ଏନେଇ ବ୍ୟବସ୍ଥା କରାଯାଉଛି। ମହିଳା, ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଦର୍ଶନ କିପରି ସୁଙ୍ଗମ ହେବ ସେନେଇ ବ୍ୟବସ୍ଥା ହେଉଛି। ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକ ପ୍ରସ୍ଥାନ କରିବେ ଓ ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବେ। ଯେଉଁ ଜାଗାରେ କାମ ଚାଲିଛି ତାହାର ସମୀକ୍ଷା କରାଯାଇଛି। କାମ ବି ସନ୍ତୋଷ ଜନକ ଭାବେ ଚାଲିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

The post ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ appeared first on Dharitri Odia News.