କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସ୍ଥାନୀୟ ଲୋକଙ୍କୁ ମିଳିବ ୯୫% ସଂରକ୍ଷଣ
ନୂଆଦିଲ୍ଲୀ,୪।୧୨: ଏକ ବଡ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ଥାନୀୟ ଲୋକଙ୍କୁ ଗାଜେଟେଡ ପଦବୀରେ ୯୫% ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଶାଶିତ ଅଞ୍ଚଳ ଲଦାଖରେ ଏହି ନିୟମ ଲାଗୁ ହେବ। ଲଦାଖର ସାଂସଦ ହନିଫା ଜନ କହିଛନ୍ତି, “ଲଦାଖର ଲୋକଙ୍କ ପାଇଁ ଏହା ଏକ ବଡ ଖବର। ମଙ୍ଗଳବାର ହେବାକୁ ଥିବା ବୈଠକରୁ ଲୋକମାନେ କିଛି ଭଲ ଖବର ପାଇଁ ପ୍ରାର୍ଥନା କରୁଥଲେ ଏବଂ ବର୍ତ୍ତମାନ ସେମାନଙ୍କର ପ୍ରାର୍ଥନାର […] The post କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସ୍ଥାନୀୟ ଲୋକଙ୍କୁ ମିଳିବ ୯୫% ସଂରକ୍ଷଣ appeared first on Dharitri Odia News.
ନୂଆଦିଲ୍ଲୀ,୪।୧୨: ଏକ ବଡ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ଥାନୀୟ ଲୋକଙ୍କୁ ଗାଜେଟେଡ ପଦବୀରେ ୯୫% ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଶାଶିତ ଅଞ୍ଚଳ ଲଦାଖରେ ଏହି ନିୟମ ଲାଗୁ ହେବ।
ଲଦାଖର ସାଂସଦ ହନିଫା ଜନ କହିଛନ୍ତି, “ଲଦାଖର ଲୋକଙ୍କ ପାଇଁ ଏହା ଏକ ବଡ ଖବର। ମଙ୍ଗଳବାର ହେବାକୁ ଥିବା ବୈଠକରୁ ଲୋକମାନେ କିଛି ଭଲ ଖବର ପାଇଁ ପ୍ରାର୍ଥନା କରୁଥଲେ ଏବଂ ବର୍ତ୍ତମାନ ସେମାନଙ୍କର ପ୍ରାର୍ଥନାର ଉତ୍ତର ମିଳିଛି। ସ୍ଥାନୀୟ ଲୋକଙ୍କ ପାଇଁ ୯୫% ଗେଜେଟେଡ୍ ଅଧିକାରୀଙ୍କ ଚାକିରି ସଂରକ୍ଷଣ କରିବାକୁ ଗୃହ ବିଭାଗ ରାଜି ହୋଇଛି।”
ସେ ଆହୁରି କହିଛନ୍ତି ଯେ, ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେ ସମ୍ବନ୍ଧରେ ସୂକ୍ଷ୍ମ ବିବରଣୀ ଜାନୁଆରୀ ୧୫ ରେ ପରବର୍ତ୍ତୀ ବୈଠକରେ ଆଲୋଚନା ହେବ। ସୂଚନାଯୋଗ୍ୟ ଲଦାଖରେ ବର୍ତମାନ ୪୦୦ ରୁ ଅଧିକ ପଦବୀ ଖାଲି ଅଛି ଏବଂ ଆମେ ନିଶ୍ଚିତ ହୋଇଛୁ ଯେ ନିଯୁକ୍ତ ହେବାକୁ ଥିବା ନୂତନ ଅଧିକାରୀମାନେ ଏଠାରେ ଲଦାଖ ଏବଂ ଆଦିବାସୀଙ୍କ ନିକଟକୁ ଯିବେ।
The post କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ସ୍ଥାନୀୟ ଲୋକଙ୍କୁ ମିଳିବ ୯୫% ସଂରକ୍ଷଣ appeared first on Dharitri Odia News.