କ୍ରିକେଟ୍‌ରେ ବଡ଼ ଓଲଟପାଲଟ: ସାରା ବିଶ୍ୱ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୦।୧: କ୍ରିକେଟରେ ଇତିହାସ କେବେ ବଦଳିଯାଏ ତାହା କେହି ଜାଣନ୍ତି ନାହିଁ। ଏବେ ନାଇଜେରିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଏହି ଓଲଟପାଲଟ ଦେଖି କ୍ରିକେଟ ଜଗତ ଆଶ୍ଚର୍ଯ୍ୟ ହୋଇଗଲା। ନାଇଜେରିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ ରନରେ ବିଜୟୀ ହୋଇଥିଲା। ବର୍ଷା ଯୋଗୁ ୧୩-୧୩ ଓଭର ପାଇଁ ଖେଳାଯାଇଥିବା ଏକ ଟି-୨୦ ମ୍ୟାଚ୍‌ରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। କିୱି ଦଳ ବିଜୟଠାରୁ ମାତ୍ର ୨ ରନ ଦୂରରେ ରହିଥିଲା। ଏହି ଚମତ୍କାର ଆଜିକାଲି […] The post କ୍ରିକେଟ୍‌ରେ ବଡ଼ ଓଲଟପାଲଟ: ସାରା ବିଶ୍ୱ ଆଶ୍ଚର୍ଯ୍ୟ appeared first on Dharitri Odia News.

କ୍ରିକେଟ୍‌ରେ ବଡ଼ ଓଲଟପାଲଟ: ସାରା ବିଶ୍ୱ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୦।୧: କ୍ରିକେଟରେ ଇତିହାସ କେବେ ବଦଳିଯାଏ ତାହା କେହି ଜାଣନ୍ତି ନାହିଁ। ଏବେ ନାଇଜେରିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଏହି ଓଲଟପାଲଟ ଦେଖି କ୍ରିକେଟ ଜଗତ ଆଶ୍ଚର୍ଯ୍ୟ ହୋଇଗଲା। ନାଇଜେରିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ ରନରେ ବିଜୟୀ ହୋଇଥିଲା। ବର୍ଷା ଯୋଗୁ ୧୩-୧୩ ଓଭର ପାଇଁ ଖେଳାଯାଇଥିବା ଏକ ଟି-୨୦ ମ୍ୟାଚ୍‌ରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। କିୱି ଦଳ ବିଜୟଠାରୁ ମାତ୍ର ୨ ରନ ଦୂରରେ ରହିଥିଲା।

ଏହି ଚମତ୍କାର ଆଜିକାଲି ଖେଳାଯାଉଥିବା ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପରେ ଘଟିଛି। ଏହା ଟୁର୍ନାମେଣ୍ଟରେ ନାଇଜେରିଆର ପ୍ରଥମ ବିଜୟ ଥିଲା। ବର୍ଷା ଯୋଗୁ ଦଳର ପ୍ରଥମ ମ୍ୟାଚ ଟସ ବିନା ବାତିଲ ହୋଇଯାଇଥିଲା। ନାଇଜେରିଆ ଦଳ ପ୍ରଥମ ଥର ପାଇଁ ୧୯ ବର୍ଷରୁ କମ ମହିଳା ବିଶ୍ୱକପରେ ଅଂଶଗ୍ରହଣ କରୁଛି। ଏଥିରେ ସେମାନେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏକ ବଡ଼ କାମ କରିଛନ୍ତି।

ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନାଇଜେରିଆ ୧୩ ଓଭରରେ ୬୫/୬ ରନ କରିଥିଲା। ଦଳ ପକ୍ଷରୁ ଲିଲିଆନ ଉଦେ ଗୋଟିଏ ଚୌକା ସହାୟତାରେ ୧୯ ରନ ଏବଂ ଅଧିନାୟକ ଲକି ପେଟିଏମ ଗୋଟିଏ ଚୌକା ସହାୟତାରେ ୧୮ ରନ କରିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ମଧ୍ୟ ଅତିକ୍ରମ କରିପାରି ନ ଥିଲେ।
ରନ ପିଛା କରିବାକୁ ପଡ଼ିଆକୁ ଆସିଥିବା ନ୍ୟୁଜିଲାଣ୍ଡ ଦଳ ୧୩ ଓଭରରେ କେବଳ ୬୩/୬ ରନ କରିପାରିଥିଲା। ଦଳ ପକ୍ଷରୁ ଅନିକା ଟଡ ୧୯ ରନ ଏବଂ ଅଧିନାୟକ ତାସ ୱାକେଲିନ ୧୮ ରନ କରିଥିଲେ ମଧ୍ୟ ଦଳ ବିଜୟର ସୀମା ଅତିକ୍ରମ କରିପାରି ନ ଥିଲା।
ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ଶେଷ ୨ ଓଭରରେ ୧୭ ରନ ଆବଶ୍ୟକ ଥିଲା। କିୱି ଦଳ ୧୯ତମ ଓଭରରେ ୮ ରନ କରିଥିଲା। ଶେଷ ଓଭରରେ ଅର୍ଥାତ୍‌ ଶେଷ ୬ ବଲରେ ୯ ରନ ଆବଶ୍ୟକ ଥିଲା। ନ୍ୟୁଜିଲାଣ୍ଡ ଦଳ ମାତ୍ର ୬ ରନ କରିପାରିଥିଲା। ଫଳରେ ମ୍ୟାଚରେ ତାଙ୍କୁ ୨ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

The post କ୍ରିକେଟ୍‌ରେ ବଡ଼ ଓଲଟପାଲଟ: ସାରା ବିଶ୍ୱ ଆଶ୍ଚର୍ଯ୍ୟ appeared first on Dharitri Odia News.