ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷରେ ଚରିତ୍ର ଗଠନକୁ ଗୁରୁତ୍ୱ

ବରଗଡ଼:ଅଖିଳ ଭାରତ ବିବେକାନନ୍ଦ ଯୁବ ମହାମଣ୍ଡଳ ଆନୁକୂଲ୍ୟରେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ଉନ୍ନୀତ ବିଦ୍ୟାଳୟ କର୍ଲାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅବସରରେ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଅଖିଳ ଭାରତ ବିବେକାନନ୍ଦ ଯୁବ ମହାମଣ୍ଡଳ ଅତାବିରା ଶାଖାର ସଦସ୍ୟ ତଥା ବିଜ୍ଞାନ ଶିକ୍ଷକ ବାଳମୁକୁନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ୍ ଭୁବନେଶ୍ବରର ପ୍ରାଧ୍ୟାପକ ସପ୍ତର୍ଷି […] The post ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷରେ ଚରିତ୍ର ଗଠନକୁ ଗୁରୁତ୍ୱ appeared first on Odisha.News.

ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷରେ ଚରିତ୍ର ଗଠନକୁ ଗୁରୁତ୍ୱ

ବରଗଡ଼:ଅଖିଳ ଭାରତ ବିବେକାନନ୍ଦ ଯୁବ ମହାମଣ୍ଡଳ ଆନୁକୂଲ୍ୟରେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ଉନ୍ନୀତ ବିଦ୍ୟାଳୟ କର୍ଲାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅବସରରେ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଅଖିଳ ଭାରତ ବିବେକାନନ୍ଦ ଯୁବ ମହାମଣ୍ଡଳ ଅତାବିରା ଶାଖାର ସଦସ୍ୟ ତଥା ବିଜ୍ଞାନ ଶିକ୍ଷକ ବାଳମୁକୁନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ୍ ଭୁବନେଶ୍ବରର ପ୍ରାଧ୍ୟାପକ ସପ୍ତର୍ଷି ମଣ୍ଡଳ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରେ ଜନ କଲ୍ୟାଣ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ ଏବଂ ବିଭିନ୍ନ ପରୀକ୍ଷଣ ଓ ପ୍ରଦର୍ଶନ ମାଧ୍ୟମରେ ଉତ୍ତମ ଚରିତ୍ର ଗଠନ କରି ଜୀବନର ମୂଲ୍ୟବୋଧ ଉପଲବଧି କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଥିଲେ।ସମ୍ମାନିତ ଅତିଥି ଭାବରେ ଅମ୍ବାଭୋନା ଏବିଇଓ ମୋହନ ଚରଣ ମହାନ୍ତ, ବିଜ୍ଞାନ ଶିକ୍ଷକ ତଥା ପରିବେଶବିତ୍ ସଞ୍ଜୟ ଖମାରୀ, ସି ଆର ସିସି କେଦାର ନାଏକ, ପରିବେଶକର୍ମୀ ଗଣେଶ ମହାକୁଡ଼ ଯୋଗ ଦେଇ ବାଲ୍ୟାବସ୍ଥାରୁ ସମସ୍ତେ ପ୍ରୟାସ କଲେ ଭବିଷ୍ୟତରେ ଜଣେ ସୁନାଗରିକ ହେବା ସହ ପରିବାର, ସମାଜ ଓ ଦେଶ ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରିପାରିବେ ବୋଲି ମତ ବ୍ୟକ୍ତ କରିଥିଲେ।ଗ୍ରାମବାସୀଙ୍କ ମଧ୍ୟରେ ଶୋଭାରାମ ସାହୁ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଶିକ୍ଷକ ନରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କର୍ଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମଚନ୍ଦ୍ର ସାହୁଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଶ୍ରୀଯୁକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

The post ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷରେ ଚରିତ୍ର ଗଠନକୁ ଗୁରୁତ୍ୱ appeared first on Odisha.News.