T-20 ବିଶ୍ୱକପ୍‌ ୨୦୨୪ : ଖୁବଶୀଘ୍ର ଦଳ ଘୋଷଣା, ନୂଆ ଖେଳାଳିଙ୍କୁ ମିଳିବ ସୁଯୋଗ !

ମୁମ୍ବାଇ ୧୦।୦୪ : ଜୁନ୍‌ ୧ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌ । ଓ୍ୱେଷ୍ଟିଣ୍ଡିଜ୍‌ ଏବଂ ଆମେରିକାର ଆୟୋଜନ ହେବାକୁ ଯାଉଛି ଚଳିତ ଥରର ଟି-୨୦ ବିଶ୍ୱକପ୍‌ । ଏଥିପାଇଁ ସବୁ ଦଳ ନିଜ ନିଜ ଅଭ୍ୟାସ ଏବଂ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଏହିକ୍ରମରେ ଭାରତୀୟ ମଧ୍ୟ ପଛରେ ନାହିଁ । ଆଗାମୀ ଟି-୨୦ ବିଶ୍ୱକପ୍‌ ଲାଗି ଖୁବଶୀଘ୍ର ଭାରତୀୟ ଦଳ ଘୋଷଣା ହୋଇପାରେ । ଏନେଇ କୌଣସି ଆଧିକାରୀକ ବୟାନ ମିଳିନଥିବା ବେଳେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ଚର୍ଚ୍ଚା ଅନୁସାରେ , ଆସନ୍ତା ଏପ୍ରିଲ୍‌ ୩୦ କିମ୍ବା ମେ ପହିଲାରେ ଆଗାମୀ ଟି-୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା ହୋଇପାରନ୍ତି । ଭାରତୀୟ କ୍ରିକେଟ୍‌ ଦଳ (ସିନିୟର) ଚୟନକର୍ତ୍ତା ଏବେ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି । ଆଇପିଏଲ୍‌ରେ ଏବଂ ପୂର୍ବରୁ ଖେଳିଥିବା ଟି-୨୦ରେ  ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ଚୟନକର୍ତ୍ତା । ଆଗାମୀ ବିଶ୍ୱକପ୍‌ ପାଇଁ କେଉଁ ଖେଳାଳି ଟିମ୍‌ ପାଇଁ ପର୍‌ଫେକ୍ଟ ହେବ । ସେନେଇ ମଧ୍ୟ ଆଲୋଚନା ଚାଲିଛି । ତେଣୁ ଆଗାମୀ ବିଶ୍ୱକପ୍‌ରେ କେଉଁ ଭଳି ଦଳ ଚୟନ କରାଯାଉଛି । ସେନେଇ ସମସ୍ତଙ୍କ ନଜର ରହିବ । ସେହିପରି ପୂର୍ବରୁ ବିସିସିଆଇ ସଚିବ ଜୟ ଶାହାଙ୍କ ଘୋଷଣା ଅନୁଯାୟୀ, ଆଗାମୀ ବିଶ୍ୱକପ୍‌ରେ ରୋହିତ ଶର୍ମା ହିଁ ଟିମ୍‌ ଇଣ୍ଡିଆ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଆଉ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟ

T-20 ବିଶ୍ୱକପ୍‌ ୨୦୨୪ : ଖୁବଶୀଘ୍ର ଦଳ ଘୋଷଣା, ନୂଆ ଖେଳାଳିଙ୍କୁ ମିଳିବ ସୁଯୋଗ !

ମୁମ୍ବାଇ ୧୦।୦୪ : ଜୁନ୍‌ ୧ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌ । ଓ୍ୱେଷ୍ଟିଣ୍ଡିଜ୍‌ ଏବଂ ଆମେରିକାର ଆୟୋଜନ ହେବାକୁ ଯାଉଛି ଚଳିତ ଥରର ଟି-୨୦ ବିଶ୍ୱକପ୍‌ । ଏଥିପାଇଁ ସବୁ ଦଳ ନିଜ ନିଜ ଅଭ୍ୟାସ ଏବଂ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଏହିକ୍ରମରେ ଭାରତୀୟ ମଧ୍ୟ ପଛରେ ନାହିଁ । ଆଗାମୀ ଟି-୨୦ ବିଶ୍ୱକପ୍‌ ଲାଗି ଖୁବଶୀଘ୍ର ଭାରତୀୟ ଦଳ ଘୋଷଣା ହୋଇପାରେ । ଏନେଇ କୌଣସି ଆଧିକାରୀକ ବୟାନ ମିଳିନଥିବା ବେଳେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । 

ତେବେ ଚର୍ଚ୍ଚା ଅନୁସାରେ , ଆସନ୍ତା ଏପ୍ରିଲ୍‌ ୩୦ କିମ୍ବା ମେ ପହିଲାରେ ଆଗାମୀ ଟି-୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା ହୋଇପାରନ୍ତି । ଭାରତୀୟ କ୍ରିକେଟ୍‌ ଦଳ (ସିନିୟର) ଚୟନକର୍ତ୍ତା ଏବେ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି । ଆଇପିଏଲ୍‌ରେ ଏବଂ ପୂର୍ବରୁ ଖେଳିଥିବା ଟି-୨୦ରେ  ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ଚୟନକର୍ତ୍ତା । ଆଗାମୀ ବିଶ୍ୱକପ୍‌ ପାଇଁ କେଉଁ ଖେଳାଳି ଟିମ୍‌ ପାଇଁ ପର୍‌ଫେକ୍ଟ ହେବ । ସେନେଇ ମଧ୍ୟ ଆଲୋଚନା ଚାଲିଛି । ତେଣୁ ଆଗାମୀ ବିଶ୍ୱକପ୍‌ରେ କେଉଁ ଭଳି ଦଳ ଚୟନ କରାଯାଉଛି । ସେନେଇ ସମସ୍ତଙ୍କ ନଜର ରହିବ । 

