ତପ୍ତପାଣି ଘାଟିରେ ଓଲଟିଲା ଡ୍ରେସ୍ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଚାଳକ
ଦିଗପହଣ୍ଡି/ପାଟପୁର,୪ା୧୨(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଡ୍ରେସ୍ ବୋଝେଇ ଟ୍ରକ୍ (ନଂ. ଆର୍ଜେ ୧୧ଜିସି-୬୩୮୨) ଓଲଟି ପଡ଼ିଛି। ଦୁର୍ଘଟଣାରେ ଚାଳକ ଟ୍ରକ୍ ତଳେ ଚାପି ହୋଇ ରହିଥିଲେ। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଏବଂ ପୋଡ଼ାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଟ୍ରକ୍ ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଗାଡ଼ି ଚାଳକ ଜଣକ ହେଲେ […] The post ତପ୍ତପାଣି ଘାଟିରେ ଓଲଟିଲା ଡ୍ରେସ୍ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଚାଳକ appeared first on Dharitri Odia News.
ଦିଗପହଣ୍ଡି/ପାଟପୁର,୪ା୧୨(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଡ୍ରେସ୍ ବୋଝେଇ ଟ୍ରକ୍ (ନଂ. ଆର୍ଜେ ୧୧ଜିସି-୬୩୮୨) ଓଲଟି ପଡ଼ିଛି। ଦୁର୍ଘଟଣାରେ ଚାଳକ ଟ୍ରକ୍ ତଳେ ଚାପି ହୋଇ ରହିଥିଲେ। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଏବଂ ପୋଡ଼ାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଟ୍ରକ୍ ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଗାଡ଼ି ଚାଳକ ଜଣକ ହେଲେ ହରିୟାଣା ଫରିଦାବାଦ୍ ଥାନା ସୋତାଇ ହୋଲି ଛକର ସୋହନ ସିଂ। ପାଟପୁର ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ବୁଧବାର ସକାଳେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ଟ୍ରକ୍ଟି ହରିୟାଣାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ଓଲଟି ପଡ଼ିଥିଲା।
The post ତପ୍ତପାଣି ଘାଟିରେ ଓଲଟିଲା ଡ୍ରେସ୍ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଚାଳକ appeared first on Dharitri Odia News.