ଦୁର୍ଘଟଣା ରୁ ବର୍ତ୍ତିଗଲା ମାଲବାହି ଟ୍ରେନ…ଅନକପଲ ହୋଇ ୧୪ଟି ବଗି ପଛରେ ରହିଗଲା..
ଲକ୍ଷ୍ମୀପୁର ୦୫/୦୨ ….ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ନିକଟରେ ଦୁର୍ଘଟଣା ରୁ ବର୍ତ୍ତିଗଲା ମାଲବାହି ଟ୍ରେନ।ଲକ୍ଷ୍ମୀପୁର ଷ୍ଟେସନ ନିକଟରେ ମାଲବାହି ଟ୍ରେନ ହେଲା ଅନକପଲ ହୋଇ କିଛି ସମୟ ପାଈଁ ରହିଯାଇଥିଲା।ଟ୍ରେନ ଟି କେଉଟଗୁଡା ରୁ କାକିରିଗୁମା ଯାଉଥିବା ସମୟରେ ଅନକପଲ ହୋଇଯିବାରୁ ୧୪ଟା ଖାଲି ବଗି ଇଂଜିନ ସହ ବିଛିନ ହୋଇ ପଛରେ ରହିଯାଇଥିଲା ଓ ଇଂଜିନ ସହ ପ୍ରାୟ ୫୫ଟି ବଗି ଆଗରେ ରହିଥିଲା।ଖବର ପାଇ ଲୋକ ପାଇଲଟ ଓ ଟ୍ରେନ ମ୍ୟାନେଜେର ଅଭିନାଶ କୁମାର […] The post ଦୁର୍ଘଟଣା ରୁ ବର୍ତ୍ତିଗଲା ମାଲବାହି ଟ୍ରେନ…ଅନକପଲ ହୋଇ ୧୪ଟି ବଗି ପଛରେ ରହିଗଲା.. appeared first on Odisha.News.

ଲକ୍ଷ୍ମୀପୁର ୦୫/୦୨ ….ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ନିକଟରେ ଦୁର୍ଘଟଣା ରୁ ବର୍ତ୍ତିଗଲା ମାଲବାହି ଟ୍ରେନ।ଲକ୍ଷ୍ମୀପୁର ଷ୍ଟେସନ ନିକଟରେ ମାଲବାହି ଟ୍ରେନ ହେଲା ଅନକପଲ ହୋଇ କିଛି ସମୟ ପାଈଁ ରହିଯାଇଥିଲା।ଟ୍ରେନ ଟି କେଉଟଗୁଡା ରୁ କାକିରିଗୁମା ଯାଉଥିବା ସମୟରେ ଅନକପଲ ହୋଇଯିବାରୁ
୧୪ଟା ଖାଲି ବଗି ଇଂଜିନ ସହ ବିଛିନ ହୋଇ ପଛରେ ରହିଯାଇଥିଲା ଓ ଇଂଜିନ ସହ ପ୍ରାୟ ୫୫ଟି ବଗି ଆଗରେ ରହିଥିଲା।ଖବର ପାଇ ଲୋକ ପାଇଲଟ ଓ ଟ୍ରେନ ମ୍ୟାନେଜେର ଅଭିନାଶ କୁମାର ପୁଣି କପଲ କରି ଷ୍ଟେସନ କୁ ଟ୍ରେନ ଆଣିବା ପରେ ଷ୍ଟେସନ ମାଷ୍ଟର ଙ୍କୁ ମେମୋ ପ୍ରଦାନ କରିଥିଲେ । ସୌଭାଗ୍ୟ ବଶତଃ ରେଳ ଧାରଣା ରୁ ବଗି ଖସି ନଥିବାରୁ କୌଣସିବଡ଼ ଦୁର୍ଘଟଣା ହୋଇନଥିଲା।ବାରମ୍ବାର ଓଡିଶା ରେ ଏପରି ଘଟଣା ମାନ ହଉଥିବା ବେଳେ ରେଳ ବିଭାଗ କାହିଁକି ଦୃଷ୍ଟି ଦଉନି ଓ କାହାର ଭୁଲ କାରଣରୁ ଏପରି ହଉଛି ତାହାକୁ ତର୍ଜମା କରାଯାଉ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।
The post ଦୁର୍ଘଟଣା ରୁ ବର୍ତ୍ତିଗଲା ମାଲବାହି ଟ୍ରେନ…ଅନକପଲ ହୋଇ ୧୪ଟି ବଗି ପଛରେ ରହିଗଲା.. appeared first on Odisha.News.