ଅବ୍ୟବସ୍ଥା ଭିତରେ ସରିଲା ବାରବାଟୀର ଟିକେଟ୍ ବିକ୍ରି, ନିରାଶ ହେଲେ ହଜାର ହଜାର କ୍ରିକେଟ୍ ପ୍ରେମୀ

କଟକ:  ବାରବାଟୀ ଦିନିକିଆ ପାଇଁ ଟିକେଟ ଖଣ୍ଡେ ପାଇବାକୁ ଖୁବ ଝାଳ ବୁହାଇଛନ୍ତି କ୍ରିକେଟ ଫ୍ୟାନ।କିନ୍ତୁ କ୍ରିକେଟ୍ ପ୍ରେମୀଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବାରେ ବିଫଳ ହେଲା ପୋଲିସ ଏବଂ ପ୍ରଶାସନ।ଏପରିକି ପରିସ୍ଥିତି ଏମିତି ହେଲା ଯେ, ୧୦ରୁ ଅଧିକ ଲୋକ ବେହୋସ ହୋଇ ମେଡିକାଲରେ ଭର୍ତ୍ତି ହେଲେ।ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ୩ ଜଣ ପୋଲିସ ମଧ୍ୟ ଆହତ। ମୋଟ ଉପରେ ଚରମ ଅବ୍ୟବସ୍ଥା ଭିତରେ ବିକ୍ରି ହେଲା ବାରବାଟୀ ୱାଣ୍ଡେ ଟିକେଟ୍।  ଆଉ ଏଭଳି ବିଶୃଙ୍ଖଳା ହୁଏତ ଆଗରୁ ଦେଖିବାକୁ ମିଳିନଥିଲା। ଏହିସବୁ ଅବ୍ୟବସ୍ଥା ଭିତରେ ସବୁ ଗ୍ୟାଲେରୀର ଟିକେଟ୍ ବିକ୍ରି ଶେଷ ହୋଇଛି। ଦିନକ ମଧ୍ୟରେ ସମସ୍ତ ଟିକେଟ୍ ବିକ୍ରି ଶେଷ ହୋଇ ଯାଇଥିବା ବେଳେ ଟିକେଟ୍ ଖଣ୍ଡେ ନ ପାଇ ନିରାଶ ହୋଇ ଫେରିଛନ୍ତି ହଜାର ହଜାର କ୍ରିକେଟ୍ ପ୍ରେମୀ।ସଦ୍ୟତମ ସୂଚନା ଅନୁଯାୟୀ, ପ୍ରଥମେ ଏକ ନମ୍ବର କାଉଣ୍ଟରରେ ଟିକେଟ୍ ବିକ୍ରି ଶେଷ ହୋଇଥିଲା। ଏଥିରେ ସ୍ପେଶାଲ ଏନକ୍ଲୋଜର, ଏସି ଗ୍ୟାଲେରୀ ବକ୍ସ ଟିକେଟ୍ , ନ୍ୟୁପାଭିଲିୟନ, କର୍ପୋରେଟ୍ ବକ୍ସର ଟିକେଟ୍ ଶେଷ ହୋଇଛି। ଏହା ପରେ ଗ୍ୟାଲେରୀ ୧, ୨, ୩, ୪ ଓ ୫ର ଟିକେଟ୍ ବିକ୍ରି ଶେଷ ହୋଇଥିଲା। ପରେ ୭ ନଂ ଗ୍ୟାଲେରୀର କିଛି ଟିକେଟ୍ ରହିଥିବାରୁ କାଉଣ୍ଟରରେ ଶେଷ ହେବା ପର୍ଯ୍ୟନ୍ତ ଟିକେଟ୍ ବିକ୍ରି ଜାରି ରହିଥିଲା। ଯାହା ଏବେ ସଂପୂର୍ଣ୍ଣ ଶେଷ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଡିସିପି ଜଗମୋହନ ମୀନା। ଦୁଇ ଦ

ଅବ୍ୟବସ୍ଥା ଭିତରେ ସରିଲା ବାରବାଟୀର ଟିକେଟ୍ ବିକ୍ରି, ନିରାଶ ହେଲେ ହଜାର ହଜାର କ୍ରିକେଟ୍ ପ୍ରେମୀ

