ଚକ ଭାଙ୍ଗିଯିବାରୁ କ୍ରେନ୍‌ରେ ଟଣାହେଲା ରଥ

ଦେବଗଡ଼,୭।୭(ଶଶାଙ୍କ ଶେଖର ଝାଙ୍କର): ଚକ ଭାଙ୍ଗିଯିବାରୁ କ୍ରେନ ଦ୍ୱାରା ଟଣାହେଲା ରଥ। ସୁରକ୍ଷିତ ଭାବେ ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଚତୁର୍ଦ୍ଧା ମୂର୍ତ୍ତି। ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲା ବାରକୋଟ ବ୍ଲକ ସଦର ମହକୁମାରେ। ମିଳିଥିବା ସୂଚନା ଅନୁଯାୟୀ ଅନ୍ୟ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଶାନ୍ତିିଶୃଙ୍ଖଳାର ସହିତ ଆଡମ୍ବର ପୂର୍ଣ୍ଣ ଭାବେ ରଥଯାତ୍ରା ଆୟୋଜନ ନିମନ୍ତେ ରଥଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା। ଶାନ୍ତି ଶୃଙ୍ଖଳା […] The post ଚକ ଭାଙ୍ଗିଯିବାରୁ କ୍ରେନ୍‌ରେ ଟଣାହେଲା ରଥ appeared first on Dharitri Odia News.

ଚକ ଭାଙ୍ଗିଯିବାରୁ କ୍ରେନ୍‌ରେ ଟଣାହେଲା ରଥ

ଦେବଗଡ଼,୭।୭(ଶଶାଙ୍କ ଶେଖର ଝାଙ୍କର): ଚକ ଭାଙ୍ଗିଯିବାରୁ କ୍ରେନ ଦ୍ୱାରା ଟଣାହେଲା ରଥ। ସୁରକ୍ଷିତ ଭାବେ ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଚତୁର୍ଦ୍ଧା ମୂର୍ତ୍ତି। ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲା ବାରକୋଟ ବ୍ଲକ ସଦର ମହକୁମାରେ।

ମିଳିଥିବା ସୂଚନା ଅନୁଯାୟୀ ଅନ୍ୟ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଶାନ୍ତିିଶୃଙ୍ଖଳାର ସହିତ ଆଡମ୍ବର ପୂର୍ଣ୍ଣ ଭାବେ ରଥଯାତ୍ରା ଆୟୋଜନ ନିମନ୍ତେ ରଥଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା। ଶାନ୍ତି ଶୃଙ୍ଖଳା ନିମନ୍ତେ ବାରକୋଟ ଥାନା ପୋଲିସ ପକ୍ଷରୁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ପ୍ରସ୍ତୁତି ଅନୁଯାୟୀ ରଥଯାତ୍ରା କମିଟି ପକ୍ଷରୁ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାପାଠ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୂଢ କରାଯାଇଥିଲା। ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସହ ହଜାର ହଜାର ଶ୍ରଦ୍ଧାଳୁ ମଧ୍ୟ ରଥ ଟଣାରେ ସାମିଲ ହୋଇଥିଲେ।

ମାତ୍ର ପ୍ରାୟ ଅଧାବାଟ ଯିବା ପରେ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି କାରଣରୁ ଉକ୍ତ ରଥର ଏକ ଚକା ଭାଙ୍ଗି ଯାଇଥିଲା। ଫଳରେ ଏକ କ୍ରେନର ବ୍ୟବସ୍ଥା କରାଯିବା ସହ ଏହାଦ୍ୱାରା ରଥକୁ ଟାଣି ମାଉସୀ ମା’ ମନ୍ଦିରକୁ ନିଯାଇଥିଲା। ସେଠାରେ ମଧ୍ୟ କମିଟି ପକ୍ଷରୁ ଯଥା ବିଧି ପୂଜାର୍ଚ୍ଚନା ପରେ ଚତୁର୍ଦ୍ଧା ମୂର୍ତ୍ତି ମନ୍ଦିରରେ ପ୍ରବେଶ କରିଥିବା ଜଣାପଡିଛି।

ଫଟୋ:

The post ଚକ ଭାଙ୍ଗିଯିବାରୁ କ୍ରେନ୍‌ରେ ଟଣାହେଲା ରଥ appeared first on Dharitri Odia News.