ସୁପ୍ରିମକୋର୍ଟରେ ଆଜି ୩ ଜଣ ନୂତନ ବିଚାରପତି ଶପଥ ନେବେ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ତିନି ଜଣ ନୂତନ ବିଚାରପତିଙ୍କୁ ପ୍ରଧାନ ବିଚାରପତି ବି.ଆର. ଗଭାଇ ଶପଥ ପାଠ କରାଇବେ। ରାଷ୍ଟ୍ରପତି ଗୁରୁବାର ଦିନ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏନ.ଭି. ଅଞ୍ଜାରିଆ, ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ ବିଷ୍ଣୋଇ ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଏ.ଏସ. ଚାନ୍ଦୁରକରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଗୁରୁବାର ଦିନ ସେମାନଙ୍କର ନିଯୁକ୍ତି ଘୋଷଣା କରିଛନ୍ତି। ଏହି ବିଚାରପତିମାନେ […] The post ସୁପ୍ରିମକୋର୍ଟରେ ଆଜି ୩ ଜଣ ନୂତନ ବିଚାରପତି ଶପଥ ନେବେ appeared first on Odisha.News.

ସୁପ୍ରିମକୋର୍ଟରେ ଆଜି ୩ ଜଣ ନୂତନ ବିଚାରପତି ଶପଥ ନେବେ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ତିନି ଜଣ ନୂତନ ବିଚାରପତିଙ୍କୁ ପ୍ରଧାନ ବିଚାରପତି ବି.ଆର. ଗଭାଇ ଶପଥ ପାଠ କରାଇବେ। ରାଷ୍ଟ୍ରପତି ଗୁରୁବାର ଦିନ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏନ.ଭି. ଅଞ୍ଜାରିଆ, ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ ବିଷ୍ଣୋଇ ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଏ.ଏସ. ଚାନ୍ଦୁରକରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି।

ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଗୁରୁବାର ଦିନ ସେମାନଙ୍କର ନିଯୁକ୍ତି ଘୋଷଣା କରିଛନ୍ତି। ଏହି ବିଚାରପତିମାନେ ଶପଥ ନେବା ମାତ୍ରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ପ୍ରଧାନ ବିଚାରପତି ସମେତ ୩୪କୁ ବୃଦ୍ଧି ପାଇବ। ତେବେ ବିଚାରପତିଙ୍କ କୌଣସି ପଦବୀ ଖାଲି ରହିବ ନାହିଁ।

ସୁପ୍ରିମକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୩୪। କିନ୍ତୁ ଜୁନ୍ ୯ ରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ୍. ତ୍ରିବେଦୀ ଅବସର ନେବା ପରେ ପୁଣି ଥରେ ବିଚାରପତିଙ୍କ ଗୋଟିଏ ପଦବୀ ଖାଲି ହୋଇଯିବ।

ପ୍ରଧାନ ବିଚାରପତି ବି.ଆର. ଗଭାଇଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ କଲେଜିୟମ୍ ମେ ୨୬ ତାରିଖରେ ଅନୁଷ୍ଠିତ ଏକ ବୈଠକରେ ଜଷ୍ଟିସ ଅଞ୍ଜାରିଆ, ଜଷ୍ଟିସ ବିଷ୍ଣୋଇ ଏବଂ ଜଷ୍ଟିସ ଚାନ୍ଦୁରକରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ଦେବାକୁ ସୁପାରିଶ କରିଥିଲେ।

The post ସୁପ୍ରିମକୋର୍ଟରେ ଆଜି ୩ ଜଣ ନୂତନ ବିଚାରପତି ଶପଥ ନେବେ appeared first on Odisha.News.