କଟକ:  ବାରବାଟୀ ଦିନିକିଆ ପାଇଁ ଟିକେଟ ଖଣ୍ଡେ ପାଇବାକୁ ଖୁବ ଝାଳ ବୁହାଇଛନ୍ତି କ୍ରିକେଟ ଫ୍ୟାନ।କିନ୍ତୁ କ୍ରିକେଟ୍ ପ୍ରେମୀଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବାରେ ବିଫଳ ହେଲା ପୋଲିସ ଏବଂ ପ୍ରଶାସନ।ଏପରିକି ପରିସ୍ଥିତି ଏମିତି ହେଲା ଯେ, ୧୦ରୁ ଅଧିକ ଲୋକ ବେହୋସ ହୋଇ ମେଡିକାଲରେ ଭର୍ତ୍ତି ହେଲେ।ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ୩ ଜଣ ପୋଲିସ ମଧ୍ୟ ଆହତ। ମୋଟ ଉପରେ ଚରମ ଅବ୍ୟବସ୍ଥା ଭିତରେ ବିକ୍ରି ହେଲା ବାରବାଟୀ ୱାଣ୍ଡେ ଟିକେଟ୍।  ଆଉ ଏଭଳି ବିଶୃଙ୍ଖଳା ହୁଏତ ଆଗରୁ ଦେଖିବାକୁ ମିଳିନଥିଲା। ଏହିସବୁ ଅବ୍ୟବସ୍ଥା ଭିତରେ ସବୁ ଗ୍ୟାଲେରୀର ଟିକେଟ୍ ବିକ୍ରି ଶେଷ ହୋଇଛି। ଦିନକ ମଧ୍ୟରେ ସମସ୍ତ ଟିକେଟ୍ ବିକ୍ରି ଶେଷ ହୋଇ ଯାଇଥିବା ବେଳେ ଟିକେଟ୍ ଖଣ୍ଡେ ନ ପାଇ ନିରାଶ ହୋଇ ଫେରିଛନ୍ତି ହଜାର ହଜାର କ୍ରିକେଟ୍ ପ୍ରେମୀ।

ସଦ୍ୟତମ ସୂଚନା ଅନୁଯାୟୀ, ପ୍ରଥମେ ଏକ ନମ୍ବର କାଉଣ୍ଟରରେ ଟିକେଟ୍ ବିକ୍ରି ଶେଷ ହୋଇଥିଲା। ଏଥିରେ ସ୍ପେଶାଲ ଏନକ୍ଲୋଜର, ଏସି ଗ୍ୟାଲେରୀ ବକ୍ସ ଟିକେଟ୍ , ନ୍ୟୁପାଭିଲିୟନ, କର୍ପୋରେଟ୍ ବକ୍ସର ଟିକେଟ୍ ଶେଷ ହୋଇଛି। ଏହା ପରେ ଗ୍ୟାଲେରୀ ୧, ୨, ୩, ୪ ଓ ୫ର ଟିକେଟ୍ ବିକ୍ରି ଶେଷ ହୋଇଥିଲା। ପରେ ୭ ନଂ ଗ୍ୟାଲେରୀର କିଛି ଟିକେଟ୍ ରହିଥିବାରୁ କାଉଣ୍ଟରରେ ଶେଷ ହେବା ପର୍ଯ୍ୟନ୍ତ ଟିକେଟ୍ ବିକ୍ରି ଜାରି ରହିଥିଲା। ଯାହା ଏବେ ସଂପୂର୍ଣ୍ଣ ଶେଷ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଡିସିପି ଜଗମୋହନ ମୀନା। ଦୁଇ ଦିନ ଟିକେଟ୍ ବିକ୍ରି ପାଇଁ ଦୁଇ ଦିନ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଦିନକରେ ସମସ୍ତ ଟିକେଟ୍ ବିକ୍ରି ଶେଷ ହୋଇଛି।

