ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’
ନୂଆଦିଲ୍ଲୀ,୧୫ା୯: ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ କାର୍ଯ୍ୟକାଳରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହି ସଂସ୍କାରମୂଳକ ପଦକ୍ଷେପକୁ ଦଳ ନିର୍ବିଶେଷରେ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ୧୦୦ ଦିନ ପୂରଣ କରିଛି ଏବଂ ପୂରା ୫ ବର୍ଷ ଶାସକ ମେଣ୍ଟ ଅତୁଟ ରହିବ ବୋଲି କୁହାଯାଇଛି। ଏହି ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏକ ରାଷ୍ଟ୍ର ଏକ […] The post ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ appeared first on Dharitri Odia News.
ନୂଆଦିଲ୍ଲୀ,୧୫ା୯: ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ କାର୍ଯ୍ୟକାଳରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କାର୍ଯ୍ୟକାରୀ ହେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହି ସଂସ୍କାରମୂଳକ ପଦକ୍ଷେପକୁ ଦଳ ନିର୍ବିଶେଷରେ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ୧୦୦ ଦିନ ପୂରଣ କରିଛି ଏବଂ ପୂରା ୫ ବର୍ଷ ଶାସକ ମେଣ୍ଟ ଅତୁଟ ରହିବ ବୋଲି କୁହାଯାଇଛି।
ଏହି ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏକ ରାଷ୍ଟ୍ର ଏକ ନିର୍ବାଚନ ବାସ୍ତବ ରୂପ ନେବ ବୋଲି ଜଣେ ପଦାଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ସ୍ବାଧୀନତା ଦିବସ ପାଳନବେଳେ ଲାଲ୍କିଲ୍ଲାରୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ‘ଓ୍ବାନ୍ ନେଶନ, ଓ୍ବାନ୍ ଇଲେକ୍ସନ’ଉପରେ ଗୁରୁତ୍ୱ ଦେଇଥିଲେ। ବାରମ୍ବାର ନିର୍ବାଚନ ହେବା ଦ୍ୱାରା ଦେଶର ବିକାଶ ବାଧାପ୍ରାପ୍ତ ହେଉଥିବା ସେ କହିଥିଲେ।
ସୂଚନାଯୋଗ୍ୟ, ଭାଜପାର ଲୋକ ସଭା ନିର୍ବାଚନ ଇସ୍ତାହାରରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ) ଅନ୍ୟତମ ମୁଖ୍ୟ ପ୍ରତିଶ୍ରୁତି ଥିଲା। ଗତ ମାର୍ଚ୍ଚରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏକସଙ୍ଗେ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ସୁପାରିସ କରିଛନ୍ତି। ଏହାର ୧୦୦ ଦିନ ମଧ୍ୟରେ ପୌରସଭା ଓ ପଞ୍ଚାୟତଗୁଡ଼ିକ ପାଇଁ ନିର୍ବାଚନ ହେବ।
The post ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ appeared first on Dharitri Odia News.