ବିଜେପି-ବିଜେଡି ମେଣ୍ଟ ନେଇ ସସପେନ୍ସ ଜାରି, ମୋଦୀଙ୍କ ଗସ୍ତ ଉପରେ ସଭିଙ୍କ ନଜର

ଭୁବନେଶ୍ଵର: ବିଜେପି-ବିଜେଡି ମେଣ୍ଟ ନେଇ  ଜାରି ରହିଛି ସସପେନ୍ସ । ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ବାଦ ପରେ ଚର୍ଚ୍ଚା ପୁଣି ବଢିବାରେ ଲାଗିଛି । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ଉପରେ ସମସ୍ତଙ୍କର ନଜର ରହିଛି । କଂଗ୍ରେସ କହିଛି ବିଜେପିର ପ୍ରାର୍ଥୀ ତାଲିକା ସୂଚାଉଛି ଆଗକୁ ବିଜେପି ଓ ବିଜେଡ଼ି ମଧ୍ୟରେ ହେବ ସିଟ ସେୟାରିଂ ହେବ । ବିଜେଡି କହିଛି ବିଜେଡି ଏକାକୀ ଲଢ଼ିବାକୁ ପ୍ରସ୍ତୁତ ଥିଲା ଏବେ ବି ଅଛି । ବିଜେପି ରାଜ୍ୟ ସଭାପତି ମଧ୍ୟ ମେଣ୍ଟ ହେବ ନାହିଁ ବୋଲି ଦୋହାରାଇଛନ୍ତି । Also read- ପଦ ଛାଡିବେ ମହିଳା ବିଜୁ ଜନତା ଦଳର ଜିଲ୍ଲା ଉପସଭାନେତ୍ରୀ ସୁପ୍ରଭା ପାଣି, କହିଲେ ମୁଁ ରବରଷ୍ଟାମ୍ପ ନୁହେଁ… ଉଭୟ କହୁଛନ୍ତି ମେଣ୍ଟ ହେବନି। ଉଭୟ କହୁଛନ୍ତି ଏକାକି ଲଢ଼ିବେ। ହେଲେ ଥମୁନାହିଁ ମେଣ୍ଟ ଚର୍ଚ୍ଚା। ଏବେବି ଜାରିରହିଛି ସସପେନ୍ସ । ମେଣ୍ଟକୁ ନେଇ ବିଜେପି ଓ ବିଜେଡି ମନା ତ କରୁଛନ୍ତି ହେଲେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କେହି ନ ରହିବା ଚର୍ଚ୍ଚା ନିଆଁରେ ପୁଣି ଘିଅ ପକାଇଛି। ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଉପରେ ସମସ୍ତଙ୍କର ନଜର ରହିଛି ।  ସେପଟେ କଂଗ୍ରେସ କହିଛି  ଓଡ଼ିଶାରେ ବିଜେପି ଓ ବିଜେଡ଼ି ମଧ୍ୟରେ  ସିଟ ସେୟାରିଂ ହେବ, ଯାହାକି  ଗତକାଲି ବିଜେପିର ପ୍ରାର୍ଥୀ ତାଲିକାରୁ ସ

ବିଜେପି-ବିଜେଡି ମେଣ୍ଟ ନେଇ ସସପେନ୍ସ ଜାରି, ମୋଦୀଙ୍କ ଗସ୍ତ ଉପରେ ସଭିଙ୍କ ନଜର

ଭୁବନେଶ୍ଵର: ବିଜେପି-ବିଜେଡି ମେଣ୍ଟ ନେଇ  ଜାରି ରହିଛି ସସପେନ୍ସ । ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ବାଦ ପରେ ଚର୍ଚ୍ଚା ପୁଣି ବଢିବାରେ ଲାଗିଛି । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ଉପରେ ସମସ୍ତଙ୍କର ନଜର ରହିଛି । କଂଗ୍ରେସ କହିଛି ବିଜେପିର ପ୍ରାର୍ଥୀ ତାଲିକା ସୂଚାଉଛି ଆଗକୁ ବିଜେପି ଓ ବିଜେଡ଼ି ମଧ୍ୟରେ ହେବ ସିଟ ସେୟାରିଂ ହେବ । ବିଜେଡି କହିଛି ବିଜେଡି ଏକାକୀ ଲଢ଼ିବାକୁ ପ୍ରସ୍ତୁତ ଥିଲା ଏବେ ବି ଅଛି । ବିଜେପି ରାଜ୍ୟ ସଭାପତି ମଧ୍ୟ ମେଣ୍ଟ ହେବ ନାହିଁ ବୋଲି ଦୋହାରାଇଛନ୍ତି ।

