ମାଠିଆ ବାଡ଼େଇ ରାଜନୀତି କଲେ ପୂର୍ବ ସରକାର: ମନ୍ତ୍ରୀ ହରିଚନ୍ଦନ
ଭୁବନେଶ୍ୱର,୧୫।୧୨(ଅନିଲ ଦାସ): ମହାନଦୀ ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି। ବିଜେଡି ଅଭିଯୋଗ କରିଛି, ନୂଆ ଅଧ୍ୟକ୍ଷ ନିଯୁକ୍ତି ଅର୍ଥ ଦାସେ ଆସିଲେ ମୂଳରୁ ଗାଅ। ଶୁଣାଣି ଶେଷବେଳକୁ ମହାନଦୀ ଲୀନ ହୋଇଯାଇଥିବ। କଂଗ୍ରେସ ମଧ୍ୟ ବିଜେଡି ସହ ସ୍ବର ମିଳାଇଛି। ଅନ୍ୟପକ୍ଷରେ ଭାଜପା ବରିଷ୍ଠ ନେତା ତଥା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାନଦୀ ସ୍ଥିତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ। ମଧ୍ୟସ୍ଥତାକୁ ମନା କରି ନାଟକୀୟ ଢଙ୍ଗରେ ମାଠିଆ […] The post ମାଠିଆ ବାଡ଼େଇ ରାଜନୀତି କଲେ ପୂର୍ବ ସରକାର: ମନ୍ତ୍ରୀ ହରିଚନ୍ଦନ appeared first on Dharitri Odia News.
ଭୁବନେଶ୍ୱର,୧୫।୧୨(ଅନିଲ ଦାସ): ମହାନଦୀ ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି। ବିଜେଡି ଅଭିଯୋଗ କରିଛି, ନୂଆ ଅଧ୍ୟକ୍ଷ ନିଯୁକ୍ତି ଅର୍ଥ ଦାସେ ଆସିଲେ ମୂଳରୁ ଗାଅ। ଶୁଣାଣି ଶେଷବେଳକୁ ମହାନଦୀ ଲୀନ ହୋଇଯାଇଥିବ। କଂଗ୍ରେସ ମଧ୍ୟ ବିଜେଡି ସହ ସ୍ବର ମିଳାଇଛି। ଅନ୍ୟପକ୍ଷରେ ଭାଜପା ବରିଷ୍ଠ ନେତା ତଥା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାନଦୀ ସ୍ଥିତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ। ମଧ୍ୟସ୍ଥତାକୁ ମନା କରି ନାଟକୀୟ ଢଙ୍ଗରେ ମାଠିଆ ବାଡ଼େଇ ରାଜନୀତି କଲେ। ତେବେ ଓଡ଼ିଶାର ସ୍ବାର୍ଥ ପାଇଁ ଭାଜପା ସରକାର ସବୁ ପ୍ରକାର ପଦକ୍ଷେପ ନେବେ ବୋଲି ପୃଥ୍ବୀରାଜ କହିଛନ୍ତି। ମହାନଦୀକୁ ମା’ କହି ପର କରିଦେଇଥିଲେ ନବୀନ ସରକାର। ରମଣ ସିଂଙ୍କ ବୈଠକରୁ ଉଠି ଆସି ଟ୍ରିବ୍ୟୁନାଲ ଗଠନ ପାଇଁ ଅଡ଼ି ବସିଥିଲେ। ରାଜନୈତିକ ଲାଭ ଉଦ୍ଦେଶ୍ୟରେ ବିଜେଡି ଆନ୍ଦୋଳନ କଲା। ଟ୍ରିବ୍ୟୁନାଲକୁ ଗଲେ। ହେଲେ ୬ ବର୍ଷ ପରେ ବି ମାମଲା ଯେଉଁଠି ସେଇଠି। ୨୦୧୮ ମେ ୧୨ରେ ନବୀନ ସରକାର ତଳମୁଣ୍ଡରେ ୭ଟି ବ୍ୟାରେଜ କରିବାକୁ ଘୋଷଣା କରିଥିଲେ। ବ୍ୟାରେଜ ଦୂରର କଥା, ୨୪ ବର୍ଷଧରି କ୍ଷମତାରେ ଥିବାବେଳେ ଇଟା ଖଣ୍ଡେ ବି ପକେଇଲେ ନାହିଁ। ଏବେ ନୂଆ ସରକାର ମହାନଦୀ ଓ ରାଜ୍ୟର ସ୍ବାର୍ଥ ପାଇଁ ଟ୍ରିବ୍ୟୁନାଲର ବଳିଷ୍ଠ ଯୁକ୍ତି ଉପସ୍ଥାପନ ସହ ଆପୋସ ଆଲୋଚନା ମାଧ୍ୟମରେ ଜଳ ବିବାଦର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ନିକଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା କରିଛନ୍ତି।
The post ମାଠିଆ ବାଡ଼େଇ ରାଜନୀତି କଲେ ପୂର୍ବ ସରକାର: ମନ୍ତ୍ରୀ ହରିଚନ୍ଦନ appeared first on Dharitri Odia News.