ଅଭିବୃଦ୍ଧି କରାଇବ ବାଣିଜି୍ୟକ କାରବାର

ଭୁବନେଶ୍ୱର,୨୬।୮(ଅନୁରାଧା ମହାରଣା) ଏକ ବ୍ୟାପକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଭାରତ ଏବଂ ଅଷ୍ଟ୍ରେଲିଆର ଅଧିକାରୀମାନେ ନଭେମ୍ବରରେ ଆଲୋଚନା କରିବାର ସମ୍ଭାବନା ରହିଛି। ବାଣିଜ୍ୟ ମନ୍ତ୍ରଣାଳୟ ରବିବାର ଏହି ସୂଚନା ଦେଇଛିି। ୨୦୨୨ ଡିସେମ୍ବରରେ ଦୁଇ ଦେଶ ମଧ୍ୟରେ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ହୋଇଥିଲା। ବର୍ତ୍ତମାନ ଏହାର ପରିସର ବିସ୍ତାର କରିବାକୁ ସେମାନେ ଆଲୋଚନା କରୁଛନ୍ତି । ମନ୍ତ୍ରଣାଳୟ କହିଛି ଯେ, ଭାରତ-ଅଷ୍ଟ୍ରେଲିଆ ସିଇସିଏର ଦଶମ ରାଉଣ୍ଡ ଆଲୋଚନା ସିଡ୍‌ନୀରେ ଅଗଷ୍ଟ ୧୯-୨୨ ମଧ୍ୟରେ ଅନୁଷ୍ଠିତ […] The post ଅଭିବୃଦ୍ଧି କରାଇବ ବାଣିଜି୍ୟକ କାରବାର appeared first on Dharitri Odia News.

