ଏହି ହେବେ ଆରସିବିର ଆଗାମୀ ଅଧିନାୟକ, ପୂର୍ବତନ ଖେଳାଳି କଲେ କନଫର୍ମ

ନୂଆଦିଲ୍ଲୀ,୨୯।୧୧: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ର ମେଗା ନିଲାମରେ ବହୁ ଅର୍ଥ ଖର୍ଚ୍ଚ କରିଥିଲା । କିନ୍ତୁ ଦଳ ଫାଫ ଡୁ ପ୍ଲେସିସ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କୁ କିଣିପାରିନାହିଁ। ଗତ ସିଜନରେ ଡୁପ୍ଲେସିସ ଦଳର ଅଧିନାୟକ ଥିଲେ। କିନ୍ତୁ ବର୍ତ୍ତମାନ ଦଳର ଅଧିନାୟକ କିଏ ହେବେ ତାହା ଏକ ବଡ ପ୍ରଶ୍ନ। ପୂର୍ବତନ ଆରସିବି ଖେଳାଳି ଏବି ଡିଭିଲିୟର୍ସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ବିରାଟ କୋହଲି ଆରସିବିର ପରବର୍ତ୍ତୀ ଅଧିନାୟକ ହେବେ ବୋଲି ସେ […] The post ଏହି ହେବେ ଆରସିବିର ଆଗାମୀ ଅଧିନାୟକ, ପୂର୍ବତନ ଖେଳାଳି କଲେ କନଫର୍ମ appeared first on Dharitri Odia News.

ଏହି ହେବେ ଆରସିବିର ଆଗାମୀ ଅଧିନାୟକ, ପୂର୍ବତନ ଖେଳାଳି କଲେ କନଫର୍ମ

ନୂଆଦିଲ୍ଲୀ,୨୯।୧୧: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ର ମେଗା ନିଲାମରେ ବହୁ ଅର୍ଥ ଖର୍ଚ୍ଚ କରିଥିଲା । କିନ୍ତୁ ଦଳ ଫାଫ ଡୁ ପ୍ଲେସିସ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କୁ କିଣିପାରିନାହିଁ। ଗତ ସିଜନରେ ଡୁପ୍ଲେସିସ ଦଳର ଅଧିନାୟକ ଥିଲେ। କିନ୍ତୁ ବର୍ତ୍ତମାନ ଦଳର ଅଧିନାୟକ କିଏ ହେବେ ତାହା ଏକ ବଡ ପ୍ରଶ୍ନ। ପୂର୍ବତନ ଆରସିବି ଖେଳାଳି ଏବି ଡିଭିଲିୟର୍ସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ବିରାଟ କୋହଲି ଆରସିବିର ପରବର୍ତ୍ତୀ ଅଧିନାୟକ ହେବେ ବୋଲି ସେ ଦାବି କରିଛନ୍ତି।

କୋହଲି ଆରସିବିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସୁଛନ୍ତି। ସେ ୨୦୧୩ରୁ ୨୦୨୧ପର୍ଯ୍ୟନ୍ତ ଦଳର ଅଧିନାୟକ ହୋଇଥିଲେ। ଖବର ଅନୁଯାୟୀ ଡିଭିଲିୟର୍ସ ଆରସିବି ଅଧିନାୟକତ୍ୱ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଁ ଭାବୁନାହିଁ ଯେ ଏହା ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇପାରେ। ଯଦି ଆମେ ଦଳକୁ ଦେଖିବା, ବିରାଟ କୋହଲି ପରବର୍ତ୍ତୀ ଅଧିନାୟକ ହେବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ସୁଦ୍ଧା ଏହି ବିଷୟରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।

The post ଏହି ହେବେ ଆରସିବିର ଆଗାମୀ ଅଧିନାୟକ, ପୂର୍ବତନ ଖେଳାଳି କଲେ କନଫର୍ମ appeared first on Dharitri Odia News.