”ଓଡ଼ିଶାରେ ବହୁଛି ଭାଜପା ହାୱା, ଫୋକସରେ ବିଧାନସଭା ନିର୍ବାଚନ”: ଅମିତ ଶାହା
ଭୁବନେଶ୍ୱର,୧୫ା୫: ବୁଧବାର ଭାଜପା ବରିଷ୍ଠ ନେତା ତଥା ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟରେ ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପାଇଁ କଟକରେ ରୋଡ୍ ସୋ କରିଛନ୍ତି। ଏହି ରୋଡ୍ ସୋ ସମାଜ କାର୍ଯ୍ୟାଳୟ ନିକଟରୁ ଆରମ୍ଭ ହୋଇ ସନ୍ଧ୍ୟାରେ ଗୋପାବନ୍ଧୁ ପାର୍କ ଅଞ୍ଚଳ, ତିନିକୋଣିଆ ବାଗିଚା, ଦରଗା ବଜାର, ନୟାସଡକ ଏବଂ ବାଲୁ ବଜାର ଦେଇ ଚାନ୍ଦିନୀ ଚୌକ ଛକରେ ଶେଷ ହୋଇଥିଲା। “ଏହି ରୋଡ଼ ସୋ ସମୟରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା […] The post ”ଓଡ଼ିଶାରେ ବହୁଛି ଭାଜପା ହାୱା, ଫୋକସରେ ବିଧାନସଭା ନିର୍ବାଚନ”: ଅମିତ ଶାହା appeared first on Dharitri Odia News.
ଭୁବନେଶ୍ୱର,୧୫ା୫: ବୁଧବାର ଭାଜପା ବରିଷ୍ଠ ନେତା ତଥା ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟରେ ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପାଇଁ କଟକରେ ରୋଡ୍ ସୋ କରିଛନ୍ତି।
ଏହି ରୋଡ୍ ସୋ ସମାଜ କାର୍ଯ୍ୟାଳୟ ନିକଟରୁ ଆରମ୍ଭ ହୋଇ ସନ୍ଧ୍ୟାରେ ଗୋପାବନ୍ଧୁ ପାର୍କ ଅଞ୍ଚଳ, ତିନିକୋଣିଆ ବାଗିଚା, ଦରଗା ବଜାର, ନୟାସଡକ ଏବଂ ବାଲୁ ବଜାର ଦେଇ ଚାନ୍ଦିନୀ ଚୌକ ଛକରେ ଶେଷ ହୋଇଥିଲା।
“ଏହି ରୋଡ଼ ସୋ ସମୟରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପରେ ମୁଁ କେବଳ କହିପାରେ ଯେ ବିଜେପି ଗଠନ କରିବ ଓଡିଶାରେ ପରବର୍ତ୍ତୀ ସରକାର ବୋଲି ଶାହା କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଓଡିଶାରେ ବିଧାନସଭା ନିର୍ବାଚନକୁ ଭାଜପା ଅଧିକ ଗୁରୁତ୍ୱ ଦେଉଛି।
ସେ କହିଛନ୍ତି, ଓଡିଶାରେ ଭାଜପା ଲହର ଅଛି। ନିର୍ବାଚନ ପରେ ଆମ ଦଳ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ କରିବ। ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସହାୟତା ପ୍ରଦାନ କରିଥିବାରୁ ଭାଜପା ବରିଷ୍ଠ ନେତା ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି।”
The post ”ଓଡ଼ିଶାରେ ବହୁଛି ଭାଜପା ହାୱା, ଫୋକସରେ ବିଧାନସଭା ନିର୍ବାଚନ”: ଅମିତ ଶାହା appeared first on Dharitri Odia News.