ଅଭିବୃଦ୍ଧି କରାଇବ ବାଣିଜି୍ୟକ କାରବାର

ଭୁବନେଶ୍ୱର,୨୬।୮(ଅନୁରାଧା ମହାରଣା)
ଏକ ବ୍ୟାପକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଭାରତ ଏବଂ ଅଷ୍ଟ୍ରେଲିଆର ଅଧିକାରୀମାନେ ନଭେମ୍ବରରେ ଆଲୋଚନା କରିବାର ସମ୍ଭାବନା ରହିଛି। ବାଣିଜ୍ୟ ମନ୍ତ୍ରଣାଳୟ ରବିବାର ଏହି ସୂଚନା ଦେଇଛିି। ୨୦୨୨ ଡିସେମ୍ବରରେ ଦୁଇ ଦେଶ ମଧ୍ୟରେ ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ହୋଇଥିଲା। ବର୍ତ୍ତମାନ ଏହାର ପରିସର ବିସ୍ତାର କରିବାକୁ ସେମାନେ ଆଲୋଚନା କରୁଛନ୍ତି । ମନ୍ତ୍ରଣାଳୟ କହିଛି ଯେ, ଭାରତ-ଅଷ୍ଟ୍ରେଲିଆ ସିଇସିଏର ଦଶମ ରାଉଣ୍ଡ ଆଲୋଚନା ସିଡ୍‌ନୀରେ ଅଗଷ୍ଟ ୧୯-୨୨ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାମଗ୍ରୀ, ସେବା, ଡିଜିଟାଲ ବାଣିଜ୍ୟ, ସରକାରୀ କ୍ରୟ, ଦ୍ରବ୍ୟର ଉତ୍ପତ୍ତି ନିୟମ ଏବଂ ଏଗ୍ରୋ-ଟେକ୍ନୋଲୋଜି ଉପରେ ଆଲୋଚନା କରାଯାଇଥିଲା। ସିଏସିଏର ପରବର୍ତ୍ତୀ ରାଉଣ୍ଡ ନଭେମ୍ବରରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ ଏକ ବିବୃତିରେ କହିଛି । ଭାରତୀୟ ପ୍ରତିନିଧି ଦଳ ମୁଖ୍ୟ ବୁଝାମଣାକାରୀ ତଥା ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ରାଜେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଏହା କରିଥିଲେ। ଅଷ୍ଟ୍ରେଲୀୟ ପ୍ରତିନିଧି ଦଳ ମୁଖ୍ୟ ବୁଝାମଣାକାରୀ ତଥା ବୈଦେଶିକ ବ୍ୟାପାର ଏବଂ ବାଣିଜ୍ୟ ବିଭାଗର ପ୍ରଥମ ସହକାରୀ ସଚିବ ରବି କେୱାଲ୍ରାମଙ୍କ ନେତୃତ୍ୱରେ ନେତୃତ୍ୱ ନେଇଥିଲେ। ମନ୍ତ୍ରଣାଳୟ କହିଛି ଯେ ପରସ୍ପରର ପ୍ରସ୍ତାବକୁ ଭଲଭାବେ ବୁଝାମଣା ଏବଂ ମତଭେଦ ଦୂର କରିବା ପାଇଁ ବୈଠକ ଗଭୀର ଆଲୋଚନା ଏବଂ ବୁଝାମଣା ହୋଇଥିଲା। ଘରୋଇସ୍ତରରେ ବିଭିନ୍ନ ପ୍ରସଙ୍ଗରେ ସମ୍ବେଦନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ସନ୍ତୁଳିତ ଫଳାଫଳକୁ ପହଞ୍ଚାଇବା ପାଇଁ ଉଭୟ ପକ୍ଷ ଉଦ୍ୟମ କରିଥିଲେ।
ବିବୃତିି ଅନୁଯାୟୀ ସେପ୍ଟେମ୍ବର ୨୩ରେ ଭାରତ-ଅଷ୍ଟ୍ରେଲିଆ କୃଷି ପ୍ରଯୁକ୍ତିବିଦ୍ୟା ଫୋରମ (ଆଇଏଏଟିଏଫ୍‌)ର ପ୍ରଥମ ବୈଠକ କରିବାକୁ ଅଷ୍ଟ୍ରେଲିଆ ପକ୍ଷ ପ୍ରସ୍ତାବ ଦେଇଛି। ଏହି ନୂତନ ପ୍ଲାଟଫର୍ମ ଅଷ୍ଟ୍ରେଲିଆ ଦ୍ୱାରା ଗଠିତ ହୋଇଛି। ବୈଷୟିକ ଜ୍ଞାନକୌଶଳ ଏବଂ ଜ୍ଞାନ ବଣ୍ଟନ ମାଧ୍ୟମରେ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ସୁଯୋଗ ଅନ୍ବେଷଣ କରିବା ଏବଂ ପାରସ୍ପରିକ ଲାଭଦାୟକ ସମ୍ପର୍କକୁ ମଜଭୁତ କରିବା ଏହି ବୈଠକର ଉଦ୍ଦେଶ୍ୟ ରହିଛି। ଓସନିଆ ଅଞ୍ଚଳରେ ଅଷ୍ଟ୍ରେଲିଆ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଭାଗୀଦାରି। ୨୦୨୩-୨୪ ମସିହାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବାଣିଜ୍ୟ ପ୍ରାୟ ୨୪ ବିଲିୟନ ଡ଼ଲାର ହେବ। ଗତ ଆର୍ଥିକ ବର୍ଷରେ ଅଷ୍ଟ୍ରେଲିଆକୁ ଭାରତର ରପ୍ତାନି ୭.୯୪ ବିଲିୟନ ଡଲାର ହୋଇଥିବାବେଳେ ଆମଦାନୀ ୧୬.୧୫ ବିଲିୟନ ଡଲାର ଥିଲା। ୨୦୨୧-୨୨ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରାୟ ୨୫ ବିଲିୟନ ଡଲାରରେ ପହଞ୍ଚିପାରେ।

The post ଅଭିବୃଦ୍ଧି କରାଇବ ବାଣିଜି୍ୟକ କାରବାର appeared first on Dharitri Odia News.