ଗରମ ଦିନରେ ମଧ୍ୟ ଏହିସବୁ କାରଣରୁ ଛାତିରେ ସୃଷ୍ଟି ହୋଇଥାଏ କଫ, ଏହିଭଳି ପାଆନ୍ତୁ ଆରାମ

ଗରମ ଦିନ ଥିଲେ ମଧ୍ୟ ଅଧିକାଂଶ ଲୋକ କାଶ ଓ କଫ ର ଶିକାର ହେଉଛନ୍ତି , କାହିଁକି ନା ବର୍ତମାନ ପଲ୍ୟୁସନ ଚାରିଆଡେ ଦେଖିବାକୁ ମିଳୁଛି l ତେଣୁ ଏହି କାରଣରୁ କାଶ ଓ କଫ ସମସ୍ୟା ଦେଖିବାକୁ ମିଳୁଛି l ଏହା ଖରାପ ଲାଇଫ ଷ୍ଟାଇଲ୍ ଓ ଖାଦ୍ୟ ପେୟ ର କାରଣ ତ ନୁହେଁ l ତେବେ ଆସନ୍ତୁ ଜାଣିବା ପ୍ରଥମେ କଫ କଣ ପାଇଁ ହୋଇଥାଏ l କଫ କାହିଁକି ହୋଇଥାଏ […] The post ଗରମ ଦିନରେ ମଧ୍ୟ ଏହିସବୁ କାରଣରୁ ଛାତିରେ ସୃଷ୍ଟି ହୋଇଥାଏ କଫ, ଏହିଭଳି ପାଆନ୍ତୁ ଆରାମ appeared first on Odisha.News.

ଗରମ ଦିନରେ ମଧ୍ୟ ଏହିସବୁ କାରଣରୁ ଛାତିରେ ସୃଷ୍ଟି ହୋଇଥାଏ କଫ, ଏହିଭଳି ପାଆନ୍ତୁ ଆରାମ

ଗରମ ଦିନ ଥିଲେ ମଧ୍ୟ ଅଧିକାଂଶ ଲୋକ କାଶ ଓ କଫ ର ଶିକାର ହେଉଛନ୍ତି , କାହିଁକି ନା ବର୍ତମାନ ପଲ୍ୟୁସନ ଚାରିଆଡେ ଦେଖିବାକୁ ମିଳୁଛି l ତେଣୁ ଏହି କାରଣରୁ କାଶ ଓ କଫ ସମସ୍ୟା ଦେଖିବାକୁ ମିଳୁଛି l ଏହା ଖରାପ ଲାଇଫ ଷ୍ଟାଇଲ୍ ଓ ଖାଦ୍ୟ ପେୟ ର କାରଣ ତ ନୁହେଁ l ତେବେ ଆସନ୍ତୁ ଜାଣିବା ପ୍ରଥମେ କଫ କଣ ପାଇଁ ହୋଇଥାଏ l

କଫ କାହିଁକି ହୋଇଥାଏ ?
କଫ ଗୋଟିଏ ଅଠାଳିଆ ତରଳ ପଦାର୍ଥ ଅଟେ, ଯାହା ଆପଣଙ୍କ ଶ୍ୱାସ ନଳୀ କୁ ସଫା ରଖିବାରେ ମହତ୍ଵପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l କିନ୍ତୁ ଯଦି ଏହି କଫ ବଢ଼ିଯାଇ ଥାଏ ତେବେ ଅନେକ ଗୁଡିଏ ସମସ୍ୟା ବୃଦ୍ଧି ହୋଇଥାଏ l ଗଳା କିଚ କିଚ ହେବା, କାଶ ଲାଗି ରହିବା, କାଶ କାରଣରୁ ବାନ୍ତି ମଧ୍ୟ ହୋଇଥାଏ l ଶରୀର ରେ ଅଧିକ କଫ ବଢିବା ଦ୍ୱାରା ପ୍ରଶ୍ୱାସ ନଳୀ ଫୁଲି ଯାଇଥାଏ, ଏଲର୍ଜୀ, ଗଳା ଏବଂ ଫୁସଫୁସ ରେ ଯନ୍ତ୍ରଣା, ଫୁସଫୁସ କ୍ୟାନ୍ସର ଭଳି ଅନେକ ପ୍ରକାର ରୋଗ ଦେଖାଯାଇ ଥାଏ l ଗରମ ଦିନରେ ଅଧିକ ମାତ୍ରାରେ ଥଣ୍ଡା ପାନୀୟ ସେବନ, ଆଇସକ୍ରିମ ଖାଇବା, ପଲ୍ୟୁସନ ରେ ବିନା ମାସ୍କ ରେ ବୁଲିବା , ଫ୍ରିଜ ରେ ଥିବା ଜିନିଷ କୁ ତୁରନ୍ତ ବାହାର କରି ସେବନ କରିବା ହେଉଛି ଗରମ ଦିନରେ କଫର କାରଣ l

କଫ ହେଲେ କଣ କରିବେ –
– ଡି -ହାଇଡ୍ରେସନ ଏବଂ ଗ୍ୟାସ ଏସିଡ଼ିଟି କାରଣରୁ କଫ ମଧ୍ୟ ବଢ଼ିଯାଇ ଥାଏ l ତେଣୁ ଏହିସବୁ ସମସ୍ୟାକୁ ଏଡ଼ାଇବା ପାଇଁ ଖୁବ ଅଧିକ ପାଣି ପିଇବା ମଧ୍ୟ ଜରୁରୀ l କାହିଁକି ନା ଶରୀର ହାଇଡ୍ରେଟ ରହିବା ଦ୍ୱାରା ପାଣି ପିଇବା ଜରୁରୀ l ଏବଂ ପାଣି ପିଇବା ଦ୍ୱାରା କଫ ଢିଲା ହୋଇଯାଇ ଥାଏ ଏବଂ ଖୁବ ସହଜ ରେ ବାହାରି ଯାଇଥାଏ l ଏବଂ ପ୍ରଶ୍ୱାସ ନଳୀ ମଧ୍ୟ ଠିକ ହୋଇଯାଇ ଥାଏ l

– ଡ୍ରାଏ ଏୟାର କାରଣରୁ ଶରୀର ରେ କଫ ଅଧିକ ବଢି ଯାଇଥାଏ l ତେଣୁ ଘରେ ରୁମ ହିଟର ର ବ୍ୟବହାର କରନ୍ତୁ ନାହିଁ l ଏବଂ ଷ୍ଟିମ ନେଇ କଫ ରୁ ନିବୃତ ହେବାକୁ ଚେଷ୍ଟା କରନ୍ତୁ l ନିୟମିତ ଷ୍ଟିମ ନେବା ଦ୍ୱାରା କଫ ମଧ୍ୟ ଖୁବ ସହଜ ରେ ବାହାରି ଯାଇଥାଏ l

– କଫ ସମସ୍ୟା ଲାଗି ରହିଲେ ନିୟମିତ ଲୁଣ ପାଣି ଗର୍ଗଳ କରନ୍ତୁ l ଏହାଦ୍ୱାରା ଗଳା ଫୁଲିଯିବା ସହିତ କଫ ସମସ୍ୟା ରୁ ମଧ୍ୟ ଆରାମ ମିଳିଥାଏ l

The post ଗରମ ଦିନରେ ମଧ୍ୟ ଏହିସବୁ କାରଣରୁ ଛାତିରେ ସୃଷ୍ଟି ହୋଇଥାଏ କଫ, ଏହିଭଳି ପାଆନ୍ତୁ ଆରାମ appeared first on Odisha.News.