ଓଡ଼ିଶାକୁ ୧୫ ପଦକ

ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): ବେଙ୍ଗାଲୁରୁସ୍ଥିତ କୋରମଙ୍ଗଲ ଇନ୍‌ଡୋର ଷ୍ଟାଡିୟମରେ ୩୮ତମ ଜାତୀୟ ଆଇଟିଏଫ୍‌ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫ ରାଜ୍ୟରୁ ୬୬୮ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କଳିଙ୍ଗ ଯୋଦ୍ଧା ଟାଏକୋଣ୍ଡୋ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ନେତୃତ୍ୱରେ ୧୫ ପ୍ରତିଯୋଗୀ ଭାଗନେଇ ରାଜ୍ୟ ପାଇଁ ୧୫ ପଦକ ଜିତିଛନ୍ତି। ଏହା ମଧ୍ୟରେ ୧ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ସାମିଲ। ବାଳକ ବିଭାଗ ବ୍ୟକ୍ତିଗତ ସ୍ପାଇରିଂରେ […] The post ଓଡ଼ିଶାକୁ ୧୫ ପଦକ appeared first on Dharitri Odia News.

ଓଡ଼ିଶାକୁ ୧୫ ପଦକ

ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): ବେଙ୍ଗାଲୁରୁସ୍ଥିତ କୋରମଙ୍ଗଲ ଇନ୍‌ଡୋର ଷ୍ଟାଡିୟମରେ ୩୮ତମ ଜାତୀୟ ଆଇଟିଏଫ୍‌ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫ ରାଜ୍ୟରୁ ୬୬୮ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କଳିଙ୍ଗ ଯୋଦ୍ଧା ଟାଏକୋଣ୍ଡୋ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ନେତୃତ୍ୱରେ ୧୫ ପ୍ରତିଯୋଗୀ ଭାଗନେଇ ରାଜ୍ୟ ପାଇଁ ୧୫ ପଦକ ଜିତିଛନ୍ତି। ଏହା ମଧ୍ୟରେ ୧ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ସାମିଲ। ବାଳକ ବିଭାଗ ବ୍ୟକ୍ତିଗତ ସ୍ପାଇରିଂରେ ତ୍ରିନାଥ ମଣ୍ଡଳ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ କୁଲଦୀପ ନାୟକ, ଶୁଭମ୍‌ ନାୟକ, ପୂଣ୍ୟବ୍ରହ୍ମ ମୁଦୁଲି ରୌପ୍ୟ ଏବଂ ସାଇପ୍ରେମ୍‌ ଡୋରା, ଶ୍ରେୟାଂଶୁ ଦାସ, ଆଦିତ୍ୟ ନାରାୟର ସୁବୁଦ୍ଧି ଓ ସୁରୋଜ ବେହେରା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ବ୍ୟକ୍ତିଗତ ତୁଲ୍‌ସ ବାଳକ ବିଭାଗରେ ଲକ୍ଷ୍ମୀ ପ୍ରସାଦ, ତ୍ରିନାଥ ମଣ୍ଡଳ, କୁଲଦୀପ ରୌପ୍ୟ ଏବଂ ଗ୍ରୁପ୍‌ ତୁଲ୍‌ସ ପୁରୁଷ ବିଭାଗରେ ଲକ୍ଷ୍ମୀ ପ୍ରସାଦ, ତ୍ରିନାଥ ମଣ୍ଡଳ ଓ କୁଲୀଦ ଗୋଟିଏ ଲେଖାଏ ରୌପ୍ୟ ପଦକ ହାସଲ କରିଥିଲେ।

The post ଓଡ଼ିଶାକୁ ୧୫ ପଦକ appeared first on Dharitri Odia News.