ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୫ ମାଓବାଦୀ

ମାଲକାନଗିରି,୮।୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ମାଓବାଦୀ ସଂଗଠନରେ ସକ୍ରିୟ ଥିବା ୫ ମାଓବାଦୀ ରବିବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମାଡ଼ବି ରାଜୁ, ଦେବା ମାଡ଼ବି, ସୁନ୍ନମ ଭେଙ୍କଟସ୍‌, କୱାସୀ ହିଡ଼ମା ଓ ସୋଡି ଗଙ୍ଗା। ସୂଚନା ଅନୁଯାୟୀ, ଛତିଶଗଡ ସୁକ୍‌ମା ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଏବଂ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ସ୍ଥାପନ ହେବା ଯୋଗୁ ସଂଗଠନରେ ସକ୍ରିୟ ଥିବା ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି। ୫ ମାଓବାଦୀ ବିନା ଅସ୍ତ୍ରଶସ୍ତ୍ରରେ […] The post ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୫ ମାଓବାଦୀ appeared first on Dharitri Odia News.

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୫ ମାଓବାଦୀ

ମାଲକାନଗିରି,୮।୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ମାଓବାଦୀ ସଂଗଠନରେ ସକ୍ରିୟ ଥିବା ୫ ମାଓବାଦୀ ରବିବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମାଡ଼ବି ରାଜୁ, ଦେବା ମାଡ଼ବି, ସୁନ୍ନମ ଭେଙ୍କଟସ୍‌, କୱାସୀ ହିଡ଼ମା ଓ ସୋଡି ଗଙ୍ଗା।

ସୂଚନା ଅନୁଯାୟୀ, ଛତିଶଗଡ ସୁକ୍‌ମା ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଏବଂ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ସ୍ଥାପନ ହେବା ଯୋଗୁ ସଂଗଠନରେ ସକ୍ରିୟ ଥିବା ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି। ୫ ମାଓବାଦୀ ବିନା ଅସ୍ତ୍ରଶସ୍ତ୍ରରେ ଗ୍ରାମବାସୀଙ୍କ ବେଷଭୂଷାରେ ସୁକ୍‌ମା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏକ ଖବରଦାତା ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସଂଗଠନର ଅମାନବୀୟ, ଭିତ୍ତିହୀନ ଚିନ୍ତାଧାରା ସହ ବଡ଼ ମାଓବାଦୀ ନେତା ସେମାନଙ୍କ ଶୋଷଣ, ଅତ୍ୟାଚାର, ଭେଦଭାବ କରୁଥିବାରୁ ଆତ୍ମସମର୍ପଣ କରିଛନ୍ତି ବୋଲି ସୁକ୍‌ମା ଜିଲା ଇନ୍ସପେକ୍ଟର ସେଲ୍‌ର ରୋଶନ ସିଂ ରାଜପୁତ କହିଛନ୍ତି।

The post ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୫ ମାଓବାଦୀ appeared first on Dharitri Odia News.