ମଙ୍ଗଳବାର ରାତିରୁ ଲାଗିଥିଲା ଗହଳି।ଆଉ ବୁଧବାର ସକାଳେ ଟିକେଟ କାଉଣ୍ଟର ଖୋଲିବା ମାତ୍ରେ ଯେମିତି ପରସ୍ପର ଉପରେ ଝପତି ପଡିଲେ ଲୋକେ।ମାତ୍ର ଘଣ୍ଟାଏ ଭିତରେ ସ୍ଥିତି ଯେମିତି ଅଣାୟତ୍ତ ହୋଇ ପଡ଼ିଲା।ଏଭଳି ଚରମ ଅବ୍ୟବସ୍ଥା ବୁଧବାର ବାରବାଟୀ ଷ୍ଟାଡିଅମ ଟିକେଟ କାଉଣ୍ଟର ଆଗରେ ଦେଖିବାକୁ ମିଳିଛି। ରାତିରେ ମଶା ଉପଦ୍ରବ ଓ ସକାଳୁ ଗହଳି ଭିତରେ ଫସି ରହିବା କାରଣରୁ ଅନେକ ଲୋକ କାଉଣ୍ଟର ଆଗରେ ମୁର୍ଚ୍ଛା ଗଲେ, ଏପରିକି ୩ ଜଣ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି।

 ଏଥର କାଉଣ୍ଟରକୁ ଆସିଥିଲା ମାତ୍ର ୧୧ ହଜାର ୮୦ ଖଣ୍ଡ ଟିକେଟ। ମୁଣ୍ଡ ପିଛା ୨ ଟି ଟିକେଟ ଦେବାକୁ ସ୍ଥିର ହୋଇଥିଲା।ହେଲେ କାଉଣ୍ଟର ଆଗରେ ପ୍ରାୟ ୩୦ ହଜାର ଭଳି ଲୋକ ଥିଲେ।ତେବେ ମହିଳାଙ୍କ ଲାଗି ସଂରକ୍ଷିତ କାଉଣ୍ଟରରେ ବ୍ୟାପକ କଳାବଜାରୀ ଦେଖିବାକୁ ମିଳିଛି। ଅନ୍ୟପଟେ ଯେମିତି ଜନ ସମୁଦ୍ର ଦେଖିବାକୁ ମିଳିଥିଲା। ଭୀଷଣ ଗହଳି ସାଙ୍ଗକୁ ପ୍ରବଳ ଠେଲା ପେଲା କାରଣରୁ ଗୁଳୁଗୁଳିର ମାତ୍ରା ବଢିଗଲା। ଶେଷରେ ପୋଲିସ ଯୋଗାଇ ଦେଲା ପିଇବା ପାଣି ଏବଂ ଦମକଳ ବାହିନୀ ପାଣି ସିଞ୍ଚନ କଲା। 

ସେପଟେ ମ୍ୟାଚ୍ ପୂର୍ବରୁ ଆଜି କମିଶନରେଟ ପୋଲିସର ସମନ୍ବୟ ବୈଠକ ବସିଛି। ୭ ତାରିଖରେ ଭୁବନେଶ୍ବରରେ ପହଂଚିବେ ଭାରତ ଓ ଇଂଲଣ୍ଡ ଟିମ। ୮ତାରିଖରେ ଅଭ୍ୟାସ ପାଇଁ ଯିବେ ବାରବାଟୀ।ଏଥିପାଇଁ ଭୁବନେଶ୍ବରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।ଏହି ବୈଠକରେ OCA, ପୋଲିସ, ହୋଟେଲ କର୍ତ୍ତୃପକ୍ଷ, ଏୟାରପୋର୍ଟ ଅଧିକାରୀ , CISF ସହ ଆଲୋଚନା ହୋଇଛି। ବିମାନବନ୍ଦର ଠାରୁ ହୋଟେଲ ଓ ବାରବାଟୀ ପର୍ଯ୍ୟନ୍ତ ସବୁ ବିଷୟରେ ହୋଇଛି ଆଲୋଚନା।

ଅନେକ କାଉଣ୍ଟରରେ ଅନଭିଜ୍ଞ ଲୋକ ବସିଥିଲେ ଆଉ ବାହାରେ ପୋଲିସ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେଲା। ଏଭଳି ଅବ୍ୟବସ୍ଥା ଭିତରେ ବିକ୍ରି ହୋଇଛି ମ୍ୟାଚ୍ ଟିକେଟ।ତେଣୁ ଆଗକୁ ମ୍ୟାଚ୍ ପରିଚାଳନା ହୁଏତ ଉଭୟ ଓସିଏ ଓ ପୋଲିସ ପାଇଁ ଲିଟମସ ଟେଷ୍ଟ ହେବାକୁ ଯାଉଛି।