Also read- ପଦ ଛାଡିବେ ମହିଳା ବିଜୁ ଜନତା ଦଳର ଜିଲ୍ଲା ଉପସଭାନେତ୍ରୀ ସୁପ୍ରଭା ପାଣି, କହିଲେ ମୁଁ ରବରଷ୍ଟାମ୍ପ ନୁହେଁ…

ଉଭୟ କହୁଛନ୍ତି ମେଣ୍ଟ ହେବନି। ଉଭୟ କହୁଛନ୍ତି ଏକାକି ଲଢ଼ିବେ। ହେଲେ ଥମୁନାହିଁ ମେଣ୍ଟ ଚର୍ଚ୍ଚା। ଏବେବି ଜାରିରହିଛି ସସପେନ୍ସ । ମେଣ୍ଟକୁ ନେଇ ବିଜେପି ଓ ବିଜେଡି ମନା ତ କରୁଛନ୍ତି ହେଲେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କେହି ନ ରହିବା ଚର୍ଚ୍ଚା ନିଆଁରେ ପୁଣି ଘିଅ ପକାଇଛି। ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଉପରେ ସମସ୍ତଙ୍କର ନଜର ରହିଛି ।  ସେପଟେ କଂଗ୍ରେସ କହିଛି  ଓଡ଼ିଶାରେ ବିଜେପି ଓ ବିଜେଡ଼ି ମଧ୍ୟରେ  ସିଟ ସେୟାରିଂ ହେବ, ଯାହାକି  ଗତକାଲି ବିଜେପିର ପ୍ରାର୍ଥୀ ତାଲିକାରୁ ସୂଚନା ମିଳୁଛି।

ବିଜେପି ୧୯୫ ସିଟ ଲାଗି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଓଡ଼ିଶାରୁ ଗୋଟିଏ ବି ନାହିଁ ।  ଏଥିରୁ ସ୍ପଷ୍ଟ ଯେ ଆଗକୁ ଉଭୟ ମିଳି ମିଶି ଟିକେଟ ଦେବେ । କଂଗ୍ରେସର ଅଭିଯୋଗ ଉପରେ ବିଜେଡି କହିଛି ବିଜେଡି ଏକାକୀ ଲଢ଼ିବାକୁ ପ୍ରସ୍ତୁତ ଥିଲା ଏବେ ବି ଅଛି।  ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଲୋକ ମନସ୍ଥ କରିସାରିଛନ୍ତି ବୋଲି ବିଜେଡି କହିଛି । ସେପଟେ ବିଜେପି ରାଜ୍ୟ ସଭାପତି ଦୋହାରାଇଛନ୍ତି ରାଜ୍ୟରେ ମେଣ୍ଟ ହେବାର ପ୍ରଶ୍ନ ଉଠୁନାହିଁ।

ସେପଟେ କେବଳ ଓଡିଶା ନୁହେଁ  ମହାରାଷ୍ଟ୍ର, ବିହାର ଓ ଆନ୍ଧ୍ର ପ୍ରଦେଶର କୌଣସି ନେତାଙ୍କ ନାଁ  ତାଲିକାରେ ସାମିଲ ହୋଇନାହିଁ । ରାଜନୈତିକ ସମୀକ୍ଷକଙ୍କ ମତରେ ମେଣ୍ଟ ପାଇଁ ବାଣ୍ଟ  ହୁଏତ ଛିଡ଼ି ନାହିଁ।  ମେଣ୍ଟ ଯଦି ନହୁଏ ତଥାପି ବି ସହ ଭାଗିତାରେ ଉଭୟ ଦଳ ନିର୍ବାଚନ ଲଢିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ।  ତେବେ ସବୁ ନଜର ଏବେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଉପରେ। ନିଜ ସମ୍ବୋଧନରେ କଣ ସେ କହୁଛନ୍ତି। ନବୀନଙ୍କୁ ମିତ୍ର କହି କର୍ମୀଙ୍କୁ ଥଣ୍ଡା କରୁଛନ୍ତି ନା କର୍ମୀଙ୍କ ମନରେ ଯୋଶ ଭରି ରଣ ହୁଂକାର ଦେଉଛନ୍ତି। ସବୁ କନଫ୍ୟୁଜନ ସେଇଠି ଦୂର ହେବ।

The post ବିଜେପି-ବିଜେଡି ମେଣ୍ଟ ନେଇ ସସପେନ୍ସ ଜାରି, ମୋଦୀଙ୍କ ଗସ୍ତ ଉପରେ ସଭିଙ୍କ ନଜର appeared first on Prameya News7.