ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୩: ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଅଛି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି। ସମୟୋପଯୋଗୀ ଗୁଇନ୍ଦା ତଥ୍ୟ ଏବଂ ପୋଲିସର ଆଗୁଆ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଫଳରେ କୌଣସି ଗୁରୁତ୍ଵପୂର୍ଣ୍ଣ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ।” ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ଅପରାଧ ନିରାକରଣ, […] The post ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୩: ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଅଛି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି। ସମୟୋପଯୋଗୀ ଗୁଇନ୍ଦା ତଥ୍ୟ ଏବଂ ପୋଲିସର ଆଗୁଆ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଫଳରେ କୌଣସି ଗୁରୁତ୍ଵପୂର୍ଣ୍ଣ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ।”

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ଅପରାଧ ନିରାକରଣ, ସାଇବର ଅପରାଧ ନିୟନ୍ତ୍ରଣ, ଅପରାଧ ଅନୁସନ୍ଧାନ କ୍ଷେତ୍ରରେ ବୈଷୟିକ ବିଦ୍ୟାର ପ୍ରୟୋଗୀକରଣ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାର ଆଧୂନିକୀକରଣ, ଅପରାଧ ଅନୁଶୀଳନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ, Anti drone technology centre of cyber excellency ସ୍ଥାପନ ଆଦି ବ୍ୟବସ୍ଥାର ଉପଯୋଗ କରି ପୋଲିସକୁ ଆଧୁନିକ ଏବଂ ବୈଷୟିକ କୌଶଳଯୁକ୍ତ କରିବା ପାଇଁ ଆମ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଏହି ବଜେଟରେ ଏଥିପାଇଁ ବ୍ୟୟ ବରାଦ କରିଛନ୍ତି।

ବିକଶିତ ଭାରତ ଓ ବିକଶିତ ଓଡିଶାର ସଂକଳ୍ପକୁ ସାକାର କରିବାରେ ଗୃହ ବିଭାଗର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏକ ସୁଦୃଢ ଆଇନ ଶୃଙ୍ଖଳା ବ୍ୟବସ୍ଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ଓ ସର୍ବବିଧ ବିକାଶ ପାଇଁ ନିତାନ୍ତ ଆବଶ୍ୟକ। ମହିଳା, ଶିଶୁ, ଦୁର୍ବଳ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ରହିଛି।

 

The post ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.