ନରେନ୍ଦ୍ର ମୋଦୀ NDA ନେତା ନିର୍ବାଚିତ, ବୈଠକରେ ପ୍ରସ୍ତାବ ପାରିତ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ NDA ନେତା ନିର୍ବାଚିତ। ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି। ଏହି ବୈଠକରେ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସେପଟେ କେନ୍ଦ୍ର କ୍ୟାବିନେଟର ସୁପାରିଶ ପରେ ୧୭ ତମ ଲୋକସଭାକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି। ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଏନ୍ଡିଏ ନେତା। ସରକାର ଗଠନ ନେଇ ଦାବି ଜଣାଇବେ। ଏହି ପରୀପ୍ରେକ୍ଷୀରେ ମୋଦିଙ୍କ ବାସଭବନରେ NDA ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡୁ, ଚିରାଗ ପାଶଓ୍ୱାନ ଓ ଏକନାଥ ସିନ୍ଧେଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ NDA ନେତା ନିର୍ବାଚିତ। ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି। ଏହି ବୈଠକରେ ବରିଷ୍ଠ ନେତା ଉପସ୍ଥିତ ଥିଲେ।
ସେପଟେ କେନ୍ଦ୍ର କ୍ୟାବିନେଟର ସୁପାରିଶ ପରେ ୧୭ ତମ ଲୋକସଭାକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି। ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଏନ୍ଡିଏ ନେତା। ସରକାର ଗଠନ ନେଇ ଦାବି ଜଣାଇବେ।
ଏହି ପରୀପ୍ରେକ୍ଷୀରେ ମୋଦିଙ୍କ ବାସଭବନରେ NDA ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡୁ, ଚିରାଗ ପାଶଓ୍ୱାନ ଓ ଏକନାଥ ସିନ୍ଧେଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ଥିଲେ।