ଠାକୁରାଣୀ ଯାତ୍ରାରେ ଅଲୌକିକ ଘଟଣା: ଲୋକେ ହେଲେ ଭାବବିହ୍ବଳ

ପୁରୁଷୋତ୍ତମପୁର,୯।୬(ସିମାଞ୍ଚଳ ମିଶ୍ର):ଗଞ୍ଜାମ ଜିଲା ପରୁଷୋତ୍ତମପୁର ଠାକୁରାଣୀଯାତ୍ରାରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ଏହା ଉପସ୍ଥିତ ହଜାର ହଜାର ଲୋକଙ୍କୁ ଚକିତ କରିଥିଲା। ଏହାକୁ ନେଇ କିଛି ସମୟପାଇଁ ଏକ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ରାତ୍ରରେ ମା’ ପଞ୍ଚଠାକୁରାଣୀଙ୍କ ପ୍ରସିଦ୍ଧ ବାଣଯାତ୍ରା ଲାଗି ନରସିଂହ ଦାଶ ହାଇସ୍କୁଲ ପଡିଆରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା। ପଞ୍ଚଠାକୁରାଣୀ ପଟୁଆରେ ଯିବାବେଳେ ହାଇସ୍କୁଲ ଗେଟ ନିକଟରେ ଜନଗହଳି ମଧ୍ୟରେ ଏକ ଷଣ୍ଢ (ବ୍ରୁଷବ) ରାସ୍ତା […] The post ଠାକୁରାଣୀ ଯାତ୍ରାରେ ଅଲୌକିକ ଘଟଣା: ଲୋକେ ହେଲେ ଭାବବିହ୍ବଳ appeared first on Dharitri Odia News.

ଠାକୁରାଣୀ ଯାତ୍ରାରେ ଅଲୌକିକ ଘଟଣା: ଲୋକେ ହେଲେ ଭାବବିହ୍ବଳ

ପୁରୁଷୋତ୍ତମପୁର,୯।୬(ସିମାଞ୍ଚଳ ମିଶ୍ର):ଗଞ୍ଜାମ ଜିଲା ପରୁଷୋତ୍ତମପୁର ଠାକୁରାଣୀଯାତ୍ରାରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ଏହା ଉପସ୍ଥିତ ହଜାର ହଜାର ଲୋକଙ୍କୁ ଚକିତ କରିଥିଲା। ଏହାକୁ ନେଇ କିଛି ସମୟପାଇଁ ଏକ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ରାତ୍ରରେ ମା’ ପଞ୍ଚଠାକୁରାଣୀଙ୍କ ପ୍ରସିଦ୍ଧ ବାଣଯାତ୍ରା ଲାଗି ନରସିଂହ ଦାଶ ହାଇସ୍କୁଲ ପଡିଆରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା। ପଞ୍ଚଠାକୁରାଣୀ ପଟୁଆରେ ଯିବାବେଳେ ହାଇସ୍କୁଲ ଗେଟ ନିକଟରେ ଜନଗହଳି ମଧ୍ୟରେ ଏକ ଷଣ୍ଢ (ବ୍ରୁଷବ) ରାସ୍ତା ଉପରେ ନୀରବ ଭାବରେ ଠାକୁରାଣୀଙ୍କ ଆସିବା ବାଟକୁ ଚାହିଁ ଠିଆ ହୋଇ ରହିଥିଲା। ଲୋକେ ଯେତେ ଘଉଡାଇଲେ ମଧ୍ୟ ସେ ରାସ୍ତାରୁ ହଟି ନ ଥିଲା। ଠାକୁରାଣୀ ଯେତେବେଳେ ପାଖରେ ପହଁଚିଥିଲେ ସେ ମୁଣ୍ଡଟେକି ମା’ଙ୍କୁ ଦେଖି ଚାହିଁ ରହିବା ସହ ଆପେ ଆପେ ରାସ୍ତାରୁ ହଟି ଚାଲିଯାଇଥିଲା। ଏହି ଦୃଶ୍ୟ ଦେଖିବା ଲାଗି ଜନଗହଳି ହୋଇଥିଲା। ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଆସିଥିଲା। ଷଣ୍ଢକୁ ମଧ୍ୟ ଲୋକେ ମୁଣ୍ଡିଆ ମାରିଥିଲେ। ଏହାକୁ ନେଇ କିଛିଲୋକ ସ୍ବୟଂ ମହାଦେବ ଠାକୁରାଣୀଙ୍କୁ ଦର୍ଶନ ଲାଗି ଆସିଥିବାର କହୁବେଳେ ଆଉ କିଛି ପଶୁ ହେଲେ ବି କିପରି ତାର ଭକ୍ତି ଅଛି ବୋଲି କହିଥିଲେ। ଏହା ଏଠାରେ ଏକ ଆଶ୍ଚର୍ଯ୍ୟ ଘଟଣା ପାଲଟିଥିଲା।

 

The post ଠାକୁରାଣୀ ଯାତ୍ରାରେ ଅଲୌକିକ ଘଟଣା: ଲୋକେ ହେଲେ ଭାବବିହ୍ବଳ appeared first on Dharitri Odia News.