ମାନସୀ ‘ଇଣ୍ଡିଆନ୍‌ ଆଇଡଲ ୧୫’ ବିଜେତା

ମୁମ୍ବାଇ, ୭।୪: ଲୋକପ୍ରିୟ ସଙ୍ଗୀତ ରିୟଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ ୧୫’ର ବିଜେତା ହୋଇଛନ୍ତି କୋଲକାତାର ମାନସୀ ଘୋଷ (୨୪)। ରବିବାର ଅନୁଷ୍ଠିତ ହୋଇଥିବା ଶୋ’ର ଗ୍ରାଣ୍ଡ ଫିନାଲେ ସମାରୋହରେ ଶୁଭ୍ରଜିତ ଚକ୍ରବର୍ତ୍ତୀ ପ୍ରଥମ ରନର-ଅପ୍‌ ଓ ସ୍ନେହା ଶଙ୍କର ଦ୍ୱିତୀୟ ରନର-ଅପ୍‌ ହୋଇଛନ୍ତି। ଟାଇଟଲ ହାସଲ କରିଥିବା ମାନସୀଙ୍କୁ ଏକ ନୂତନ ବ୍ରାଣ୍ଡ କାର୍‌ ଏବଂ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ସୋନି-ଟିଭିର ଅଫିସିଆଲ ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରାଯାଇ କୁହାଯାଇଛି, […] The post ମାନସୀ ‘ଇଣ୍ଡିଆନ୍‌ ଆଇଡଲ ୧୫’ ବିଜେତା appeared first on Dharitri Odia News.

ମାନସୀ ‘ଇଣ୍ଡିଆନ୍‌ ଆଇଡଲ ୧୫’ ବିଜେତା

ମୁମ୍ବାଇ, ୭।୪: ଲୋକପ୍ରିୟ ସଙ୍ଗୀତ ରିୟଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ ୧୫’ର ବିଜେତା ହୋଇଛନ୍ତି କୋଲକାତାର ମାନସୀ ଘୋଷ (୨୪)। ରବିବାର ଅନୁଷ୍ଠିତ ହୋଇଥିବା ଶୋ’ର ଗ୍ରାଣ୍ଡ ଫିନାଲେ ସମାରୋହରେ ଶୁଭ୍ରଜିତ ଚକ୍ରବର୍ତ୍ତୀ ପ୍ରଥମ ରନର-ଅପ୍‌ ଓ ସ୍ନେହା ଶଙ୍କର ଦ୍ୱିତୀୟ ରନର-ଅପ୍‌ ହୋଇଛନ୍ତି। ଟାଇଟଲ ହାସଲ କରିଥିବା ମାନସୀଙ୍କୁ ଏକ ନୂତନ ବ୍ରାଣ୍ଡ କାର୍‌ ଏବଂ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ସୋନି-ଟିଭିର ଅଫିସିଆଲ ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରାଯାଇ କୁହାଯାଇଛି, ମାନସୀ କେବଳ ‘ଇଣ୍ଡିଆନ୍‌ ଆଇଡଲ ୧୫’ର ଟାଇଟଲ ଜିତି ନାହାନ୍ତି ବରଂ ସେ ଅନେକ କୋଟି ଲୋକଙ୍କ ହୃଦୟରେ ରାଜ୍‌ କରିବାରେ ସଫଳ ହୋଇଛନ୍ତି। ମାନସୀ ଏହି ସଫଳତା ପାଇଁ ନିଜ ପରିବାରକୁ ଶ୍ରେୟ ଦେଇଛନ୍ତି। ଏହାସହ ସେ ତାଙ୍କର ପ୍ରଥମ ବଲିଉଡ୍‌ ଗୀତକୁ ରେକର୍ଡ କରିସାରିଥିବା ମାନସୀ କହିଛନ୍ତି। ପ୍ରକାଶ ଯେ, ‘ଇଣ୍ଡିଆନ୍‌ ଆଇଡଲ ୧୫’କୁ ଗାୟକ ଆଦିତ୍ୟ ନାରାୟଣ ହୋଷ୍ଟ କରୁଥିବା ବେଳେ ପ୍ରସିଦ୍ଧ ସଙ୍ଗୀତଜ୍ଞ ବିଶାଲ ଡଡ୍‌ଲାନୀ, ଶ୍ରେୟା ଘୋଷାଲ ଏବଂ ରାପର ବାଦଶାହ ଏହି ରିୟଲିଟି ଶୋ’ ଚଳିତ ସିଜନ୍‌ରେ ବିଚାରପତି ରହିଥିଲେ। ଗତବର୍ଷ ଅକ୍ଟୋବର ୨୬ରୁ ‘ଇଣ୍ଡିଆନ୍‌ ଆଇଡଲ ୧୫’ ଆରମ୍ଭ ହୋଇଥିଲା।

The post ମାନସୀ ‘ଇଣ୍ଡିଆନ୍‌ ଆଇଡଲ ୧୫’ ବିଜେତା appeared first on Dharitri Odia News.