ଇରାନ୍ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା
ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍ ମିଶାଇଲ୍କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ କହିଛି। ଇସ୍ରାଏଲ୍କୁ ମାଡ଼ କରିବା ପୂର୍ବରୁ ହୁଟି ନିୟନ୍ତ୍ରିତ ୟେମେନ୍ ଅଞ୍ଚଳରେ ଥିବା ଇରାନର ଗୋଟିଏ ବାଲିଷ୍ଟିକ୍ ମିଶାଇଲ ସହ ଲଞ୍ଚର ଭେହିକିଲ୍, ୭ଟି ୟୁଏଭିକୁ ନଷ୍ଟ କରାଯାଇଥିଲା ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛି। ଏପ୍ରିଲ ୧ରେ ସିରିଆସ୍ଥିତ ଇରାନ ଦୂତାବାସ ଉପରେ ଇସ୍ରାଏଲ୍ ସେନାର ଏୟାରଷ୍ଟ୍ରାଇକ୍ ଯୋଗୁ […] The post ଇରାନ୍ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା appeared first on Dharitri Odia News.
ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍ ମିଶାଇଲ୍କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ କହିଛି। ଇସ୍ରାଏଲ୍କୁ ମାଡ଼ କରିବା ପୂର୍ବରୁ ହୁଟି ନିୟନ୍ତ୍ରିତ ୟେମେନ୍ ଅଞ୍ଚଳରେ ଥିବା ଇରାନର ଗୋଟିଏ ବାଲିଷ୍ଟିକ୍ ମିଶାଇଲ ସହ ଲଞ୍ଚର ଭେହିକିଲ୍, ୭ଟି ୟୁଏଭିକୁ ନଷ୍ଟ କରାଯାଇଥିଲା ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛି। ଏପ୍ରିଲ ୧ରେ ସିରିଆସ୍ଥିତ ଇରାନ ଦୂତାବାସ ଉପରେ ଇସ୍ରାଏଲ୍ ସେନାର ଏୟାରଷ୍ଟ୍ରାଇକ୍ ଯୋଗୁ ଇସ୍ଲାମିକ୍ ରିଭୋଲ୍ୟୁଶନାରି ଗାର୍ଡ କର୍ (ଆଇଆର୍ଜିସି)ର ୫ ସଦସ୍ୟ ଓ ୨ ବରିଷ୍ଠ ଜେନେରାଲଙ୍କ ସମେତ ୧୬ ଜଣ ନିହତ ହୋଇଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଇରାନ ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ୍ ଉପରେ ଜୋର୍ଦାର ଆକ୍ରମଣ କରିଥିଲା। ତେହରାନ୍ ପକ୍ଷରୁ ୩୦୦ରୁ ଅଧିକ ମିଶାଇଲ ଓ ଡ୍ରୋନ୍ ମାଡ଼ କରାଯାଇଥିବାବେଳେ ଇସ୍ରାଏଲ୍ ଏହାର ଉପଯୁକ୍ତ ମୁକାବିଲା କରିଥିଲା। ପ୍ରାୟ ୯୯ ପ୍ରତିଶତ ମିଶାଇଲ୍ ଓ ଡ୍ରୋନ୍କୁ ଇସ୍ରାଏଲ୍, ଆମେରିକା ଓ ମିତ୍ରଶକ୍ତି ସେନା ଖସାଇ ଦେଇଥିଲେ। ଇରାନ ଇସ୍ରାଏଲକୁ ଟାର୍ଗେଟ କରି ୧୭୦ ଡ୍ରୋନ୍, ୧୨୦ ବାଲିଷ୍ଟିକ୍ ମିଶାଇଲ ଏବଂ ୩୦ କ୍ରୁଜ୍ ମିଶାଇଲ୍ ନିକ୍ଷେପ କରିଥିଲା। ସମସ୍ତ ଡ୍ରୋନ୍ ଓ କ୍ରୁଜ୍ ମିଶାଇଲ୍କୁ ସଫଳତାର ସହ ପ୍ରତିହତ କରାଯାଇଥିବାବେଳେ ବାଲିଷ୍ଟିକ୍ ମିଶାଇଲ୍ର ପ୍ରାୟ ୫୦ ପ୍ରତିଶତ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଫଳ ହୋଇଥିଲା ବା ଏହାକୁ ଖସାଇ ଦିଆଯାଇଥିଲା। ଇସ୍ରାଏଲ୍ ବିରୋଧରେ ଇରାନର ପ୍ରତ୍ୟକ୍ଷ ତଥା ଅଭୂତପୂର୍ବ ଆକ୍ରମଣକୁ ଜି-୭ ନେତାମାନେ ମିଳିତ ଭାବେ ନିନ୍ଦା କରିଛନ୍ତି। ଏହା ଅନିୟନ୍ତ୍ରିତ ଆଞ୍ଚଳିକ ଉତ୍ତେଜନା ସୃଷ୍ଟି କରିବ ବୋଲି ସେମାନେ ସତର୍କ କରାଇଛନ୍ତି। ଇରାନ ଆକ୍ରମଣ କରି ଜାତିସଂଘ ଘୋଷଣାପତ୍ର ଏବଂ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଥିବା ଇସ୍ରାଏଲ୍ ଅଭିଯୋଗ କରିଛି। ଏହା ଆଞ୍ଚଳିକ ଅସ୍ଥିରତା ବଢ଼ାଉଥିବା ଇସ୍ରାଏଲ୍ କହିଛି। ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ପାଇଁ ଇରାନକୁ ମିଳିତ ଭାବେ ନିନ୍ଦା କରି ଜାତିସଂଘ ନିରାପତ୍ତା ପରିଷଦରେ ପ୍ରସ୍ତାବ ଗୃହୀତ କରାଇବାକୁ ଇସ୍ରାଏଲ୍ ଆହ୍ବାନ ଦେଇଛି। ଏଥିସହିତ ଇରାନର ଇସ୍ଲାମିକ ରିଭଲ୍ୟୁଶନାରୀ ଗାର୍ଡ କର୍ (ଆଇଆର୍ଜିସି)କୁ ତୁରନ୍ତ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବାକୁ ଜେରୁଜେଲମ୍ ଦାବି କରିଛି। ଅନ୍ୟପକ୍ଷରେ ଜାତିସଂଘ ଘୋଷଣାପତ୍ରର ଅନୁଚ୍ଛେଦ ୫୧ ଅନୁଯାୟୀ ଆତ୍ମରକ୍ଷା ଅଧିକାର ସ୍ବରୂପ କାର୍ଯ୍ୟାନୁଷ୍ଠାନ ନେଇଥିବା ଇରାନ କହିଛି।
The post ଇରାନ୍ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା appeared first on Dharitri Odia News.