ସେହିପରି ପୂର୍ବରୁ ବିସିସିଆଇ ସଚିବ ଜୟ ଶାହାଙ୍କ ଘୋଷଣା ଅନୁଯାୟୀ, ଆଗାମୀ ବିଶ୍ୱକପ୍‌ରେ ରୋହିତ ଶର୍ମା ହିଁ ଟିମ୍‌ ଇଣ୍ଡିଆ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଆଉ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯିବ । ହେଲେ ଚଳିତ ଆଇପିଏଲ୍‌ରେ ହାର୍ଦ୍ଦିକଙ୍କ ଫର୍ମ ଆଖିଦୃଶିଆ ନାହିଁ । ତେଣୁ ତାଙ୍କ ବଦଳରେ ଆଉ କୌଣସି ଯୁବ ଖେଳାଳିଙ୍କୁ ଚୟନ ଉପରେ ଚିନ୍ତା କରୁଛନ୍ତି ସିଲେକ୍ଟର । ଯଦି ହାର୍ଦ୍ଦିକ ବିଶ୍ୱକପରୁ ଆଉଟ୍‌ ହେଉଛନ୍ତି । ତେବେ ତାଙ୍କ ବଦଳରେ ଶିଭମ ଦୁବେଙ୍କୁ ଦଳ ସାମିଲ କରାଯାଇପାରେ । ସେହିପରି ଫିନିସର ଦାୟିତ୍ୱରେ ସୂର୍ଯ୍ୟକୁମାର ଯାଦବ ଏବଂ ରିଙ୍କୁ ସିଂହଙ୍କୁ ମିଳିପାରେ ସୁଯୋଗ ।ଅଲ୍‌ରାଉଣ୍ଡର ଭାବେ ଅକ୍ଷର ପଟେଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ଦେଖାଯାଉ ଆଗକୁ କେଉଁ ଖେଳାଳି ଉପରେ ଭରସା କରୁଛନ୍ତି ଚୟନକର୍ତ୍ତା, କୋଚ ଏବଂ କ୍ୟାପଟେନ୍‌ । 

ସେହିପରି ଓପନିଂ ରୋହିତ ଶର୍ମା ଏବଂ ଶୁବମନ୍‌ ଗିଲ୍‌ଙ୍କୁ ମିଳିପାରେ ସୁଯୋଗ । ତେବେ ବିରାଟଙ୍କ ଚୟନ ନେଇ ଏବେବି ଚିତ୍ର ସ୍ପଷ୍ଟ ହୋଇନାହିଁ । ଯଦି ବିରାଟ ଚୟନ ହେଉଛନ୍ତି । ତେବେ ସେ ୩ ନମ୍ବରରେ ଖେଳିବା ସୁନିଶ୍ଚିତ । ଆଉ ଯଦି ବିରାଟ ଚୟନ ହେଉନାହାନ୍ତି । ତେବେ ତାଙ୍କ ବଦଳରେ କିଏ ଖେଳିବ । ତାହା ବି ସବୁଠାରୁ ବଡ଼ ପ୍ରଶ୍ନ । 

ସୂଚନାଯୋଗ୍ୟ ଯେ, ଜୁନ୍‌ ୧ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌ ୨୦୨୪। ଚଳିତ ଥର ଆମେରିକା ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଟିମ୍‌ କ୍ୱାଲିଫାଏ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଟି ଟିମ୍‌ ଟି-୨୦ ବିଶ୍ୱକପ୍‌ରେ ଏଣ୍ଟ୍ରି କରିବେ । ସେହିଠାରୁ ହିଁ ଆରମ୍ଭ ହେବ ସୁପର ୮ ଷ୍ଟେଜ୍‌ ମୁକାବିଲା । ଶେଷରେ ଜୁନ୍‌ ୨୯ରେ ଟି-୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମୁକାବିଲା ଖେଳାଯିବ।

ସମ୍ଭାବ୍ୟ ଦଳ- ରୋହିତ ଶର୍ମା (ଅଧିନାୟକ), ଶୁବମନ୍‌ ଗିଲ୍‌, ବିରାଟ କୋହଲି, ଯଶସ୍ୱୀ ଜୈସଓ୍ୱାଲ୍‌, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂହ, ଲୋକେଶ ରାହୁଲ, ରିଷଭ ପନ୍ଥ/ଧ୍ରୁବ ଜୁରେଲ୍, ହାର୍ଦ୍ଦିକ ପାଣ୍ଡ୍ୟା/ ଶିଭମ୍‌ ଦୁବେ, ଅକ୍ଷର ପଟେଲ୍‌, ରବିନ୍ଦ୍ର ଜାଡେଜା,  କୂଳଦୀପ ଯାଦବ, ଅକ୍ଷରଦୀପ ସିଂହ, ମହମ୍ମଦ ସିରାଜ, ଜଶପ୍ରୀତ ବୁମ୍‌ରାହ,