ବାବା ବାଲିଲୋକନାଥ କ୍ରିକେଟ ଟୁର୍ନାମେଣ୍ଟ: ହୁମା ଚାମ୍ପିୟନ
ଗଞ୍ଜାମ,୨୭ା୫(ବିଦ୍ୟାଧର ସାହୁ)-ବାବା ବାଲି ଲୋକନାଥ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଫଟାଫଟ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ହୁମା ଟିମ୍ ବିଜୟୀ ହୋ ଚାମ୍ପିୟନ ହୋଇଛି। ଏହି ଫାଇନାଲ ମ୍ୟାଚ ହୁମା ଓ ମାଳି ଜଗନାଥପୁର ଟିମ୍ ମଧ୍ୟରେ ହୋଇଥିଲା। ମାଳି ଜଗନାଥପୁର ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬୦ ରନ କରିଥିଲା। ଏହାର ଜବାବରେ ୫ ଉଇକେଟ ହରାଇ ହୁମା ଟିମ୍ ୬୧ ରନ ହାସଲ […] The post ବାବା ବାଲିଲୋକନାଥ କ୍ରିକେଟ ଟୁର୍ନାମେଣ୍ଟ: ହୁମା ଚାମ୍ପିୟନ appeared first on Dharitri Odia News.
ଗଞ୍ଜାମ,୨୭ା୫(ବିଦ୍ୟାଧର ସାହୁ)-ବାବା ବାଲି ଲୋକନାଥ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଫଟାଫଟ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ହୁମା ଟିମ୍ ବିଜୟୀ ହୋ ଚାମ୍ପିୟନ ହୋଇଛି। ଏହି ଫାଇନାଲ ମ୍ୟାଚ ହୁମା ଓ ମାଳି ଜଗନାଥପୁର ଟିମ୍ ମଧ୍ୟରେ ହୋଇଥିଲା। ମାଳି ଜଗନାଥପୁର ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬୦ ରନ କରିଥିଲା। ଏହାର ଜବାବରେ ୫ ଉଇକେଟ ହରାଇ ହୁମା ଟିମ୍ ୬୧ ରନ ହାସଲ କରି ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା। ହୁମାର ନାରଣ ଉନ୍ନତ ଖେଳ ପ୍ରଦର୍ଶନ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।ମ୍ମାଳି ଜଗନ୍ନାଥପୁର ଟିମ୍ର ବାବୁଙ୍କୁ ବେଷ୍ଟ ବୋଲର ସିଲଡ଼ ପ୍ରଦାନ କରାଯାଇଥିଲା। ବାଲି ଲୋକନାଥ ମନ୍ଦିର ପରିଚାଳନା କମିଟି ସଭାପତି ବି. ବନମାଳୀ, ଭୁଭୁନି ରେଡ୍ଡୀ, ସମିତି ସଭ୍ୟ ଜୟକୃଷ୍ଣ ରେଡ୍ଡୀ, ଗ୍ରାମ୍ୟ କମିଟି ସଭାପତି କେ. ହରି ରେଡ୍ଡୀ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଚାମ୍ପିୟନ ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ। ମାଳି ଜଗନ୍ନାଥପୁର ଟିମ୍ ରନର୍ସ ଅପ ହୋଇଥିଲା। ଏହ ଟୁର୍ନାମେଣ୍ଟରେ ୮ଟି ଟିମ୍ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ମ୍ୟାଚ ୮ ଓଭର ଓ ଫାଇନାଲ ମ୍ୟାଚ ୧୦ ଓଭର ବିଶିଷ୍ଟ ହୋଇଥିଲା। ଟୁର୍ନାମେଣ୍ଟକୁ କେ. ଇଲେୟା ରେଡ୍ଡୀ, ଏନ. ଜୟକୃଷ୍ଣ ରେଡ୍ଡୀ, ଏସ. ନୀଳକଣ୍ଠ ରେଡ୍ଡୀ, ଏସ.ରାଜୁ ରେଡ୍ଡୀ ପରିଚାଳନା କରିଥିଲେ।
The post ବାବା ବାଲିଲୋକନାଥ କ୍ରିକେଟ ଟୁର୍ନାମେଣ୍ଟ: ହୁମା ଚାମ୍ପିୟନ appeared first on Dharitri Odia News.