ନୀତିଶଙ୍କ ଯୋଗାଯୋଗରେ କେଜରିଓ୍ବାଲ! ଫଟୋ ଭାଇରାଲ

ନୂଆଦିଲ୍ଲୀ,୧୮।୯: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଯୋଗାଯୋଗରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ! ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି। ତେବେ ଏହି ଫଟୋ ଗତ ବର୍ଷ ମେ ମାସର। ଯେତେବେଳେ କି ଦୁଇ ନେତା ଦିଲ୍ଲୀର ସିଏମ ବାସଭବନରେ ଭେଟିଥିଲେ। ତେବେ ଅରବିନ୍ଦ କେଜରିୱାଲଙ୍କ ସିଏମ ପଦରୁ ଇସ୍ତଫା ଦେବା ପରେ ଏହି ଫଟୋ ପୁଣି ଥରେ ଚର୍ଚ୍ଚାକୁ ଆସିଛି । କାରଣ ଲୋକମାନେ […] The post ନୀତିଶଙ୍କ ଯୋଗାଯୋଗରେ କେଜରିଓ୍ବାଲ! ଫଟୋ ଭାଇରାଲ appeared first on Dharitri Odia News.

ନୀତିଶଙ୍କ ଯୋଗାଯୋଗରେ କେଜରିଓ୍ବାଲ! ଫଟୋ ଭାଇରାଲ

ନୂଆଦିଲ୍ଲୀ,୧୮।୯: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଯୋଗାଯୋଗରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ! ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି। ତେବେ ଏହି ଫଟୋ ଗତ ବର୍ଷ ମେ ମାସର। ଯେତେବେଳେ କି ଦୁଇ ନେତା ଦିଲ୍ଲୀର ସିଏମ ବାସଭବନରେ ଭେଟିଥିଲେ। ତେବେ ଅରବିନ୍ଦ କେଜରିୱାଲଙ୍କ ସିଏମ ପଦରୁ ଇସ୍ତଫା ଦେବା ପରେ ଏହି ଫଟୋ ପୁଣି ଥରେ ଚର୍ଚ୍ଚାକୁ ଆସିଛି । କାରଣ ଲୋକମାନେ ସିଏମ ଆବାସକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ପ୍ରଶ୍ନ ହେଉଛି, ଦିଲ୍ଲୀର ସିଭିଲ ଲାଇନ୍ସର ୬ ଫ୍ଲାଟ୍ରଏଡ ଠାରେ ଥିବା ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ଏଏପି ସୁପ୍ରିମୋ କେତେଦିନ ରହିବେ ଯାହାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସିଏମ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି ଯେ, ତାଙ୍କ ସ୍ଥାନରେ ଆତିଶୀ ମାର୍ଲେନା ନୂଆ ମୁଖ୍ୟମନ୍ତ୍ରୀ ହେବେ। ବରିଷ୍ଠ ଆମ ଆଦମୀ ପାର୍ଟି ବିଧାୟକ ବର୍ତ୍ତମାନ ମଥୁରାର ଏବି -୧୭ ବଙ୍ଗଳାରେ ରହୁଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଆତିଶୀ ବର୍ତ୍ତମାନ କେଜରିୱାଲଙ୍କ ସ୍ଥାନରେ ସିଏମ ହାଉସକୁ ଯିବେ କି ନାହିଁ ?

The post ନୀତିଶଙ୍କ ଯୋଗାଯୋଗରେ କେଜରିଓ୍ବାଲ! ଫଟୋ ଭାଇରାଲ appeared first on Dharitri Odia News.