ଟଙ୍କପାଣି ସାଇମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, କାର୍ ଧକ୍କାରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର ୧୧।୦୨ : ପୁଣି ମୁଣ୍ଡ ନେଲା ପୁରୀ ବାଇପାସ ରାସ୍ତା ।  ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ କାର୍‌ ଧକ୍କା ଦେବାରେ ଚାଲିଯାଇଛି ତିନି ଜୀବନ ।  ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ମିଳିଥିବା ଖବର ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଏକ ହୋଣ୍ଡା ବାଇକ୍‌ ଜରିଆରେ ତିନି ଜଣ ଯୁବକ ଯାଉଥିଲେ । ହେଲେ ପୁରୀ ବାଇପାସ ସାଇମନ୍ଦିର ନିକଟରେ ଏହି ବାଇକ୍‌କୁ ଧକ୍କା ଦେଇଥିଲା  କାର୍‌ । ଯାହାଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଯାଇଛି ତିନି ଜଣଙ୍କ ଜୀବନ। ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଛି । ସେଠାରେ ସମସ୍ତ ମୃତଦେହକୁ ଶବ ବ୍ୟବଚ୍ଛେଦ କରାଯିବ । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ଏହାସହିତ କାର୍‌ ମାଲିକଙ୍କୁ ଅଟକ ରଖିଛି ପୋଲିସ । ସେହିପରି ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା ବେଳେ କାର୍‌ଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା । ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।  

ଟଙ୍କପାଣି ସାଇମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, କାର୍ ଧକ୍କାରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର ୧୧।୦୨ : ପୁଣି ମୁଣ୍ଡ ନେଲା ପୁରୀ ବାଇପାସ ରାସ୍ତା ।  ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ କାର୍‌ ଧକ୍କା ଦେବାରେ ଚାଲିଯାଇଛି ତିନି ଜୀବନ ।  ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ମିଳିଥିବା ଖବର ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଏକ ହୋଣ୍ଡା ବାଇକ୍‌ ଜରିଆରେ ତିନି ଜଣ ଯୁବକ ଯାଉଥିଲେ । ହେଲେ ପୁରୀ ବାଇପାସ ସାଇମନ୍ଦିର ନିକଟରେ ଏହି ବାଇକ୍‌କୁ ଧକ୍କା ଦେଇଥିଲା  କାର୍‌ । ଯାହାଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଯାଇଛି ତିନି ଜଣଙ୍କ ଜୀବନ। ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଛି । ସେଠାରେ ସମସ୍ତ ମୃତଦେହକୁ ଶବ ବ୍ୟବଚ୍ଛେଦ କରାଯିବ । ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ଏହାସହିତ କାର୍‌ ମାଲିକଙ୍କୁ ଅଟକ ରଖିଛି ପୋଲିସ । ସେହିପରି ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା ବେଳେ କାର୍‌ଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା । ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।