କଛାରପଡ଼ାରେ ପାନୀୟଜଳ ସମସ୍ୟା: ନାଳ ଚୁଆ ଉପରେ ଭରସା

ନୂଆପଡ଼ା,୨୨ା୭(ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀକରି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଉକ୍ତ ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଲୋକେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚତ୍ତ ହୋଇ ନଈ, ନାଳ, ଝରଣା, ଖୋଲା କୂଅ ଉପରେ ନିର୍ଭର କରୁଛନ୍ତି। ଏହାର ଏକ ଉଦାହରଣ ନୂଆପଡ଼ା ଜିଲା ସିନାପାଲି ବ୍ଲକ୍‌ ଦୁର୍ଗମ ଘାଟମାଳ ପଞ୍ଚାୟତ […] The post କଛାରପଡ଼ାରେ ପାନୀୟଜଳ ସମସ୍ୟା: ନାଳ ଚୁଆ ଉପରେ ଭରସା appeared first on Dharitri Odia News.

କଛାରପଡ଼ାରେ ପାନୀୟଜଳ ସମସ୍ୟା: ନାଳ ଚୁଆ ଉପରେ ଭରସା

ନୂଆପଡ଼ା,୨୨ା୭(ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀକରି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଉକ୍ତ ଯୋଜନା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଲୋକେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚତ୍ତ ହୋଇ ନଈ, ନାଳ, ଝରଣା, ଖୋଲା କୂଅ ଉପରେ ନିର୍ଭର କରୁଛନ୍ତି। ଏହାର ଏକ ଉଦାହରଣ ନୂଆପଡ଼ା ଜିଲା ସିନାପାଲି ବ୍ଲକ୍‌ ଦୁର୍ଗମ ଘାଟମାଳ ପଞ୍ଚାୟତ ତାଲାକୋଟ ଗାଁର କଛାରପଡ଼ାରେ ଦେଖିବାକୁ ମିଳିଛି। ପଡ଼ାବାସୀ ନାଳପାର୍ଶ୍ୱ ବାଲିରେ ଚୁଆ ଖୋଳି ପାନୀୟ ଜଳ ସଂଗ୍ରହ କରୁଛନ୍ତି। କଛାରପଡ଼ାରେ ଆଦିବାସୀ ସମ୍ପ୍ରଦାୟର ୩୦ରୁ ଊର୍ଦ୍ଧ୍ୱ ପରିବାରର ୧୫୦ରୁ ଅଧିକ ସଦସ୍ୟ ବସବାସ କରୁଛନ୍ତି। ତାଲାକୋଟ ଗାଁରେ ଓଭରହେଡ୍‌ ଟାଙ୍କି ନିର୍ମାଣ କରାଯାଇ ଅନ୍ୟ ଗାଁ ବା ପଡ଼ାକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ହେଲେ ତାଲାକୋଟଠାରୁ କଛାରପଡ଼ା ମାତ୍ର ୨ କି.ମି. ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ପଡ଼ାବାସୀ ବାଧ୍ୟହୋଇ ନିକଟସ୍ଥ ବୁଢ଼ଗେଲ ନାଳରୁ ବାଲି ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ା ସେହି ଗୋଳିଆପାଣି ବ୍ୟବହାରକରି ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଏହି ସମସ୍ୟା ନେଇ ପଡ଼ାବାସୀ ନିର୍ବାଚିତ ପ୍ରତିନିଧିଠାରୁ ଆରମ୍ଭକରି ବ୍ଲକ୍‌ ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ବିଭାଗୀୟ ଅଧିକାରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ପଡ଼ାର କରୁଣା ମାଝି, ପୁରଦୀ ମାଝି, ରାମଲୁ ମାଝି, ସୋମନାଥ ଦେବଗୁନିଆ, ମଞ୍ଜୁଳା ମାଝି, ସୁରେଖା ମାଝି, ଭୂଜେଶ୍ୱରୀ ମାଝି ପ୍ରମୁଖ ଦାବି କରିଛନ୍ତି ା ଏ ସଂକ୍ରାନ୍ତରେ ସିନାପାଲି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ କେଶବ ସାହୁଙ୍କୁ ପଚାରିବାରୁ ଏହି ପଡ଼ାକୁ କିଭଳି ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ସେ ନେଇ ଆମେ ବ୍ୟବସ୍ଥା କରୁଛୁ। ଅଳ୍ପ କିଛିଦିନ ଭିତରେ ପାଣି ସମସ୍ୟା ଦୂରହୋଇଯିବ ବୋଲି କହିଥିଲେ ା

The post କଛାରପଡ଼ାରେ ପାନୀୟଜଳ ସମସ୍ୟା: ନାଳ ଚୁଆ ଉପରେ ଭରସା appeared first on Dharitri Odia News.